ନମସ୍କାର ବନ୍ଧୁଗଣ, ସଫ୍ଟୱେୟାର ଇଞ୍ଜିନିୟର ଶ୍ଵେତାଙ୍କ ମୃତ୍ୟୁ ମାମଲାକୁ ନେଇ ବର୍ତ୍ତମାନ ସସପେନ୍ସ ରହିଛି କାରଣ ସେ ତାଙ୍କ ଡାଏରୀରେ ଅନେକ ଗୁଡାଏ କଥା ଲେଖିଯାଇଛି । ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ଜେଣ ଯୁବକଙ୍କ ବିରୁଦ୍ଧରେ ଏହାର କାରଣ କଣ ହୋଇପାରେ ଓ ଉଚ ଶିକ୍ଷିତା ଝିଅ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ କଣ ପାଇଁ ନେଲେ ତାହାକୁ ନେଇ ଶ୍ଵେତାଙ୍କ ବାପା ନିଜର ରାଏ ଦେଇଛନ୍ତି । ଶ୍ଵେତାଙ୍କ ବାପା କହିଛନ୍ତି ମଣିଷର ହୃଦୟକୁ ବାଧିଥିବ କି ତାର ଇଜ୍ଜତ ଉପରେ ଆଞ୍ଚ ଆସିଥିବ ସେତେବେଳେ ସେ ଆତ୍ମହତ୍ୟା କରେ ।
ଶ୍ଵେତାଙ୍କ ବାପା ଏଫାୟାରରେ ଲେଖିଛନ୍ତି ସେହି ଯୁବକଙ୍କ ବିରୁଦ୍ଧରେ କି ଯୁବକ ଜଣକ ଶ୍ଵେତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନ ଦେଇଛନ୍ତି ଯାହା ପାଇଁ ତାର ସତ୍ୟାନାଶ ହୋଇଛି ଆଉ ଝିଅ ଆଜି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି । ଯୁବକ ହେଉଛନ୍ତି ସୋମ୍ୟଜିତ ମହାପାତ୍ର ଯିଏ ଶ୍ଵେତାଙ୍କୁ ପ୍ରେମ ଜାଲରେ ଫସାଇ ପରେ ଧୋକା ଦେଇଥିଲେ ।
ଯେତେବେଳେ ଶ୍ଵେତାଙ୍କ ପରିବାର ଲୋକେ ତାଙ୍କର ପ୍ରେମ ବିଷୟରେ ଜାଣିଲେ ସେ ଶିକ୍ରେଟ ରଖି ବାହାଘର କରିବାକୁ ଚେଷ୍ଟା କରିଲେ ଯୁବକଙ୍କ ସହ । ସୋମ୍ୟଙ୍କ ଘରକୁ ୨ ଥର ଯାଇ ସାରିଥିଲେ ଶ୍ଵେତାଙ୍କ ପରିବାର ଲୋକେ କିନ୍ତୁ ସେମାନେ ପଇସା ଡିମାଣ୍ଡ କରିବାରୁ ଶ୍ଵେତାଙ୍କ ବାପା ମନା କରି ଦେଇଥିଲେ ।
ଶ୍ଵେତାଙ୍କୁ କେଉଁ ଭଳି ଯନ୍ତ୍ରଣା ଦିଆଯାଉଥିଲା ସେହି ବିଷୟରେ ବାପା ହିସାବରେ କହିପାରିବେ ନାହି ବୋଲି ତାଙ୍କ ବାପା କହିଛନ୍ତି । ସୋମ୍ୟଙ୍କ ବିରୁଦ୍ଧରେ କଡା କାର୍ଯ୍ୟ ଅନୁଷ୍ଠାନ ହେଉ ବୋଲି ଶ୍ଵେତାଙ୍କ ବାପା ଆଶା ରଖିଛନ୍ତି । ଯେତେବେଳେ ସୋମ୍ୟଙ୍କ ପରିଆବର ଲୋକେ ଡିମାଣ୍ଡ ପାଇଁ ଟର୍ଚର କରିଲେ ଶ୍ଵେତାଙ୍କୁ ଶ୍ଵେତାଙ୍କ ବାପା ପୁଣି ଥରେ ଯାଇଥିଲେ ଏହାର ସମାଧାନ କରିବାକୁ କିନ୍ତୁ ସେମାନେ ମାନିଲେ ନାହି ।
ଶ୍ଵେତା ମୃତ୍ୟୁ ପୂର୍ବରୁ ତାଙ୍କ ସାଙ୍ଗ ମାନଙ୍କୁ ମଧ୍ୟ କିଛି ଜଣାଇ ନାହାନ୍ତି । ଶ୍ଵେତା ପପ କୁ ଯାଇଛି କହି ରାତିରେ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରିଲେ ନାହି । ଅଧିକ ଡିପ୍ରେସନରେ ରହିବାରୁ ଶ୍ଵେତା ଏଭଳି ପଦକ୍ଷେପ ନେଲେ ବୋଲି ଶ୍ଵେତାଙ୍କ ବାପା କହିଛନ୍ତି ।
ଏମିତିକି ସୋମ୍ୟ ଶ୍ଵେତାଙ୍କ କିଛି ଫୋଟୋ ରଖି ବ୍ଲାକମେଲ କରୁଥିଲେ ଯାହା ଜାଣିବା ପରେ ଶ୍ଵେତାଙ୍କ ପରିବାର ସୋମ୍ୟଙ୍କ ଘରକୁ ବିବାହ ପାଇଁ ପ୍ରସ୍ତାବ ନେଇଯାଇଥିଲେ । ଏଭଳି କୌଣସି କେସ କୌଣସି ବାପର ଝିଅ ସହ ନ ହେଉ ଏବଂ ଝିଅଙ୍କ ସହ ଅନ୍ୟାୟ ନ ହେଉ ବୋଲି ଶ୍ଵେତାଙ୍କ ବାପା ଦାବି କରିଛନ୍ତି । ପ୍ରଥମେ ଶ୍ଵେତାଙ୍କ ମୃତ୍ୟୁ ମାମଲା ଅପମୃତ୍ୟୁ ଭାବେ ରୁଜୁ କରାଯାଇଥିଲା ।
କିନ୍ତୁ ପରେ ତାଙ୍କ ବାପା ଯାଇ ଏଫାୟାର ଦେଇଥିଲେ ସୋମ୍ୟଙ୍କ ବିରୁଦ୍ଧରେ । ଶ୍ଵେତା ଦାହ ସଂସ୍କାର ସରିବା ପରେ ତାଙ୍କ ବାପା ଏଫାୟାର ଦେଇଥିଲେ । ଯେମିତି ହେଉ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି ପୋଲିସ ଶ୍ଵେତାଙ୍କ ବାପାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।