କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଏବେ UPI ଟ୍ରାଞ୍ଜାକ୍ସନ ଉପରେ ଲାଗିବକି ଚାର୍ଚ୍ଚ ! ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ସପିଙ୍ଗ ମଲ ହେଉ କି ବ୍ଯାଙ୍କ କାରୋବାର ହେଉ କି ବିଜନେସ କାରୋବର କି ସାଧାରଣ ବଜାର ଆଜିର ଦିନରେ ଅଧିକାଂଶ ଲୋକ ମାନେ ଟଙ୍କା ଲେନଦେନ କରିବା ପାଇଁ UPI ପେମେଣ୍ଟ ସିଷ୍ଟମ କୁ ଅଧିକ ପସନ୍ଦ କରୁଛନ୍ତି । ପକେଟ ରେ ଟଙ୍କା ନ ଥିଲେ ବି ମୋବାଇଲ ସାହାଯ୍ୟରେ ଅତି ସହଜରେ ସୁବିଧାରେ ଟଙ୍କା ଦେଇ ପାରୁଛନ୍ତି ସାଧାରଣ ଲୋକେ । ଗତ କିଛି ଦିନ ଏହି UPI ପେମେଣ୍ଟ ଉପରେ ଚାର୍ଜ ଲାଗିବ ବୋଲି ଚର୍ଚ୍ଚା ହେଉଛି । ଯାହା ଫଳରେ ତାଙ୍କ ଲେନଦେନ ର ମାଗଣା ଯୁଗ ଶେଷ ହେବାକୁ ଯାଉଛି ବୋଲି ଅନେକ ଲୋକ ଆଲୋଚନା ଆରମ୍ଭ କରିଛନ୍ତି ।

ଆଉ ଏହାରି ମଧ୍ୟ ରେ କେନ୍ଦ୍ର ସରକାର କରିଛନ୍ତି ବଡ ଜରୁରୀ ଘୋଷଣା । UPI ପେମେଣ୍ଟ ଉପରେ ଚାର୍ଜ ଲାଗିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ଅର୍ଥ ମନ୍ତ୍ରାଳୟ । UPI ପେମେଣ୍ଟ ଉପରେ ଚାର୍ଜ ଲାଗିବା ନେଇ କୌଣସି ନିସ୍ପତି ହୋଇ ନାହି ବୋଲି ଅର୍ଥ ମନ୍ତ୍ରାଳୟ ଟ୍ବିଟ କରି ସୂଚନା ଦେଇଛନ୍ତି । ଟ୍ବିଟ  ରେ କୁହ ଯାଇଛି କି UPI ସର୍ବ ଜନୀନ ହିତ ପାଇଁ କାମ କରୁଛି । ଏହା ସାହାଯ୍ୟରେ ଲୋକ ମାନେ ଅନେକ ସୁବିଧା ପାଇ ପାରୁଛନ୍ତି । ଯାହା କି ଅର୍ଥ ବ୍ୟବସ୍ଥା ପାଇଁ ମଧ୍ୟ ଲାଭଦାୟକ ଅଟେ ।

ତେବେ UPI ସେବା ଉପରେ ଶୁଳ୍କ ଲାଗୁ କରିବା ନେଇ ସରକାର କୌଣସି ବିଚାର ବିମର୍ଶ କରି ନାହାନ୍ତି ବୋଲି ଅର୍ଥ ମନ୍ତ୍ରାଳୟ ଟ୍ବିଟ ରେ କହିଛି । ଏହାର ଅର୍ଥ ଆଗାମୀ ଦିନର ବି UPI ପେମେଣ୍ଟ ଏଭଳି ମାଗଣା ରହିବ ତାହା ପକ୍କା ହୋଇ ଯାଇଛି । ଡିଜିଟାଲ ପେମେଣ୍ଟ ୟୁକୋ ସିଷ୍ଟମ ପାଇଁ ସରକାର ଗାର ବର୍ଷ ଆର୍ଥିକ ସହାୟତା ଦେଇଥିଲେ । ଚଳିତ ବର୍ଷ ମଧ୍ୟ ସେଭଳି ସହାୟତା ପ୍ରଦାନ କରାଯିବ । ଯାହା ଫଳରେ ଡିଜିଟାଲ ପେମେଣ୍ଟ ଉପୋଯୋଗ ବଢିବା ସହ ଲୋକ ମାନେ ଏହାକୁ ଅଧିକ ବ୍ୟବହାର କରିବେ ବୋଲି ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି ।

୨୦୨୦ ମସିହା ଜାନୁଆରୀ ୧ ତରାଇକାରୁ ଡେବିଟ କାର୍ଡ ଓ UPI ଚାର୍ଜ ମୁକ୍ତ କରା ଯାଇଛି । ଯାହା ଫଳରେ ଟ୍ରାଞ୍ଜାକ୍ଷଣ ଉପରେ ଲଗା ଯାଉଥିବା MDR ଚାର୍ଜ ଏବେ ଆଉ ଲାଗୁ ହେଉ ନାହି । ଏହାର କ୍ଷତି କୁ ଏବେ ପୂରଣ କରିବାକୁ ସରକାର ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେଉ ଆସୁଛନ୍ତି । ତେବେ ସମୟ ବିତିବା ସହ ଏହି UPI ପେମେଣ୍ଟ ଏବେ ଲୋକପ୍ରିୟ ହେଲାଣି । ଆଉ ଏଭଳି ସମୟରେ ଯଦି ଏଥିରୁ ଚାର୍ଜ ଆଦାଯ ହେବ ତେବେ ଜନ ସାଧାରଣରେ ଅସନ୍ତୋଷ ଦେଖା ଯାଇପାରେ ।

ବନ୍ଧୁଗଣ ଆପଣ ଅମାନଙ୍କର UPI ଚାର୍ଜ କୁ ନେଇ ଯେଉଁ କଥା ସାମନାକୁ ଆସିଛି ତାହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *