ଝିଅର ବିବାହ ପରେ ତାର ଏହି ଜିନିଷ ରଖି ନିଅନ୍ତୁ ନିଜ ପାଖରେ- ହୋଇଯିବେ ଧନି

ଆଜିକା ସମୟରେ ସମସ୍ତଙ୍କୁ ଧନବାନ ହବାର ଇଛା ଥାଏ  ଏବଂ ଏହି ଇଛା କୁ ପୂର୍ଣ କରିବା ପାଇଁ ମଣିଷ ବହୁତ ପରିଶ୍ରମ କରିଥାଏ, ଧନବାନ ହବା ପାଇଁ ଲୋକ ଅଲଗା ଅଲଗା ପ୍ରକାର ଉପାୟ କରିବା ଆରମ୍ଭ କରନ୍ତି କାହିଁକିନା ଆଜିକା ସମୟରେ ଧନ ବିନା ବ୍ୟକ୍ତି ଜୀବନରେ ବହୁତ ପ୍ରକାର କଷ୍ଟ ଭୋଗ କରିଥାଏ । ଧନ ଅଭାବ କାରଣରୁ ମଣିଷ ଭୌତିକ ସୁଖ ଠାରୁ ବଞ୍ଚିତ ରହିଯାଏ ଓ ସେହି ଲୋକକୁ ସମାଜ ରେ ମାନ ସମ୍ମାନ ମଧ୍ୟ ମିଳି ନଥାଏ ।

ଝିଅଙ୍କୁ ଘରର ଲକ୍ଷ୍ମୀ କୁହା ଯାଏ, କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଆପଣଙ୍କ ଘରର ଝିଅ ଆପଣଙ୍କୁ ସତରେ ଧନି ବନେଇଥାଏ, ପ୍ରତେକ ମା ବାପା ନିଜ ଝିଅକୁ ଛୋଟ ବେଳୁ ବହୁତ ଗେଲ୍ହା କରି ବଡ କରିଥାନ୍ତି ।

ଗୋଟେ ଦିନ ଏମିତି ଆସିଥାଏ ଯେଉଁଦିନ ଝିଅକୁ ବାପ ଘର ଛାଡି ଶାଶୂ ଘରକୁ ଯିବାକୁ ପଡିଥାଏ । କୁହାଯାଏ ଯେତେବେଳେ ଝିଅ ଘର ଛାଡି ଯାଏ ତା ସହ ଘର ଲକ୍ଷ୍ମୀ ମଧ୍ୟ ଘର ଛାଡି ଝିଅ ସହ ଚାଲି ଯାନ୍ତି, କିନ୍ତୁ ଯଦି ଆପଣ ଚାହାନ୍ତି ତେବେ ଏମିତି ଗୋଟେ ଚମତ୍କାର ହୋଇ ପାରେ ଯାହା ଫଳରେ ଝିଅ ଶାଶୁ ଘର ଗଲା ପରେ ମଧ୍ୟ ଆପଣଙ୍କ ଘରେ ମା ଲକ୍ଷ୍ମୀ ବାସ କରିବେ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଏବଂ ଆପଣଙ୍କ ଝିଅର ଶାଶୂ ଘରକୁ ମଧ୍ୟ ଧନି ବନେଇବାରେ ସାହାଯ୍ୟ କରିଥାଏ । ତେବେ ଏହି କଥା ଆପଣମାନେ ସମସ୍ତେ ଜାଣିଥିବେ ଯେ ପାଉଁଜି ଗୋଟେ ଝିଅ ପାଇଁ ବା ମହିଳା ପାଇଁ କେତେ ଆବଶ୍ୟକ ଜିନିଷ ଅଟେ । ଯେଉଁ ପାଉଁଜି ଆପଣଙ୍କ ଝିଅ ଅବିବାହିତ ଥିଲା ବେଳେ ପିନ୍ଧି ସବୁ ଜାଗା ବୁଲୁଥିଲା ଏବଂ ଆପଣଙ୍କ ଘର ଛମ ଛମ ହୋଇ ସୋର ଶବ୍ଦ କରୁଥିଲା ସେହି ପାଉଁଜି ଗୋଟେ ହଳ ଆପଣ ନିଜ ଘରେ ରଖନ୍ତୁ ଓ ଅନ୍ୟ ହଳ ଝିଅ ସହ ବିଦା କରନ୍ତୁ ।

ପାଉଁଜି ଦ୍ଵାରା ଘରର ନକାରାତ୍ମକ ଊର୍ଜା ଦୂର ହୋଇଥାଏ ସେଥିପାଇଁ ଘର ମହିଳାଙ୍କୁ ପାଉଁଜି ପିନ୍ଧିବା ଉଚିତ । ତେବେ ଏହି ପାଉଁଜିକୁ ନିଜ ତିଜୋରି ରେ ରଖନ୍ତୁ ଯାହା ଦ୍ଵାରା ସବୁ ପ୍ରକାର ଅସୁବିଧା ଦୂର ହୋଇଥାଏ ଏବଂ ଆର୍ଥିକ କଷ୍ଟ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *