ବିଦା ହେବାର ମାତ୍ର କିଛି ମିନିଟ ପୂର୍ବରୁ ଝିଅ ଭାଙ୍ଗିଲା ବାହାଘର – ବର ଘର ସହ କନ୍ୟାର ବାପା ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ – କଣ ଏହାର କାରଣ?

ବିବାହ ଏକ ପବିତ୍ର ବନ୍ଧନ । ଯାହାର ଆମ ଜୀବନରେ ବହୁତ ମହତ୍ଵ ଅଛି । ସବୁ ପୁଅ ଝିଅ ନିଜର ବିବାହକୁ ନେଇ ଅନେକ ସ୍ଵପ୍ନ ଦେଖିଥାନ୍ତି । କିନ୍ତୁ ଏହାର ପଛରେ ଏକ ସତ୍ୟତା ଲୁଚି ରହିଛି । ଯେଉଁଠି ଗୋଟେ ଝିଅର ବାପା ତାର ଜୀବନରେ ଯାହା ସଞ୍ଜୟ କଇଥାଏ ସେ ସବୁ ଧନ ଖର୍ଚ୍ଚ କରିଦେଇଥାଏ । କିନ୍ତୁ ବହୁତ ପୁଅ ଘର ପରିବାର ଲୋକ ଭଲ ହୋଇନଥାନ୍ତି ଯେଉଁମାନେ ଝିଅମାନଙ୍କୁ ଅତ୍ୟାଚାର କରନ୍ତି । କିନ୍ତୁ ଝିଅମାନେ ସମାଜ ଆଗରେ ଖରାପ ନ ହେବା ପାଇଁ  ସବୁ ସହି ଡରିକି ରୁହନ୍ତି ।

ବର୍ତ୍ତମାନ କିନ୍ତୁ ସମୟ ବଦଳିଯାଇଛି ଓ ଏବେ ସମସ୍ତଙ୍କୁ ନିଜ ଫଇସଲା ନେବାର ପୂର୍ଣ୍ଣ ଅଧିକାର ଅଛି । ଏମିତି କିଛି ହୋଇଥିଲା ଗ୍ୱାଲିୟରର ଶିବାନୀଙ୍କ ସହ । ଯେବେ ସେ ଯୌତୁକ ବୋଝ ପାଇଁ ସବୁ ସହି ରହିଥିଲେ । କିନ୍ତୁ ବିଦାଇ ସମୟର ଠିକ୍ ପୂର୍ବରୁ ବାହାଘର ଭାଙ୍ଗିଗଲା, ଏହା ପଛରେ କଣ ଥିଲା କାରଣ ଆସନ୍ତୁ ଜାଣିବା ।

ଗତ ଶନିବାର ଦିନ କିଛି ଏଭଳି  ଘଟଣା ମଧ୍ୟପ୍ରଦେଶର ଦତିଆ ଜିଲ୍ଲାରେ ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ଘଟଣା ଜିବାଜି କ୍ଲବ୍ ଗେଟ୍-୧ ରେ ହୋଇଥିଲା । ବିବାହ ବେଦିରେ ପହଞ୍ଚିବା ପରେ କନ୍ୟା ବରଯାତ୍ରୀ ଫେରାଇ ଦେଲା ଏବଂ ପରିସ୍ଥିତି ଏତେ ସର ଗରମ ଥିଲା କି ପୋଲିସ୍ କୁ ଡାକିବାକୁ ପଡିଲା । ଗହଣା ଦୋକାନୀ ଦ୍ୱାରିକା ପ୍ରସାଦ ଅଗ୍ରୱାଲଙ୍କ ଝିଅ ଶିବାଙ୍ଗିଙ୍କ ବାହାଘର ଫାଲକା ବଜାର ନିବାସୀ ସୁରେଶ ଅଗ୍ରୱାଲଙ୍କ ପୁଅ ପ୍ରତୀକଙ୍କ ସହ ହେବାର ଥିଲା । ଫାଲକା ବଜାରରେ ସେନେଟ୍ରି ଦୋକାନ ଚଲାନ୍ତି ପ୍ରତୀକ।ଏବଂ ସିବାଙ୍ଗୀ ଗ୍ୱାଲିଅୟର୍ ରେ ଏମ୍ ବିଏ କରିବାପରେ ଜବ୍ କରୁଥିଲେ ।

ଶୁକ୍ରବାରକୁ ବରଯାତ୍ରୀ ଆସିଲେ ଓ ଶନିବାରକୁ ଯେବେ ବିଦାଇ ର କଥା ବାର୍ତ୍ତା ଚାଲିଥିଲା ତେବେ ପୁଅର ବାପା ସୁରେଶ୍ କନ୍ୟାର ଜିନିଷ ସବୁ ଦେଖିବାକୁ କହିଲେ । କନ୍ୟା ଏଥିରେ ରାଗିଯାଇଥିଲେ ଓ ବରଯାତ୍ରୀ ଫେରାଇ ନେବାକୁ କହିଥିଲେ । କନ୍ୟା କହିଲା କି ବର ପକ୍ଷ ତରଫରୁ ଯୌତୁକରେ ଟଙ୍କା ମାଗିଥିଲେ, ମୋର କୌଣସି ଭାଇ ନାହିଁ,  ମୋର ମା ଡାଇବେଟିଜ୍ ରୋଗୀ ଅଟନ୍ତି  ଓ ମୁଁ ନିଜ ବାପା ମାଙ୍କ ଦାୟିତ୍ୱ ନେବାକୁ ଚାହୁଁଛି ।

ସେ ପୁଣି କହିଲେ କି ଯେବେ ଯୌତୁକ ନାଁରୁ ଏତେ କଥା ଉଠିଲା ତାହା ସହିବାର ସୀମା ଅତିକ୍ରମ କରିଦେଲା ସେଥିପାଇଁ ମୁଁ ବାହାଘର ଭାଙ୍ଗିଦେଲି। ଏହାପରେ ପୋଲିସ୍ ଆସିଲା ଓ ବରକୁ ବୁଝାଇବାକୁ ଚାହିଁଲେ । କିନ୍ତୁ ଝିଅଟି କହିଲା କି ଏବେ ଯଦି ଭଗବାନ ବି ଆସି କୁହନ୍ତି ଶାଶୁଘର ଯିବେ ନାହିଁ । ଏହା ପରେ ପ୍ରତୀକ କହିଥିଲା କି ସେମାନେ କିଛି ଯୌତୁକ ମାଗି ନାହାନ୍ତି ଝିଅ ମିଛ କହୁଛି । ଆମେ ତାଙ୍କୁ ତାଙ୍କ ପଇସା ଦେଇଦେବୁ ହେଲେ କନ୍ୟାକୁ ସାଥିରେ ନେଇଯିବୁ । କିନ୍ତୁ ଯଦି ଝିଅ ଘର ବିଦାଇ କରୁନାହାନ୍ତି ତେବେ ଆମେ କଣ କରିପାରିବୁ ?

ଏହାପରେ ବରର ବାପା କହିଲେ, ମୁଁ  କନ୍ୟାକୁ କିଛି ଜିନିଷ ଓ ସୁଟକେଶ୍ ରେ ଥିବା ଶାଢି ଓ ଗହଣା ଦେଖେଇବାକୁ କହିଥିଲି । ଯେଉଁଥିପାଇଁ ସେମାନେ ଏହି ବାହାଘର ଭାଙ୍ଗିବାକୁ କହିଲେ । ହେଲେ କନ୍ୟାର ବାପା ଦ୍ୱାରିକା ପ୍ରସାଦ କହିଲେ କି ବାହାଘର ଠିକ୍ ହେବା ପରଠୁ ପୁଅ ଘର ପକ୍ଷରୁ ସବୁବେଳେ ନୂଆ ନୁଆ ଦାବି ହେଉଥିଲା ଓ ଏହା ସହିବାର ସୀମା ପାର କରିଥିଲା । କେବଳ  ବିଦାଇ ନୁହେଁ ବିଦାଇ ସମୟରେ ଝିଅର ଜିନିଷ ଦେଖିବାକୁ ସେମାନେ ବାରମ୍ବାର ବାଧ୍ୟ କରିଥିଲେ । ଏହା ଦେଖି ଝିଅ କହିଲା କି ଯଦି ଏବେଠୁ ଏମାନେ ଏହିପରି ଅବସ୍ଥା କରୁଛନ୍ତି ତେବେ ଆଗକୁ କଣ ବା ନ କରିବେ ।

Leave a Reply

Your email address will not be published. Required fields are marked *