ଝିଅର ପାଉଁଜି ଆପଣଙ୍କୁ ବନେଇ ପାରିବ ମାଲାମାଲ, ଜାଣନ୍ତୁ କଣ କରିବାକୁ ପଡିବ

ଝିଅମାନେ ଘରର ଲକ୍ଷ୍ମୀ ଅଟନ୍ତି । ଏହି କଥା ତ ଆପଣମାନେ ସମସ୍ତେ ଜାଣିଥିବେ ଆଉ ଏହି କଥାଟି ସତ ମଧ୍ୟ, ଯେବେ ଘରକୁ ଝିଅ ଜନ୍ମ ହୋଇକି ଆସେ ତା ସହିତ ଲକ୍ଷ୍ମୀ ମଧ୍ୟ ଆସିଥାନ୍ତି । ସବୁ ବାପା ମା ମାନେ ନିଜ ଝିଅକୁ ବହୁତ ସ୍ନେହ ଶ୍ରଦ୍ଧାରେ ପାଳିଥାନ୍ତି । ତାପରେ ଏମିତିଆ ଏକ ଦିନ ଆସେ ଯେଉଁ ଦିନ ଘରର ଲକ୍ଷ୍ମୀ ଘରୁ ବିଦା ନେଇଯାଏ । ଆମେ ବାହାଘର କଥା କହୁଛୁ ।

କୁହାଯାଏ କି ଯେବେ ଘରର ଝିଅ ଘରୁ ବିଦା ନେଇଯାଏ ସେବେ ତା ସହିତ ଘରର ଲକ୍ଷ୍ମୀ ମଧ୍ୟ ଚାଲିଯାନ୍ତି ।

କିନ୍ତୁ ଯଦି ଆପଣ ଚାହିଁବେ ତେବେ ଆପଣଙ୍କ ଘରୁ ଝିଅ ବିଦା ହେଲା ପରେ ମଧ୍ୟ ଆପଣଙ୍କ ଘରେ ଲକ୍ଷ୍ମୀ ରହିବେ ଓ ଏହା ସହିତ ଆପଣଙ୍କ ଝିଅ ବହୁତ ଭଲରେ ରହିବ । ଯଦି ଆପଣ ଚାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏକ ଏମିତିଆ ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କ ଘରେ ପଇସା ବଢିଯିବ ଏବଂ ଏହା ସହିତ ଆପଣଙ୍କ ଝିଅ ଯେଉଁ ଘରକୁ ଯିବ ସେଠି ମଧ୍ୟ ଧନର ବର୍ଷା ହେବ ।

ଝିଅକୁ ଚାନ୍ଦିର ପାଉଁଜି ଉପହାର ଦିଅନ୍ତୁ

ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନେ ପ୍ରତିଦିନ ସକାଳ-ସନ୍ଧ୍ଯାରେ ସାଜ-ଶ୍ରୃଂଗାର କରନ୍ତି ତାଙ୍କ ଘରେ ଦେବୀ ଲକ୍ଷ୍ମୀ ବାସ କରନ୍ତି । ମହିଳାଙ୍କ ଶ୍ରୃଂଗାରର ଏକ ଖାସ ବସ୍ତୁ ପାଉଁଜି ଅଟେ । ଏହି ପାଉଁଜି ମହିଳାଙ୍କ ସୁନ୍ଦରତା ବଢେଇବା ସହିତ ତାଙ୍କୁ ସବୁ ଲାଭ ମଧ୍ୟ ଦେଇଥାଏ ।

ଚାନ୍ଦିରେ ପ୍ରସ୍ତୁତ ପାଉଁଜି ଚନ୍ଦ୍ରମାର ପ୍ରତୀକ ଅଟେ ।ଏଥିରେ ଲାଗିଥିବା ଚାନ୍ଦିର ଘୁଙ୍ଗୁରୁ ମନକୁ ଏକାଗ୍ରତ କରିଥାଏ । ଯେଉଁ ଘରେ ମହିଳାମାନଙ୍କ ପାଉଁଜି ଶବ୍ଦ ଶୁଣା ଯାଇଥାଏ ସେହି ଘରେ ଦ୍ଯବିକ ଶକ୍ତିର କୃପା ବନିରହିଥାଏ । ସେଥିପାଇଁ ଝିଅକୁ ଚାନ୍ଦିର ପାଉଁଜି ଉପହାର ଦେବା ଶୁଭ ମାନନ୍ତି ।

ବାହାଘର ପୂର୍ବରୁ ଝିଅର ଏକ ପାଉଁଜି ବାକ୍ସରେ ରଖନ୍ତୁ

ଝିଅ ଯେବେ ବାହାଘର ପରେ ଘରୁ ବିଦା ନେଇଯାଏ ସେବେ ତା ମା ବାପା ଦ୍ଵାରା ଉପହାର କରାଯାଇଥିବା ଏକ ପାଉଁଜିକୁ ଗୋଡରୁ ବାହାର କରି ନିଜ ବାକ୍ସରେ ରଖି ଦିଅନ୍ତୁ । ଅନ୍ୟ ପାଉଁଜିକୁ ଝିଅର ଶାଶୁ ଘରକୁ ନେଇଯିବାକୁ ଦିଅନ୍ତୁ ଏବଂ ସେହି ପାଉଁଜିକୁ ଗୋଟେ ବାକ୍ସରେ ରଖିବାକୁ ଉପଦେଶ ଦିଅନ୍ତୁ । ଏହା କରିବା ଡ଼ିଡ଼ବଲଇଉର ଦେଖିବେ ଆପଣଙ୍କ ଘରେ ଧୀରେ ଧୀରେ ଧନର ଆଗମନ ହେବ । ଏହା ସହିତ ଯଦି ଆପଣଙ୍କ ଧନ କୌଣସି ଜାଗାରେ ଅଟକି ଅଛି ତେବେ ତାହା ଆପଣଙ୍କୁ ବହୁତ ଶୀଘ୍ର ମିଳିବ । ଏହି ଉପାୟର ଖାସ କଥା ହଉଛି, ଏହାର ଲାଭ ଝିଅର ବାପଘରେ ଓ ଶାଶୁଘରେ ଦୁଇ ଜାଗାରେ ମିଳିଥାଏ ।

Leave a Reply

Your email address will not be published. Required fields are marked *