୬ ମାସ ବନ୍ଦ ଘରେ ରହି ହେଉଥିଲେ ୟୁପିଏସସି ପାଇଁ ପ୍ରସ୍ତୁତ, ଝିଅର ସଫଳତା ଦେଖି ପରିବାର ଲୋକ ହୋଇଗଲେ ଆଶ୍ଚର୍ଯ୍ୟ

ଆମ ସମାଜରେ ଗୋଟେ ଝିଅର ସୁରକ୍ଷା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ଗୋଟେ ଝିଅ ଜୀବନରେ ଯେତେ ଦୁଖ କଷ୍ଟ ଆସିଥାଏ ତାହା କେବଳ ସେ ହିଁ ଜାଣିଥାଏ । ଗୋଟେ ଝିଅ ନିଜ ଜୀବନରେ ସଫଳତା ପାଇବା ପାଇଁ କେବଳେ ସମାଜ ସହ ନୁହେଁ ବରଂ ଦରକାର ପଡିଲେ ନିଜ ପରିବାର ସହ ମଧ୍ୟ ଲଢିପାରେ ।

ଆଜିର ଆମର ଏହି ଲେଖାରେ ଏମିତି ଏକ ଝିଅର କାହାଣୀ ରହିଛି ଯାହାକୁ ଶୁଣିଲେ ଆପଣ ମାନେ ବିଶ୍ଵାସ କରିବେ ନାହି । ଏହି ଝିଅ ଜଣକ ନିଜ ଜୀବନରେ ଅନେକ ସଂଘର୍ଷ କରିବା ପରେ ଆଜି ଆଇଏସ ଅଫିସର ହୋଇ ପାରିଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଝିଅ କିଏ ଓ ତାଙ୍କ ଜୀବନର କାହାଣୀ କଣ ରହିଛି ।

ଏହି କାହାଣୀ ହେଉଛି ହରିୟାନା ଗୁରୁଗ୍ରାମର ନିଧି ଯୁବାଜ ଯିଏ ଦଶମ ଶ୍ରେଣୀରେ ପାସ କରିବା ପରେ ମେକନିକାଲ ଇଂଜିନିୟରିଂ କରିଥିଲେ । ତାଙ୍କର ଏଭଳି ନିଷ୍ପତି ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ମେକାନିକାଲ ଇଂଜିନିୟରିଂ କେବଳ ପୁଅ ମାନଙ୍କ ପାଇଁ ହୋଇଥିବାରୁ ନିଧି କିପରି ଏହା କରି ପାରିବେ ତାହା ପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହା ପରେ ସେ ମେକାନିକାଲ ଇଂଜିନିୟରିଂରେ ଡିଗ୍ରୀ ହାସଲ କରି ହାଇଦ୍ରାବାଦରେ ଚାକିରି ପାଇଥିଲେ ।

ଚାକିରି କରିବା ପରେ ସେ ଅନୁଭବ କରିଥିଲେ ଯେ ଏହା ତାଙ୍କ ଯୋଗ୍ୟତା ଅନୁସାରେ ଠିକ ଚାକିରି ନୁହେଁ । ଏହା ପରେ ସେ ନିଜ ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସେ ୟୁପିଏସ ପାଇଁ ପ୍ରସ୍ତୁତ ହୋଇଥିଲେ । ନିଧି ଚାକିରି ଛାଡି ଘରକୁ ଆସିଥିବାରୁ ତାଙ୍କ ପରିବାର ଲୋକେ ଏହାର ପ୍ରତିବାଦ କରିଥିଲେ । ଏହା ପରେ ନିଧି ୟୁପିଏସ ପରୀକ୍ଷାରେ ଦୁଇ ଦୁଇ ଥର ବିଫଳ ହୋଇଥିଲେ ।

ପରୀକ୍ଷାରେ ବିଫଳ ହେବା ପରେ ନିଧିଙ୍କ ପରିବାର ଲୋକେ ତାଙ୍କର ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ । ତାଙ୍କ ଘର ଲୋକେ ସର୍ତ୍ତ ରଖିଥିଲେ ଯେ କଣ ସେ ନିଜ ପରିଶ୍ରମରେ ଆଇଏସ ଅଫିସର ହେବେ ନା ବିବାହ କରିବେ । ଏହି ଦୁଇଟି ସର୍ତ୍ତକୁ ନିଧି ନିଜ ଘର ଲୋକଙ୍କ ସହ ଚ୍ୟାଲେଞ୍ଜ କରିଥିଲେ । ଏହା ପରେ ନିଧି ଯେଉଁ ନିଷ୍ପତି ନେଇଥିଲେ ତାହା ଜାଣିଲେ ଅବାକ ଲାଗିବ । ସେ ନିଜ ଜୀବନରେ ସଫଳ ହେବ ପାଇଁ ନିଜକୁ ଗୋଟେ ଘରେ ୬ ମାସ ଯାଏଁ ବନ୍ଦ କରି ରଖିଥିଲେ ।

ସେ ନିଜ ପାଠପଢାରେ ଏପରି ହଜି ଯାଇଥିଲେ ଯେ ନିଜ ଘର ଲୋକଙ୍କ ସହ ଠିକରେ କଥା ହେଉ ନ ଥିଲେ । ଶେଷରେ ସେ ନିଜର କଠିନ ପରିଶ୍ରମର ଫଳ ପାଇଲେ ଓ ଆଇଏସ ଅଫିସର ହୋଇ ନିଜ ଘର ଲୋକଙ୍କୁ ଦେଖାଇ ଥିଲେ ଯେ ଗୋଟେ ଝିଅ ପୁଅ ଠାରୁ କମ ନୁହେ । ନିଧିଙ୍କର ସଫଳତା ବର୍ତ୍ତମାନର ଯୁବପିଢି ପାଇଁ ଏକ ପ୍ରେରଣା ଦେବା ସହ ଏକ ଉଦାହରଣ ମଧ୍ୟ ହୋଇ ପାରିଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *