ଶେଷ ନିଃଶ୍ୱାସ ବେଳେ ମା’କୁ ଖୋଜୁଥିଲା ଝିଅ… ଟ୍ୟୁସନରୁ ଫେରୁଥିବା ସମୟରେ ଝିଅ ସହ ହେଲା କିଛି ଏମିତି, ଶୁଣି ଆପଣ ବି କାନ୍ଦି ପକାଇବେ…ଦେଖନ୍ତୁ Video

ପୁଅ ନାହି ବଳି ବଡ ଅଲି ଅଳିରେ ବଢାଇଥିଲେ ଝିଅକୁ ବାପା ମା । ବୟସ ମାତ୍ର ୧୪ ହୋଇଥିଲେ ମହଦୀ ଘରର ଝିଅ ନୁହେଁ ସେ ପୁଅ ଥିଲା । ପାଠ ସହ ସବୁ କ୍ଷେତ୍ରରେ ସେ ପାରଙ୍ଗମ ଥିଲା । ଝିଅ ଲକ୍ଷ୍ମୀପ୍ରିୟା ଜାଣି ନ ଥିଲା ଏ ଦୁନିଆରେ ସେ ଖୁବ କମ ଦିନର ଅତିଥି ବୋଲି । ବାପା ମା ସାହି ପଡିଶା ବନ୍ଧୁ ବାନ୍ଧବଙ୍କ ଆଖିରୁ ଲୁହ ସୁଖୁ ନାହି । ସକାଳୁ ସକାଳୁ ଟ୍ଯୁସନରୁ ଫେରିବା ବେଳେ ଛକ ଉପରେ ବାଲି ବୋଝେଇ ହାଇୱାଟି ତା ଉପରକୁ ମାଡି ଯାଇଥିଲା । ରାସ୍ତାରେ ବହି ସାଇକେଲ ସେମିତି ପଡିଛି କିନ୍ତୁ ଝିଅ ଆଉ ନାହି । ସେ ଚିର ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଛି ।

ଘଟଣା ସ୍ଥଳରେ ଛଟପଟ ହୋଇ ଚାଲି ଯାଇଛି ଲକ୍ଷ୍ମୀପ୍ରିୟା ଙ୍କ ଜୀବନ । ଯାହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ସ୍ଥାନୀୟ ଲୋକେ । ଲକ୍ଷ୍ମୀପ୍ରିୟା ଙ୍କ ମା କ୍ଷଣ କ୍ଷଣକରେ ମୂର୍ଚ୍ଛା ହୋଇ ଯାଉଛନ୍ତି । କାରଣ ଆଉ ତାଙ୍କ ଝିଅ ଫେରିବେ ନାହି କି ତାକୁ ଆଉ ବୋଉ ବୋଲି ଡାକିବେ ନାହି । ସବୁ ଦିନ ପାଇଁ ଝିଅ ମା କୁ ଛାଡି ଚାଲି ଯାଇଛି ।

କେନ୍ଦ୍ରାପଡା ଦାନପୁର ରାସ୍ତା ର ଝିଙ୍କିଡି ହାଟ ବାଣପୁର ଛକରେ ଆଜି ସକାଳେ ଏହି ଘଟିଥିଲା ମର୍ମନ୍ତଦ ସଡକ ଦୁର୍ଘଟଣା । ପବନ ବେଗରେ ମାଡି ଯାଇଥିଲା ଖବର ଆଉ ତା ପରେ ରାସ୍ତାକୁ ଓଲହାଇ ଆସିଥିଲେ ଗାଁ ଲୋକେ । ପରିବାରକୁ ନ୍ୟାୟ ଦେବା ପାଇଁ ରାସ୍ତା ଉପରେ ବସି ରହିଥିଲେ ସ୍ଥାନୀୟ ଲୋକେ ଓ ସମ୍ପର୍କୀୟ ।

ଦୁର୍ଘଟଣା ଘଟାଇ ଥିଲା ଗାଡିର କାଗଜ ପତ୍ର ନ ଥିବା ବେଳେ ଗାଁ ରାସ୍ତା ରେ ବେଆଇନ ଭାବେ ବାଲି ଚାଲାଣ କାର ଯାଉଇଛି । ଆଉ ଅଭିଯୋଗ କରିଲେ ଟ୍ରକ ଡ୍ରାଇଭର ମାନେ ନାଲି ଆଖି ଦେଖାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଯାହା ଫଳରେ ଏଭଳି ଅମୂଲ୍ୟ ଜୀବନ ଗୁଡିକ ଅକାରଣରେ ଚାଲି ଯାଉଛି ।

ତେବେ ପ୍ରଶାସନ ଆସି ଏହାର ସମାଧାନ ନ କରିଲା ଯାଏଁ ଏମିତି ରାସ୍ତା ଉପରେ ବସି ରହିବେ ବୋଲି ଗାଁ ଲୋକେ ଆଦି ବସିଥିବା ବେଳେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଛି । ଗାଡିର ଡ୍ରାଇଭର କୁ ଅଟକ ରଖିବା ସହ ପୋଲିସ ଘଟଣାର ତଦନ୍ତ କରୁଛି ।

ତେବେ ଯେଉଁ କୋମଳ ଜୀବନ ଟି ଅକାରଣରେ ଚାଲି ଯାଇଛି ତାକୁ ନେଇ ସାରା ଅଂଚଳ ରେ ଶୋକର ଛାୟା ଖେଳି ଯାଇଛି । ତେବେ ଲକ୍ଷ୍ମୀପ୍ରିୟା ନିଜର ଶେଷ ନିଶ୍ଵାସ ନେଉଥିବା ବେଳେ ନିଜ ମା ଙ୍କୁ ବହୁତ ମାନେ ପକାଇଛନ୍ତି ଯାହା ସ୍ଥାନୀୟ ଲୋକେ ମତ ଦେଇଛନ୍ତି ।

ଜଣେ ନିରୀହ ଜୀବନ ଚାଲିଗଲା ଆଉ ଗୋଟେ ମା ପାଖରୁ ତ ପିଲା ଚାଲିଗଲା ସତରେ ଏହି ଘଟଣା ଟି ହୃଦୟ ବିଦାରକ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *