ସାରା ଦୁନିଆଠୁ ହାରିଯାଅ କିନ୍ତୁ ଜୀବନରେ କେବେ ନିଜଠୁ ହାରିବ ନାହିଁ- Chanakya Niti

ଆଜିର ଦୁନିଆରେ ପ୍ରତେକ ବ୍ୟକ୍ତି ସଫଳ ହେବାକୁ ଇଚ୍ଛା କରିଥାନ୍ତି । କିନ୍ତୁ ଯେଉଁ ବ୍ୟକ୍ତି ରାସ୍ତାରେ ଆସୁଥିବା ସମସ୍ୟା ଗୁଡିକ ବିଷୟରେ ଚିନ୍ତା କରିଥାଏ ସେ କେବେ ବି ସଫଳ ହୁଏ ନାହି । ଯେଉଁ ବ୍ୟକ୍ତି ଜୀବନରେ କଠିନ ପରିଶ୍ରମ କରିଥାଏ ସେ ହିଁ ସଫଳ ହୋଇଥାଏ ଏହା ସତ କଥା । ଲୋକ ମାନେ କୁହନ୍ତି ତୁମେ ଆଗକୁ ବଢ ମୁଁ ତୁମ ସହ ରହିଛି । କିନ୍ତୁ ଯଦି ଜଣେ ବ୍ୟକ୍ତିଙ୍କ ସହଯୋଗ ଅନ୍ୟ ଜଣେ କରିବ ତେବେ ସଂଘର୍ଷ କରିବାର କୌଣସି ଆବଶ୍ୟକତା ପଡିବ ନାହି ।

ଜୀବନରେ ଯେଉଁ ବ୍ୟକ୍ତି ନିଜର ଭୁଲ ବୁଝିପାରି ତାକୁ ସୁଧାରିବାକୁ ଚେଷ୍ଟା କରିଥାଏ ସେହି ବ୍ୟକ୍ତି ଜୀବନରେ ସଫଳ ହୋଇଥାଏ । ଯେବେ ଆପଣ ଆଗକୁ ପାଦ ବଢାଉଛନ୍ତି ତେବେ ପ୍ରକୃତି ମଧ୍ୟ ଆପଣଙ୍କର ରାସ୍ତା କୁ ସଫା କରିବାରେ ସହଯୋଗ କରିଥାଏ । ନିଷ୍କ୍ରିୟତା ମୃ-ତ୍ୟୁ ସମାନ ହୋଇଥାଏ । କିନ୍ତୁ ମେହନତ କରିବା ଭଲ ଜୀବନର ମାର୍ଗ ହୋଇଥାଏ । ତେଣୁ ମୂର୍ଖ ଲୋକ ମାନେ ନିଷ୍କ୍ରିୟ ରହିଥାନ୍ତି । ଅନ୍ୟ ପକ୍ଷେ ବୁଦ୍ଧିମାନ ଲୋକ ମାନେ ମେହନତୀ ହୋଇଥାନ୍ତି ।

ଛୋଟ ଚିନ୍ତାଧାରା ମାନସିକୁ ଆଗକୁ ବଢିବାକୁ ଦିଅ ନାହି । ତେଣୁ ପ୍ରତେକ ବ୍ୟକ୍ତି ନିଜର ଚିନ୍ତାଧାରା ବଡ କରିବା ଉଚିତ । କାରଣ ଆପଣଙ୍କ ସଫଳତା ସେତେ ବଡ ଯେତିକି ଆପଣଙ୍କ ଚିନ୍ତାଧାରା । ଏ ଦୁନିଆରେ ପ୍ରତେକ ବ୍ୟକ୍ତି ଙ୍କୁ ସମୟ ବରାବର ମିଳିଥାଏ । ଏହା ବ୍ୟକ୍ତି ଉପରେ ନିର୍ଭର କରିଥାଏ ଯେଉଁ ସମୟ ସୀମା ତାକୁ ଜୀବନରେ କିଛି କ୍ଷଣ ପାଇଁ ମିଳିଛି ସେହି ସମୟ ମଧ୍ୟରେ ସେ କିଛି ଭଲ କାମ କରି ପାରିବ ।

ଯଦି ବ୍ୟକ୍ତି ଇଚ୍ଛା କରିବ ତେବେ ଶୋଇ ରହି ନିଜର ଜୀବନ ବିତାଇ ପାରିବ ତାହା ତାର ଚିନ୍ତାଧାରା ଉପରେ ନିର୍ଭର କରିଥାଏ । ଦୁନିଆର ସବୁ ସମସ୍ଯା ମଣିଷର ଚିନ୍ତାଧାର ଉପରେ ନିର୍ଭର କରିଥାଏ । ତେଣୁ ପ୍ରତେକ ବ୍ୟକ୍ତି ନିଜର ଦୃଢ ମନୋବଳ ଦ୍ଵାରା ଆଗକୁ ବଢି ପାରିଲେ ଜୀବନରେ ସଫଳତା ହାସଲ କରି ପାରିବ । ମଣିଷ ଜୀବନରେ ମାୟାର ବହୁତ ମୂଲ୍ୟ ରହିଛି । ସମୟ କାହାକୁ ଅପେକ୍ଷା କରେ ନାହି ବରଂ ଆମେ ସମୟକୁ ଅପେକ୍ଷା କରିଥାଉ ।

କାରଣ ସମୟ ଅନେକ କିଛି ଦେଖାଇବା ସହ ଶିଖାଇଥାଏ । ଭଲ ବ୍ୟକ୍ତି ସହ ଭଲ ବ୍ୟବହାର କରିବା ଉଚିତ । ଖରାପ ବ୍ୟକ୍ତି ସହ ଖରାପ ବ୍ୟବହାର କରିବା ଉଚିତ ନୁହେଁ । କାରଣ ଯଦି ଆପଣ କାହାକୁ ଖରାପ ବ୍ୟବହାର କରିଥିବେ କାଲି ଆପଣଙ୍କ ସହ ମଧ୍ୟ ହୋଇପାରେ ।

ଯଦି ଜୀବନରେ ହାର ର କୌଣସି ସମ୍ଭାବନା ନାହି ତେବେ ଜିତିବାର କୌଣସି ଆନନ୍ଦ ହିଁ ନାହି । ଯଦି ଜୀବନରେ କେବେ ଖରାପ ସମୟ ଆସିବ ନାହି ତେବେ ନିଜ ଲୋକ ଓ ବାହାର ଲୋକ ମଧ୍ୟରେ କଣ ପାର୍ଥକ୍ଯ ରହିଛି ତାହା ଜାଣି ହେବ ନାହି । ତେଣୁ ଜୀବନରେ କେବେ ହାର ମାନିବା ଅନୁଚିତ ବୋଲି ଚାଣକ୍ୟ ନୀତିରେ କୁହା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *