ଲାଇଫ ହ୍ୟାକ- ଜିନ୍ସର ରଙ୍ଗ ସେଭଳି ଚମକଦାର ରଖିବାକୁ, ଆପଣାନ୍ତୁ ଏହି ଟ୍ରିକ

ଆଜିକା ସମୟରେ ସବୁ ବୟସ ଭଲ ଦେଖା ଯିବା ପାଇଁ ଜିନ୍ସ ପିନ୍ଧିବା ପସନ୍ଦ କରନ୍ତି କାହିଁକିନା ଏହା ଦେଖିବା ପାଇଁ ଷ୍ଟାଇଲିଶ ଲୁକ ଦେଇଥାଏ ଏହା ଛଡା କୌଣସି ସମାରୋହରେ ପିନ୍ଧି ପାରିବେ । କିନ୍ତୁ ଜିନ୍ସ ପିନ୍ଧିବା ଓ ଭଲ ଦେଖା ଯିବା ଯେତେ ସୁନ୍ଦର ହୋଇଥାଏ ଏହା ଘରେ ଧୋଇବା ସବୁଠାରୁ କଠିନ ଅଟେ ଓ ପରିଶ୍ରମ କାମ ଅଟେ । କାହିଁକିନା ଏହାକୁ ଧୋଇଲେ ବହୁତ ଶୀଘ୍ର ଏହାର ରଙ୍ଗ ଫେଡ ହୋଇଥାଏ ଓ ମେଟେରିଅଲ ମଧ୍ୟ ଖରାପ ହୋଇଥାଏ ।

Image Courtesy: Google

ବହୁତ ଲୋକ ଏହି ଅସୁବିଧା ଠାରୁ ବଞ୍ଚିବା ପାଇଁ ଜିନ୍ସ ଡ୍ରାଇକ୍ଳିନ ପାଇଁ ଦେଇଥାନ୍ତି କିନ୍ତୁ ଏଥିରେ ଖର୍ଚ ହୋଇଥାଏ ଏହା ସହ ସମୟ ମଧ୍ୟ ଦରକାର ପଡିଥାଏ । ଏହି ଭଳି ସମସ୍ଯା ଦେଖିବା ପରେ ଆଜି ଆମେ ଆପଣଙ୍କ ପାଇଁ ଜିନ୍ସ ଧୋଇବା କିଛି ଏମିତି ଉପାୟ ଆଣିଛୁ ଯାହା ଆପଣଙ୍କ ଜିନ୍ସ ରଙ୍ଗ ଓ କପଡା ଭଲ ରଖିବ ଓ ଆପଣଙ୍କ ଜିନ୍ସ ଅଧିକ ଦିନ ଚଳିବ ।

ଥଣ୍ଡା ପାଣି :

ଜିନ୍ସ ଧୋଇଲା ବେଳେ ସମସ୍ତଙ୍କୁ ଏହା ଡର ଲାଗିଥାଏ ଯେ ଜିନ୍ସ ରଙ୍ଗ ଛାଡିବ ତେବେ ଜିନ୍ସ ରଙ୍ଗ ନ ଛାଡିବା ପାଇଁ ଆପଣଙ୍କୁ ସବୁବେଳେ ଥଣ୍ଡା ପାଣି ବ୍ୟବହାର କରିବା ଉଚିତ । ଜିନ୍ସ ଧୋଇଲା ବେଳେ ଭୁଲରେ ବି ଗରମ ପାବୀ ବ୍ୟବହାର କରନ୍ତୁ ନାହିଁ, ଗରମ ପାଣିରେ ଜିନ୍ସ ପକେଇଲେ ରଙ୍ଗ ଧୋଇ ହେଇଯାଏ ସେଥିପାଇଁ କେବେ ଜିନ୍ସ ଗରମ ପାଣିରେ ଧୋଇବା ଉଚିତ ନୁହ ।

ଜିନ୍ସ ସବୁବେଳେ ଓଲଟା କରି ଧୁଅନ୍ତୁ :

ଜିନ୍ସ ଧୋଇଲା ବେଳେ ସବୁଠାରୁ ବିଶେଷ କଥା ଏହା ଅଟେ ଯେ ଜିନ୍ସ ଓଲଟା କରି ଧୋଇବା ଉଚିତ କେବେ ବି ସିଧା ଧୁଅନ୍ତୁ ନାହିଁ ନଚେତ ରଙ୍ଗ ଉଡିବ, ଧୋଇବା ଆଗରୁ ଜିନ୍ସ ଓଲଟା କରନ୍ତୁ ।

Image Courtesy: Google

ୱାସିଙ୍ଗ ମେସିନରେ ଧୋଇଲା ସମୟରେ :

ଯଦି ଆପଣ ଜିନ୍ସ ମେସିନରେ ଧୂଆଁଟିଆ ତେବେ ମେସିନକୁ ଆଗ ଜେଣ୍ଟଲ ମୋଡ ରେ ରଖନ୍ତୁ ଓ ଜିନ୍ସକୁ ଧୋଇଲା ପରେ ଏହାକୁ ଡ୍ରାୟରରେ ସୁଖାନ୍ତୁ ନାହିଁ କାହିଁକିନା ଏହା ଦ୍ଵାରା ଜିନ୍ସ କପଡା ଖରାପ ହୋଇଥାଏ ସେଥିପାଇଁ ଏହାକୁ ହେଙ୍ଗରରେ ଟାଙ୍ଗୀ ପବନରେ ସୁଖେଇବା ଉଚିତ ।

ଡିଟରଜେଣ୍ଟ ବାଛିବାରେ ସାବଧାନ ରୁହନ୍ତୁ :

ଜିନ୍ସ ଧୋଇଲା ବେଳେ ଆପଣ ମାଇଲ୍ଡ ଡିଟରଜେଣ୍ଟ ବ୍ୟବହାର କରନ୍ତୁ, ବ୍ଲିଚ ବା ଅଧିକ ମାତ୍ରାରେ କାଷ୍ଟିକ ସୋଡା ଡିଟରଜେଣ୍ଟ ବ୍ୟବହାର କଲେ ଜିନ୍ସ ରଙ୍ଗ ଖରାପ ହୋଇଥାଏ ଏହା ସହ କପଡା ମଧ୍ୟ କିଛି ଦିନ ଭିତରେ ଖରାପ ହୋଇଥାଏ ।

Image Courtesy: Google

ଜିନ୍ସ ଉପରେ ଲେଖା ହୋଇଥିବା ଇନ୍ସଟ୍ରକସନ ମାନନ୍ତୁ :

ଜିନ୍ସ ଧୋଇଲା ସମୟରେ ସେଥିରେ ଲେଖା ହୋଇଥିବା ନିରଦେଶଧ୍ୟାନ ରଖିବା ଆବଶ୍ୟକ ଅଟେ । ପ୍ରାୟତଃ ଲୋକ ଏହାକୁ ପଢିଲେ ମଧ୍ୟ ମାନନ୍ତି ନାହିଁ ଯାହା ଦ୍ଵାରା ଜିନ୍ସ ଶୀଘ୍ର ଖରାପ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *