ଜିଓ ବର୍ତ୍ତମାନର ସବୁଠୁ ଅଧିକ ବ୍ୟବହୃତ ହେଉଥିବା ନେଟୱର୍କ ଅଟେ । ଯାହା ସବୁବେଳେ କିଛି ନା କିଛି ନୂଆ ନୂଆ ଅଫର ନିଜ ଗ୍ରାହକ ମାନଙ୍କୁ ଦେଇ ଖୁସି କରାଏ। ଏବେ ମଧ୍ୟ ସେହିଭଳି ଏକ ନୂଆ ପ୍ଳାନ ଆଣି ଆସିଛି ଜିଓ । ଏହା ଜିଓ ଗ୍ରାହକଙ୍କ ପାଇଁ ଏକ ବମ୍ପର ଅଫର ଅଟେ । ଅଧିକ ଭ୍ୟାଲିଡିଟି ଥିବା ପ୍ଳାନ ଏତେ ଶସ୍ତା ଯେ ଆପଣ ଜାଣିଲେ ଖୁସିରେ ନାଚି ଉଠିବେ।
ରିଲାଏନ୍ସ ଜିଓ ଯାହାକି ମୁକେଶ ଆମ୍ବାନୀଙ୍କ କମ୍ପାନି ଅଟେ, ସେ ନିଜର ଉଜର୍ଷରଙ୍କ ପାଇଁ ଅଧିକ ଭେଲିଡିଟି ଥିବା ଦୁଇଟି ନୂଆ ପ୍ଲାନ୍ ଆରମ୍ଭ କରିଛି। ୫୯୪ ଟଙ୍କା ଓ ୨୯୭ ଟଙ୍କାର ଦୀର୍ଘ ଭେଲିଡିଟି ଥିବା ପ୍ଲାନ୍ସ ଟେଲିକମ୍ ଅପରେଟର ଲଞ୍ଚ କରଛି । ୫୯୪ଟଙ୍କାର ପ୍ଲାନ୍ର ବୈଧତା ୧୬୮ ଦିନର ରହିଛି। ଏଥିରେ ଜିଓଫୋନ୍ ବ୍ୟବହାରକାରୀଙ୍କୁ ଅସମୀମିତ ଲୋକାଲ୍ ଓ ଏସ୍ଟିଡି କଲ ବି ମିଳିବ।
ଏଥି ସହିତ ଅସୀମିତ ଡାଟା ବି ମିଳିବ। ପ୍ରତିଦିନ ଗ୍ରାହକ ଅର୍ଥାତ୍ ୦.୫ଜିବିର ଫାଇଦା ଉଠାଇ ପାରିବେ। ଏହି ଲିମିଟ ଶେଷ ହୋଇଗଲେ ଡାଟା ସ୍ପିଡ୍ ୬୪କେବିପିଏସ୍ ହୋଇଯିବ। ଏଥିସହିତ ବ୍ୟବହାରକାରୀଙ୍କୁ ଜିଓ ସୁଟ ଆପ୍ ଓ ପ୍ରତି ମାସରେ ୩୦୦ ଏସ୍ଏମଏସ୍ ମିଳିବ।
ସେହିପରି ଅନ୍ୟ ଏକ ପ୍ଲାନ୍ ୨୯୭ର ଭେଲିଡିଟି ୮୪ଦିନ ପର୍ଯ୍ୟନ୍ତ ରହିଛି। ଏଥିରେ ବି ଜିଓଫୋନ୍ ଗ୍ରାହାକଙ୍କୁ ଅସୀମିତ ଲୋକାଲ ଓ ଏସ୍ଟିଡି କଲ୍ ମିଳବ। ଏହି ପ୍ଲାନ୍ରେ ବି ଡେଲି ଡାଟା ଲିମିଟ ୦.୫ଜିବି ରହିଛି। ଏହି ସ୍ପିଡ୍ ଶେଷ ହୋଇଗଲେ ଡାଟା ସ୍ପିଡ୍ ୬୪କେବିପିଏସ୍ ହୋଇଯିବ। ଏଥିସହିତ ଜିଓ ଆପ୍ର ଆକ୍ସେସ୍ ବି ରହିବ ଓ ପ୍ରତି ମାସରେ ୩୦୦ଏସ୍ଏମ୍ଏସ୍ ମିଳିବ।