ଯେତେବେଳେ ଜିଭା ଧୋନି ହେଲେ ଏମ.ଏସ ଧୋନିଙ୍କ ମେକପ ଆଟିଷ୍ଟ- ଦେଖନ୍ତୁ ଭିଡିଓ

ମାଳଦ୍ଵୀପରେ ଭଲିବଲ ଖେଳିବା ହେଉ କିମ୍ବା ମଧ୍ୟପ୍ରଦେଶର କାହ୍ନା ନେସନାଲ ପାର୍କରେ ବୁଲିବା ହେଉ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାଯକ ମହେନ୍ଦ୍ର ସିଂ ଧୋନି ତାଙ୍କର ସମସ୍ତ କାର୍ଯ୍ୟରେ ସୋସିଆଲ ମିଡିଆକୁ ନିଜ ଆଡକୁ ଆକର୍ଷଣ କରିଥାନ୍ତି । ନିକଟ ଅତୀତରେ ସେ ମୁମ୍ବାଇରେ ନିଜ ଝିଅ ଜିଭା ଧୋନିଙ୍କ ସହ ଫଟୋ ସୁଟରେ ନଜର ଆସିଥିଲେ ।

ଏହି ସମୟରେ ଜିଭା ଧୋନି ନିଜ ପିତାଙ୍କର ମେକପ ଆଟିଷ୍ଟ ବନିଯାଇଥିଲେ । ଧୀରେ ଧୀରେ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଶୀଘ୍ର ବ୍ଯାପ୍ତିଗଲା । ଏହି ଭିଡିଓରେ ଜିଭା ନିଜ ପିତାଙ୍କ ମୁହଁରେ ତୁଳି ବୁଲେଇବାର ନଜର ଆସିଥିଲେ । ଏହି ସମୟରେ ଧୋନିଙ୍କ ହେୟାର ଷ୍ଟାଇଲିଷ୍ଟ ସପ୍ନା ମୋତି ଭାବନାନୀ ଏହି ଦୃଶ୍ୟକୁ ଦେଖୁଥିଲେ । ଏହି ଭିଡିଓକୁ ଧୋନିଙ୍କ ଫ୍ଯାନ କ୍ଲବ ଗଣମାଧ୍ୟମରେ ଶେୟାର କରିଥିଲା ।

ଆପଣମାନଙ୍କୁ କହି ରଖୁଛୁ ଭାରତକୁ ୨ ଥର ବିଶ୍ଵକପ ଦେଇଥିବା ମହେନ୍ଦ୍ର ସିଂ ଧୋନି ଗତବର୍ଷ କ୍ରିକେଟ ବିଶ୍ଵକପ ସେମିଫାଇନାଲରେ ନ୍ୟୁଜଲାଣ୍ଡ ବିପକ୍ଷରେ ପରାଜୟ କରିବାପରେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ଖେଳି ନାହାନ୍ତି । ଏହା ପରେ ସେ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶୃଙ୍ଖଳା ଖେଳି ନାହାନ୍ତି । ଏହା ବ୍ଯତୀତ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ଶୃଙ୍ଖଳା ଓ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଦିବଶିୟ ଶୃଙ୍ଖଳା ମଧ୍ୟ ଖେଳି ନାହାନ୍ତି ।

କ୍ରମାଗତଭାବେ କ୍ରିକେଟ ନ ଖେଳିବା ହେତୁ ସୌରଭ ଗାଙ୍ଗୁଲିଙ୍କ ଅଧକ୍ଷତାରେ ବିସିସିଆଇ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ବହିସ୍କାର କରିଥିଲେ । ୨୯ ମାର୍ଚକୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ ଶୃଙ୍ଖଳାରେ ପୁଣିଥରେ ଚେନ୍ନାଇ ସୁପରକିଙ୍ଗ ଦଳର ଅଧିନାୟକ ଭାର ତୁଲାଇବେ । ଏଥର ଆଇପିଏଲର ଉଦ୍ଘାଟନୀ ମ୍ଯାଚ ପୂର୍ବ ବର୍ଷର ବିଜେତା ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଉପବିଜେତା ଛେନାଇ ସୁପେରକିଙ୍ଗ ମଧ୍ୟରେ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *