ଆଲିୟା ଭଟ୍ଟ ରଣବିର କପୁରଙ୍କ ସହିତ ବିବାହ କରିବାର ଖବରକୁ କହିଛନ୍ତି ଏଣ୍ଟରଟେନମେଣ୍ଟ, କହିଲେ ଏହି କଥା

ଫିଲ୍ମ ଦୁନିଆରେ ଫିଲ୍ମ ସହିତ ଯୋଡି ହୋଇଥିବା ଖବର ସହିତ ବଲିଉଡ ଅଭିନେତା ଅଭିନେତ୍ରୀ ଙ୍କ ସମ୍ପର୍କର ବି ଖୁବ ଚର୍ଚାରେ ରହିଥାଏ । ଏହି ଖବରଗୁଡିକ ଭିତରୁ ସବୁଠାରୁ ଅଧିକ ଟ୍ରେଡିଙ୍ଗ ହେଉଛି ଅଭିନେତା ରଣବିର କପୁର ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟ ଙ୍କ ସମ୍ପର୍କ । କିଛି ବର୍ଷ ପୂର୍ବରୁ ପ୍ରତି ୧୫ଦିନ ବା ଏକ ମାସ ପରେ ଦୁଇ ସେଲିବ୍ରିଟି ଙ୍କ ବିବାହ ସହିତ ଯୋଡି ହୋଇଥିବା ଖବର ଆସିଥାଏ ।

କେବେ ଏମାନଙ୍କର ବିବାହର ତାରିଖ ତ କେବେ ହନିମୁନ ପାଇଁ ପ୍ଲେସ ।

କିନ୍ତୁ କୌଣସି ନା କୌଣସି ରିପୋର୍ଟ କୁ ନେଇ ରଣବିର ଏବଂ ଆଲିୟାଙ୍କ ବିବାହ ଟ୍ରେଣ୍ଡ ରେ ରହିଥାଏ । କିଛି ଦିନ ପୂର୍ବରୁ ରାଜୀବ ମସନ୍ଦ ବି ଏକ ସୋରେ କହିଥିଲେ କି ରଣବିର କପୁର ଏବଂ ଆଲିୟା ଭଟ୍ଟ ନିଜର ଦୁଇ ବର୍ଷ ସମ୍ପର୍କ ପରେ ଏହି ବର୍ଷ ଡିସେମ୍ବର ରେ ବିବାହ ବନ୍ଧନରେ ବାନ୍ଧି ହେବେ । ଏହା ପୂର୍ବରୁ ବି ବହୁତ ତାରିଖ ଆସିଛି । ଲେହେଙ୍ଗା ଅଡର ଏବଂ ହନିମୁନ ପ୍ଲେସ ର ଖବର ଆସି ସାରିଛି । କିନ୍ତୁ ସେମାନଙ୍କ ଠାରୁ କିଛି ବି ଖବର ମିଳିନାହିଁ ।

ଆଲିୟା ଭଟ୍ଟ ବହୁତ ଥର ବିବାହ ଖବରକୁ ମିଛ ବୋଲି କହି ଏହାସହିତ ଯୋଡି ହୋଇଥିବା ପ୍ରଶ୍ନକୁ ଅଣଦେଖା କରିସାରିଛନ୍ତି । କିନ୍ତୁ ଏବେ ଜଣାପଡିଛି କି ଆଲିୟାଙ୍କ ପାଇଁ ମିଡିୟାରେ ଆସୁଥିବା ବିବାହର ଖବର କୌଣସି ମଜାରୁ କମ ନୁହେଁ । ଆଲିୟା ଏକେ ଇନ୍ଟାରଭିଉରେ କହିଛନ୍ତି କି ପ୍ରତି ତିନି ସପ୍ତାହରେ ବିବାହର ତାରିଖକୁ ନେଇ ନୂଆ ମିଛ ସାମ୍ନାକୁ ଆସୁଛି । ଅଭିନେତ୍ରୀ କହିଛନ୍ତି କି ମତେ ଜଣାନାହିଁ କି ଏବେ କେଉଁ ମିଛ ଚାଲିଛି । ଏହା ବହୁତ ମଜାଳିଆ ଅଟେ ଏବଂ ଏହା ମୋ ସହିତ ଯୋଡି ହୋଇଥିବା ସବୁଠାରୁ ମଜା ଅଟେ ।

ସବୁବେଳେ ସୋସିଆଲ ମିଡିଆରେ ରଣବିର ଏବଂ ଆଲିୟା ଙ୍କ ଫଟୋ ଭାଇରାଲ ହେଉଛି । ଏବେ ଦୁଇଜଣ ଫିଲ୍ମ ବ୍ରହ୍ମାସ୍ତ୍ର ରେ ଦେଖା ଦେବାକୁ ଯାଉଛନ୍ତି ,ଯାହା ଡିସେମ୍ବର ରେ ରିଲିଜ ହେବ । ଏହି ଫିଲ୍ମରେ ତାଙ୍କ ସହିତ ଅମିତାଭ ବଚନ ବି ଦେଖା ଦେବେ ।

ଆଶା କରୁଛୁ ଆପଣମାନଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *