ଏହି ଝିଅଟି ନେଉଥିଲା ସେଲ୍ଫି କିନ୍ତୁ ସେତବେଳେ ହେଲା ଏଭଳି ଦୁର୍ଘଟଣା, ଲୋକ ହୋଇଗଲେ ସ୍ତବ୍ଦ

ଆଜିକାଲି ସମୟରେ ସେଲ୍ଫିର ଏକ ବଡ ଅଦ୍ଭୁତ ତରିକାର ଶୌକ ଚାଲିଛି ଯେଉଁଠାରେ ଲୋକ ସେଲ୍ଫି ନେବା ପାଇଁ ଆଗ୍ରହୀ ହୋଇ ରହୁଛନ୍ତି । ଏଥିପାଇଁ କେତେକ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଉଛି ଏବଂ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ ଏକ ଜୀବନ ଚାଲିଯାଇଛି । ଏହି ଘଟଣା ରାମ୍ୟା କୃଷ୍ଣାଙ୍କର ଅଟେ । ରାମ୍ୟା ନିଜ ସାଙ୍ଗମାନଙ୍କ ସହିତ ବୁଲିବା ପାଇଁ ଗୋଆ ଯାଇଥିଲେ । ଯେତବେଳେ ସେମାନେ ଗୋଆ ଯାଇଥିଲେ ସେଠାରେ ରାମ୍ୟା ନିଜର ଜଣେ ସାଙ୍ଗ ସହିତ ଠିଆ ହୋଇ ଚଟାଣ ଚାଲି ଚାଲି ସମୁଦ୍ରର ଅତି ପାଖରେ ସେଲ୍ଫି ନେଉଥିଲେ ।

କିନ୍ତୁ ସେଠାରେ ହଠାତ ଏକ ବଡ ଲହରୀ ଆସିଲା ଏବଂ ସେହି ଲହରୀ ଦୁଇଜଣଙ୍କୁ ଭସାଇ ନେଇଗଲା । ଆଖପାଖରେ ଥିବା ଲୋକମାନେ ସେମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣକୁ ବଞ୍ଚାଇ ଦେଲେ କିନ୍ତୁ ରାମ୍ୟାଙ୍କୁ ବଞ୍ଚାଇ ପାରିଲେ ନାହିଁ ଯାହା ଫଳରେ ତାଙ୍କ ଜୀବନ ଚାଲିଗଲା ।

ରାମ୍ୟାଙ୍କ ଗୃପ ଲୋକ ତାଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ଖୋଜିଲେ କିନ୍ତୁ ସେ ମିଳିଲେ ନାହିଁ । ଯେତବେଳେ ସେମାନେ ଯାଇ କୌଣସି ପ୍ରକାରେ ରାମ୍ୟାଙ୍କ ସାଙ୍ଗକୁ ଖୋଜିଲେ ଯିଏ କି ତାଙ୍କ ସହିତ ସେଠାରେ ଥିଲେ ସେତବେଳେ ତାଙ୍କୁ ଜଣାପଡିଲା କି ସେ ଏବେ ଏହି ଦୁନିଆରେ ନାହାଁନ୍ତି । ସେଲ୍ଫିର ଚକର ରେ ଜଣେ ନିରୀହର ଜୀବନ ଚାଲିଗଲା । ଏହା ପ୍ରଥମ ଥର ହେଇ ନାହିଁ ,ଏମିତି ବହୁତ ଘଟଣା ଦେଖିବାକୁ ମିଳିଛି ।

ଏମିତି ଘଟଣା ଦୁନିଆସାରା ଦେଖିବାକୁ ମିଳୁଛି ଯେଉଁଠିକି ଲୋକମାନେ ନିଜର ଜୀବନ ହାରିଦେଇଛନ୍ତି କେବଳ ଗୋଟିଏ ଫଟୋ ପାଇଁ । ତାହା ପାଣିରେ ହେଉ କି ଉଚାରେ କିନ୍ତୁ ଏମିତି ଘଟଣା ଦେଖିବାକୁ ମିଳିଥାଏ ଏବଂ ଲୋକମାନଙ୍କୁ ବହୁତ ଥର ସତର୍କ କରାଯାଇଥାଏ କି ସେଲ୍ଫି ପାଇଁ ଏହି ପ୍ରକାର ରିସ୍କ ନନେବା ପାଇଁ କିନ୍ତୁ ସେମାନେ ବୁଝନ୍ତି ନାହିଁ ।

Leave a Reply

Your email address will not be published. Required fields are marked *