ରାଜସ୍ଥାନର ଗରାସିୟା ଜନଜାତି ବହୁତ ଉଦୟପୁର ,ସିରୋହୀ ,ପାଲୀ ଏବଂ ପ୍ରତାପଗଡ ଜିଲ୍ଲାରେ ଏକ ଅଦଭୁତ ପରମ୍ପରା ଅଛି । ଏହି ଜିଲ୍ଲାଗୁଡିକରେ ଗରାସିୟା ଜନଜାତି ଙ୍କ ପରମ୍ପରା ବର୍ତମାନ ସୋସାଇଟର ଲିବ ଇନ ସମ୍ବନ୍ଧ ସହିତ ମିଶୁଛି । ଯେଉଁଠାରେ କେବଳ ଯୁବକ ଯୁବତୀ ନୁହେଁ ବୃଦ୍ଧା ମହିଳା ଏବଂ ପୁରୁଷ ବି ନିଜ ଇଚ୍ଛାରେ ଜଣେ ଅନ୍ୟ ଜଣଙ୍କ ସହିତ ରୁହନ୍ତି । ଏହାପରେ ଯେତବେଳେ ତାଙ୍କର ପିଲା ଜନ୍ମ ହୁଏ ସେମାନେ ବିବାହ କରନ୍ତି ।
ଦାପା ପ୍ରଥା କହିଥାଏ ଏହି ପରମ୍ପରା
ଗରାସିୟା ଜନଜାତିରେ ଏହି ପରମ୍ପରା ଦାପା ପ୍ରଥା କୁହାଯାଇ ଥାଏ । ସମାଜରେ ଏହି ପରମ୍ପରାରେ କାହାକୁ କୌଣସି ଆପତି ନାହିଁ । ଉଦୟପୁର ଗ୍ରାମର ଗାଁ ସେଲୁ ଏବଂ ଥୁର ର ୬୧ ବଯସର ସୁଗନ ୫୭ ବର୍ଷର ଧାପା ଦେବୀ ଙ୍କ ସହିତ ଦୁଇଦିନ ପୂର୍ବରୁ ବିବାହ କରିଛନ୍ତି ।
ଏହି ଦୁଇଜଣ ୧୦ବର୍ଷ ପୂର୍ବରୁ ଲିବ ଇନ ସମ୍ପର୍କରେ ରହୁଥିଲେ ,୪ଟି ପିଲା ବି ଜନ୍ମ ହୋଇଛନ୍ତି । ଏହିପରି ପାଲ ଗାଁର ୫୫ ବଯସର ସୁରଜ୍ଞାନ ୩୮ ବର୍ଷର ରୁକ୍ମଣୀଙ୍କୁ ଏକ ଦିନ ପୂର୍ବରୁ ବିବାହ କରିଛନ୍ତି । ଯେପରଜ୍ଯନ୍ତ ବର୍ଷ ବର୍ଷ ଧରି ରହୁଥିବା ଯୋଡି ନିଜ ଭିତରେ ବିବାହ ପାଇଁ ପ୍ରସ୍ତୁତ ହୋଇନଥାନ୍ତି ସେପରଜ୍ଯନ୍ତ ତାଙ୍କ ଉପରେ ଜୋର ଦିଆଯାଇ ନଥାଏ ।
ଗରାସିୟା ଜନଜାତି ଙ୍କ ଇତିହାସ
ଗରାସିୟା ସମାଜ ନିଜର ଇତିହାସ ବହୁତ ପୂର୍ବରୁ କହିଛନ୍ତି । ଏହି ଲୋକ ପ୍ରଦେଶ ର ଗୋଗୁଂଦା କୁ ନିଜର ଉତ୍ପତି ମାନିଥାନ୍ତି । ଏମାନେ ନିଜକୁ ଚୌହାନ ରାଜପୁତ ଙ୍କର ବଂଶଜ ବୋଲି ମାନିଥାନ୍ତି । ଏମାନେ କହିଥାନ୍ତି କି ସେମାନେ ପୂର୍ବରୁ ଅଯୋଧ୍ୟା ବାସି ଥିଲେ । ସେ ଏହା ବି କହିଥାନ୍ତି କି ତାଙ୍କ ଗୋତ୍ର ବପ୍ପା ରାବଲ ଙ୍କ ସନ୍ତାନ ଠାରୁ ଉତ୍ପନ୍ନ ହୋଇଛି । ଗରାସିୟା ସମାଜର ଲୋକ ଦୁଇଜଣଙ୍କ ସହମତିରେ ସ୍ଵାମୀ ସ୍ତ୍ରୀ ପରି ରହନ୍ତି ଏବଂ ଯେତବେଳେ ଚାହିଁବେ ବିବାହ କରିବେ । ଏହା ପଛରେ ଏହି ସମୁଦାୟ ର ଏକ କାହାଣୀ ରାଜ୍ୟର ପୂର୍ବ ମନ୍ତ୍ରୀ ନନ୍ଦଲାଲ ମିଣା କହିଛନ୍ତି ।
ମିଣା କହିଛନ୍ତି କି ବହୁ ପୂର୍ବରୁ ଗରାସିୟା ଜନଜାତିର ଚାରି ଭାଇ ଥିଲେ । ଏଥିରୁ ତିନି ଭାଇ ବିବାହ କଲେ ଏବଂ ଜଣେ ଭାଇ ସମାଜର ଝିଅ ସହିତ ଦାପା ପ୍ରଥାରେ ରହିଲେ । ଏହାପରେ ବିବାହିତ ତିନି ଭାଇଙ୍କର କୌଣସି ସନ୍ତାନ ହେଲା ନାହିଁ ଏବଂ ଯିଏ ଦାପା ପ୍ରଥାରେ ରହିଥିଲା ତାର ତିନୋଟି ପିଲା ହେଲେ । ଏହି ଇତିହାସକୁ ଆଧାର ମାନି ଗରାସିୟା ସମାଜର ଲୋକ ଏନି ପରମ୍ପରାକୁ ଆପଣାଇଛନ୍ତି ।