ଯୁଗ ହିସାବରେ କାହିଁକି ବଦଳି ଯାଉଛି ମଣିଷ? ଭବିଷ୍ୟତରେ କେମିତି ହୋଇଯିବ ମଣିଷ ଦେଖି ଆଶ୍ଚର୍ଯ୍ୟ ହେବେ

ହିନ୍ଦୁ ଧର୍ମ ଅନୁସାରେ ବର୍ତ୍ତମାନ କଳି ଯୁଗ ଚାଲିଛି । କଳି ଯୁଗ କେତେ ଲମ୍ବା ହେବ ତାହା କେହି କହିପାରିବେ ନାହି । ଆଜି ଆମେ ଆପଣ ମାନଙ୍କୁ ପୌରାଣିକ କଥା ଅନୁସାରେ ୪ଟି ଯୁଗରେ କଣ ଘଟିଥିଲା ସେହି ବିଷୟରେ କହିବାକାଉ ଯାଉଛୁ । ହିନ୍ଦୁ ପୌରାଣିକ କଥା ଅନୁସାରେ ସୃଷ୍ଟିର କର୍ତ୍ତା ପରମ ପିତା ବ୍ରହ୍ମା ୪ଟି କାଳରେ ବିଭକ୍ତ କରିଥିଲେ । ସୃଷ୍ଟି ସତ୍ୟ ଯୁଗରୁ ଆରମ୍ଭ ହୋଇ କଳି ଯୁଗରୁ ଶେଷ ହୋଇଥାଏ । ସତ୍ୟ ଯୁଗରେ ମନୁଷ୍ୟ ଗୋଟିଏ ଧର୍ମର ପାଳନ କରୁଥିଲା ।

ଏହି ଯୁଗରେ ମନୁଷ୍ୟ ନିସ୍ଵାର୍ଥଭାବରେ ଅନ୍ୟକୁ ସାହାଜ୍ଯ କରୁଥିଲେ । ଏହା ଛଡା ସତ୍ୟ ଯୁଗରେ ଲୋକ ମାନଙ୍କର ଇନ୍ଦ୍ରିୟ ଉପରେ ନିୟନ୍ତ୍ରଣ ଥିବାରୁ ଏମାନେ ନିରୋଗୀ ଥିଲେ । ଏହି ଯୁଗରେ ମଣିଷଙ୍କ ମଧ୍ୟରେ ଅହଂକାର ଭାବ ନ ଥିଲା । ସମସ୍ତେ ପରସ୍ପର ସହ ମିଳିମିଶି ରହୁଥିଲେ । ଏହି ଯୁଗରେ ଦାଂପତ୍ଯ ଜୀବନରେ ସ୍ଵାମୀ ସ୍ତ୍ରୀ ଉପରେ ହାତ ଉଠାଉ ନଥିଲେ ।

ପରସ୍ପର ମଧ୍ୟରେ ଭଲ ପାଇବା ରହିବା ସହ ସମ୍ମାନ ମଧ୍ୟ ଦେଉଥିଲେ । ଏହି ଯୁଗରେ ମନୁଷ୍ୟ ମଧ୍ୟରେ କୌଣସି ଆସକ୍ତି ନଥିଲା । ପିଲାଙ୍କ ମଧ୍ୟରେ ଭଲ ବୁଦ୍ଧି ଓ ଜ୍ଞାନ ଥିଲା । ଏହି ଯୁଗରେ କର୍ମ ଫଳରେ ଅନୁସାରେ ଲୋକମାନେ ମୋକ୍ଷ ପାଉଥିଲେ । ପୁରାଣ ଅନୁସାରେ ଏହି ଯୁଗର ଅବଧି ଥିଲା ୧୭ଲକ୍ଷ ୨୮ହଜାର ବର୍ଷ ଲମ୍ବା ଥିଲା । ଏହା ପରେ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା ।

ତ୍ରେତୟା ଯୁଗରେ ମଣିଷଙ୍କ ମଧ୍ୟରେ ଈର୍ଷା ଭାବ ରହିବା ସହ ସତ୍ୟ ଯୁଗ ଭଳି ଭଲ ପାଇବା ପରସ୍ପର ମଧ୍ୟରେ ଥିଲା । ଏହି ଯୁଗରେ ବ୍ରାମହାନ, କ୍ଷତ୍ରିୟ, ଶୂଦ୍ର ଭଳି ଜାତିରେ ବିଭକ୍ତ ହୋଇଥିଲା । ଏହି ଯୁଗରେ ପୁରୁଷ ସ୍ତ୍ରୀ ସହ କପଟ କରୁନଥିଲା । ଏହି ଯୁଗରେ ପୁରୁଷ ଗୋଟିଏରୁ ଅଧିକ ସ୍ତ୍ରୀ ସହ ବିବାହ କରିଥିଲେ । ବେଦ ପୂରଣ ଅନୁସାରେ ଏହି ଯୁଗର ମଣିଷଙ୍କ ଆୟୁ ୧୦,୦୦୦ ବର୍ଷ ଥିଲା ।

ତ୍ରେତୟା ଯୁଗର ଅବଧି ୧୨ଲକ୍ଷ ୯୬,୦୦୦ ବର୍ଷ ଥିଲା । ତ୍ରେତୟା ଯୁଗ ପରେ ଦ୍ଵାପର ଯୁଗର ଆରମ୍ଭ ହୋଇଥିଲା । ଏହି ଯୁଗରେ ମଣିଷଙ୍କ ମଧ୍ୟରେ ଈର୍ଷା, ରାଗ ରହିଥିଲା । ଏହି ଯୁଗରେ ମଣିଷ ଭୌତିକ ସୁଖ ପାଇଁ ଅନ୍ୟ ଉପରେ ଅ-ତ୍ୟା-ଚା-ର କରୁଥିଲେ । ଏହି ଯୁଗରେ ମଣିଷ ସ୍ତ୍ରୀ ଉପରେ ନିଜର ଅଧିକାର ସାବ୍ୟସ୍ତ କରି ସ୍ତ୍ରୀଙ୍କ ପାଇଁ ଯୁଦ୍ଧ କରିବାକୁ ଆଗେଇ ଆସୁଥିଲେ । ଦ୍ଵାପର ଯୁଗରେ ପିଲାମାନେ ମାତା ପିତାଙ୍କ ଆଜ୍ଞା ମାନୁନଥିଲେ ।

ଏହି ଯୁଗରେ ଦ୍ରୌପଦୀଙ୍କର ଚିରହରଣ ହୋଇଥିଲା । ଲିଙ୍ଗ ପୁରାଣ ଅନୁସାରେ ଦ୍ଵାପର ଯୁଗର ମଣିଷ ୧୦୦୦ ବର୍ଷ ଯାଏଁ ଜୀବିତ ରହୁଥିଲେ । ଏହି ଯୁଗର କାଳ ଅବଧି ୮ଲକ୍ଷ ୬୪ ହଜାର ବର୍ଷ ଥିଲା । ଦ୍ଵାପର ଯୁଗରେ ପରେ କଳି ଯୁଗର ଆରମ୍ଭ ହୋଇଥିଲା । ଏହି ଯୁଗରେ ମଣିଷ ମଧ୍ୟରେ ଯୁଦ୍ଧ ହେବା ସହ କାମ ବାସନା ଅଧିକ ରହିଥିଲା । ମଣିଷ ଧର୍ମ ମାର୍ଗ ଛାଡି ଅଧର୍ମ ମାର୍ଗରେ ଚାଲିବାକୁ ଲାଗିଲା । ଗୋ-ହତ୍ୟା ହେବା ସହ କନ୍ୟାକୁ ଗର୍ଭରେ ମାରି ଦିଆଯାଉଛି । କଳି ଯୁଗର ଅବଧି ୪ଲକ୍ଷ ୩୬ହଜାର ବର୍ଷ ରହିଛି ।

ବନ୍ଧୁଗଣ ଏହା ଥିଲା ୪ଟି ଯୁଗର ମଣିଷଙ୍କ ମଧ୍ୟରେ ହୋଇଥିବା ପରିବର୍ତ୍ତନ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *