କେଦାରନାଥରେ ଯେବେ ଲୋକଙ୍କ ଉପରେ ଆସିଲା ବିପଦ, ମହାଦେବ ଦେଖାଇଲେ ନିଜର ଚମତ୍କାର- ସତ୍ୟ ଘଟଣା

ବନ୍ଧୁଗଣ ବ୍ରମ୍ହାଣ୍ଡ ଯାହା ଆଗରେ ନାଟ ମସ୍ତକ ହୋଇଥାଏ ଅନେକ ଥର ମହାଦେବ ନିଜର ଭକ୍ତର ରକ୍ଷା ପାଇଁ ନିଜେ ମୁଣ୍ଡ ନୁଆଇଁଥାନ୍ତି । ଏମିତି କଣ ସମ୍ଭବ ହୋଇଥାଏ ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବ । ତେବେ ଏହି କଥା ଟି ସତ୍ୟ ଅଟେ । ଯେବେ କେଦାରନାଥ ଦର୍ଶନ କରିବାକୁ ଯାଇଥିବା ଭକ୍ତଙ୍କ ଉପରେ ବଡ ବିପଦ ଆସିଲା ସେହି ସମୟରେ ମହାଦେବ ନିଜେ ପ୍ରକଟ ହୋଇ ଭକ୍ତଙ୍କର ଜୀବନ ରକ୍ଷା କରିଲେ । ଏହି ଘଟଣା ଟି ଏହୁଛି ୨୦୧୩ ର ଯେବେ କେଦାରନାଥରେ ଆସିଥିଲା ବଡ ବିପଦ ଯାହା ବିଶ୍ଵକୁ ସ୍ଥଗିତ କରି ଦେଇଥିଲା ।

ଏହି ସମୟରେ ଦେଶରୁ ଆସିଥିବା ଅନେକ ଭକ୍ତ କେଦାରନାଥରେ ଫଶୀ ରହିଥିଲେ । ଆଜି ବି ଅନେକ ଲୋକ ସେହି ଦିନର ଦୃଶ୍ୟକୁ ମନେ ରଖିଛନ୍ତି । ନାରାୟଣଗଡର ସତିଶ ନିଜର ଏହି ଅନୁଭବକୁ ଅନେକ ବର୍ଷ ପରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ସେ ଓ ତାଙ୍କର ସାଥି ଦର୍ଶନ କରିବା ପାଇଁ କେଦାରନାଥ ଯାଇଥିଲେ । ଏହା ପରେ ଗୌରୀ କୁଣ୍ଡ ଠାରୁ ଚାଲି କରି ଯାତ୍ରା ଆରମ୍ଭ କରିଲେ ।

କିଛି ବାଟ ଯିବା ପରେ ବହୁତ ଜୋରରେ ବର୍ଷା ଆରମ୍ଭ ହେଲା ଯାହା ଫଳରେ ସେମାନଙ୍କର ଯାତ୍ରା କରିବା ସମ୍ଭବ ହେଲା ନାହି । କିନ୍ତୁ ସତିଶ ନ ରହି ଯାତ୍ରା ଜାରି ରଖିଥିଲେ । ଗତ ଦୁଇ ଦିନ ବର୍ଷା ହୋଇଥିଲେ ସତିଶ ଅଟକି ନ ଥିଲେ । ସେ ହର ହର ମହାଦେବ ଜୟକାରା ଲଗାଇ ନିଜର ଯାତ୍ରା ଜାରି ରଖିଥିଲେ । ତୃତୀୟ ଦିନ ଅନେକ ସଂଘର୍ଷ କରି ଯାତ୍ରା କରିବା ପରେ କେଦାରନାଥ ଧାମରେ ପହଞ୍ଚି ଥିଲେ ।

ସେଠାରେ ପହଞ୍ଚିବା ପରେ ସେ ଜ୍ୟୋର୍ତିଲିଙ୍ଗ ର ଦର୍ଶନ କରିଲେ । ସେ ଦର୍ଶନ କରି ବାହାରକୁ ଆସିବା ସମୟରେ ଅଚାନକ ସେଠାରେ ପାଣି ର ଲହରୀ ମାଡି ଆସିଲା । ପାଣି ଆସିବା କାରଣରୁ ଆଖ ପାଖରେ ଲୋକଙ୍କର ଚିତ୍କାର ଶୁଣାଗଲା । ମନ୍ଦିରରୁ କେହି ଗାଁ ର ପରିଚିତ ବ୍ୟକ୍ତିଙ୍କ ସହ ସମ୍ପର୍କ କରିବାକୁ ଲାଗିଲେ ସେହି ସମୟରେ ଜଣା ପଡିଲା ପାଣିର ଲହର ମାଡି ଆସିବାରୁ ପୋଲ ଭାଙ୍ଗି ଯାଇଛି ।

ଅନେକ ଲୋକ କେଦାରନାଥ ରାସ୍ତାରେ ଫଶୀ ରହିଥିଲେ । ଆଉ କିଛି ଲୋକ ନିଜ ଘର ଛାଡି ଜଙ୍ଗଲକୁ ଯିବାରେ ଲାଗିଲେ । ଏହା ଶୁଣିବା ପରେ ସମସ୍ତେ ଭୟଭୀତ ହୋଇଥିଲେ ମଧ୍ୟ ସତିଶ ଓ ତାଙ୍କ ବନ୍ଧୁ ମହାଦେବଙ୍କ ନାମ ନେଇ ମନ୍ଦିର ଭିତରେ ରହିବାକୁ ନିସ୍ପତି ନେଲେ । ସତିଶ କହିଲେ ଯଦି ମୃତ୍ୟୁ ନିଶ୍ଚିନ୍ତ ତେବେ ମହାଦେବଙ୍କ ସରଣରେ ହେବ ।

ସେହି ସମୟରେ ଅଚାନକ ମନ୍ଦିର ଭିତରେ ପାଣି ପଶି ଯିବାରୁ ସତିଶ ଓ ଅନ୍ୟ ଲୋକେ ମହାଦେବଙ୍କୁ ସ୍ମରଣ କରିବାକୁ ଲାଗିଲେ । ପର ଦିନ ପାଣିର ମାତ୍ରା କମ ହେବାରେ ଲାଗିଲା ଓ କେଦାରନାଥରେ ସବୁ କିଛି କ୍ଷତି ହେବାର ସତିଶ ଜାଣିବାକୁ ପାଇଲେ । କିନ୍ତୁ ମନ୍ଦିରରେ ଥିବା ସବୁ ଲୋକ ସୁରକ୍ଷିତ ଥିଲେ ଯାହା ମହାଦେବଙ୍କ ଚମତ୍କାର ଥିଲା ଯାହା ସତିଶ କହିଛନ୍ତି ।ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *