କଳିଯୁଗ ର 5ଟି ସତ୍ୟ କଥା, ଯାହା ଶୁଣିଲେ ଜୀବନ ବଦଳିଯିବ… ଯାହା ସମସ୍ତଙ୍କ ଜୀବନରେ ଘଟିଥାଏ

ଭଗବାନ ଶ୍ରୀକୃଷ୍ଣ ମହାଭାରତରୁ ହିଁ କଳିଯୁଗର ବିସ୍ତାର ପୂର୍ଣ୍ଣ ବର୍ଣ୍ଣନା କରିଛନ୍ତି । କଳିଯୁଗରେ ଲୋକ ମାନେ କିପରି ହେବେ, ଜୀବନ କିପରି ବ୍ଯତୀତ ହେବ । ଲୋକ ମାନଙ୍କର ବ୍ୟବହାର ଅନ୍ୟ ମାନଙ୍କ ପ୍ରତି କିପରି ହେବେ ତାହା ବିସ୍ତୃତ ଭାବେ ଲେଖାଯାଇଛି । ଆଜି ଆମେ ଆପଣ ମାନଙ୍କୁ ଭଗବାନ କୃଷ୍ଣଙ୍କ ଦ୍ଵାରା କଳିଯୁଗରେ ବିଷୟରେ କୁହା ଯାଇଥିବା ୫ଟି କାଟୁ ସତ୍ୟ ବିଷୟରେ କହିବାକୁ ଜାଉଛୁ । ଯାହା କି ଆଜି ମଧ୍ୟ ସତ ପ୍ରତିଶତ ସତ ହେବାରେ ଲାଗିଛି । ମହାଭାରତରେ ପାଣ୍ଡବ ମାନଙ୍କ ମଧ୍ୟରେ କଳିଯୁଗ ବିଷୟରେ ଜାଣିବାର ଜିଜ୍ଞାସା ଆସିଥିଲା ।

ସେମାନେ ଭଗବାନ କୃଷ୍ଣଙ୍କୁ ପ୍ରଶ୍ନ କରିଥିଲେ କଳିଯୁଗରେ ଲୋକେ କେମିତି ହେବେ, ସେମାନଙ୍କର ବିଚାର କିପରି ହେବ । ଉତ୍ତରରେ ଭଗବାନ କୃଷ୍ଣ ପଞ୍ଚୁ ପାଣ୍ଡବଙ୍କୁ ବଣକୁ ଯାଇ ସେଠାରେ କଣ ଦେଖିଲେ ତାହା ଆସି କହିବା ପାଇଁ କହିଲେ । ପଞ୍ଚୁ ପାଣ୍ଡବ ଜଙ୍ଗଲକୁଯାଇ ଫେରିବା ପରେ ଯୁଧିଷ୍ଠିର ଦେଖିଥିବା କଥା କହିଲେ କି ସେ ଗୋଟିଏ ଦୁଇଟି ଶୁଣ୍ଢ ଥିବା ହାତୀ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।

ଭଗବାନ କୃଷ୍ଣ ଉତ୍ତର ଦେଲେ କଳିଯୁଗରେ ଏପରି ଲୋକେ ଶାସନ କରିବେ ଯିଏ କହିବେ ଗୋଟେ କଥା ଆଉ କରିବେ ଆଉ ଗୋଟେ କଥା । ଏପରି ଲୋକେ ଦୁଇ ଦିଗରୁ ଶାସନ କରିବେ । ପରେ ଭୀମ ଦେଖିଥିବା କଥା କହିଲେ ଗୋଟିଏ ଏପରି ଗାଈ ଯିଏ କି ନିଜର ବାଛୁରିକୁ ଏତେ ସ୍ନେହରେ ଚାଟୁଥିଲା କି ସେ ବାଛୁରିର ଦେହରୁ ରକ୍ତ ବାହାରୁଥିଲା କିନ୍ତୁ ଗାଈଟି ବାଛୁରିକୁ ଚାଟିବା ବନ୍ଦ କରୁନ ଥିଲା ।

ଉତ୍ତରରେ ଭଗବାନ କୃଷ୍ଣ କହିଲେ କଳିଯୁଗର ମଣିଷ ମାନେ ନିଜ ପିଲାଙ୍କ ପ୍ରତି ଏତେ ଆସକ୍ତ ହେବେ ଯାହା କି ଏତେ ମମତା କାରଣରୁ ପିଲାମାନଙ୍କର ବିକାଶ ଅଟକିଯିବ । ଯଦି ଅନ୍ୟ କାହାର ପିଲା ସାଧୁ ହେଲା ତ ସମସ୍ତେ ତାର ଦର୍ଶନ କରିବେ କିନ୍ତୁ ନିଜର ପୁତ୍ର ସାଧୁ ହେଲେ ତାକୁ ସହ୍ୟ ନ କରି ଭାବିବେ କି ତାଙ୍କ ପୁତ୍ର ଖରାପ ରାସ୍ତାକୁ ଯାଉଛି ।

କଳିଯୁଗରେ ମାତାପିତା ପିଲାଙ୍କର ଧର୍ମକର୍ମରେ ରୁଚି ନ ଦେଖାଇ ମୋହାମାୟାରେ ଆସକ୍ତି କରାଇବେ । ଅର୍ଜୁନ କହିଲେ ଗୋଟେ ପକ୍ଷୀର ପରରେ ବେଦର ଶ୍ଳୋକ ଲେଖାଥିଲା କିନ୍ତୁ ସେ ଗୋଟେ ମନୁଷ୍ୟର ମାଂସ ଖାଉଥିଲା ଯାହାକୁ ଦେଖି ଅର୍ଜୁନ ଆଶ୍ଚର୍ଯ୍ୟରେ ପଡିଗଲେ ।

ଉତ୍ତରରେ ଭଗବାନ କୃଷ୍ଣ କହିଲେ କଳିଯୁଗରେ ଏପରି ଲୋକେ ହେବେ ଯାହାଙ୍କୁ ବିଦ୍ଵାନ କୁହାଯିବ କିନ୍ତୁ ସେମାନଙ୍କର ଅଭ୍ଯାସ ଅନ୍ୟ ମାନଙ୍କର ଧନ ଲୁଟିବାରେ ରହିବ । ବ୍ୟକ୍ତି ଯେତେ ବଡ ହେଲେ ତାଙ୍କର ଦ୍ରୁଷ୍ଟି ଅନ୍ୟର ସମ୍ପତି ଉପରେ ରହିବ । ନକୁଳ ଦେଖିଥିଲେ ବହୁତ ବଡ ପଥର ଯାହାକି ପର୍ବତର ଶିଖର ରେ ପଡିଲା ଓ ବଦାରୁ ବଡ ବୃକ୍ଷ ତାହାକୁ ଅଟକାଇ ପାରିଲା ନାହି କିନ୍ତୁ ତାହା ଦ୍ରୁତ ବେଗରେ ଆସି ଛୋଟ ଗଛରେ ଅଟକିଗଲା ।

ଉତ୍ତରରେ ଭଗବାନ କୃଷ୍ଣ କହିଲେ କଳିଯୁଗରେ ମଣିଷଙ୍କର ବୁଦ୍ଧି ହ୍ରାସ ପାଇବା ସହ ପତନ ଆଡକୁ ଅଗ୍ରସର ହେବ । କଳିଯୁଗରେ ମଣିଷ ଦୁଖୀ ବ୍ୟକ୍ତିକୁ ସାହାଜ୍ଯ କରିବେ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *