କାର୍ତ୍ତିକ ପୂର୍ଣ୍ଣିମା ରେ କରନ୍ତୁ ଧନ ପ୍ରାପ୍ତିର ଏହି ମହାଉପାୟ, ଆପଣ ହୋଇଯିବେ ମାଲାମାଲ !

ବନ୍ଧୁଗଣ 27 ନଭେମ୍ବର ସୋମବାର ଦିନ ପଡୁଅଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପର୍ବ । ଏହି ଦିନ କରନ୍ତୁ ଏହି ଏକ ଉପାୟ । ଯାହା ଦ୍ଵାରା ସବୁ ପ୍ରକାରର ସୁଖ ସୁବିଧା ପ୍ରାପ୍ତ ହେବ । ଏହି ଉପାୟ ପ୍ରାଚୀନ କାଳରେ ରାଜା ମହାରାଜା ମାନେ କରୁଥିଲେ । ହିନ୍ଦୁ ଧର୍ମରେ ଗୋଟେ ବର୍ଷରେ 12ଟି ପୂର୍ଣ୍ଣିମା ପଡିଥାଏ । ସବୁଠାରୁ ଖାସ ପୂର୍ଣ୍ଣିମା କାର୍ତ୍ତିକ ପୂର୍ଣ୍ଣିମା ହୋଇଥାଏ । ଏହି ଦିନ ମା ଲକ୍ଷ୍ମୀ ଧରିତ୍ରିକୁ ଅବତରଣ କରିଥାନ୍ତି । ଏବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଟଙ୍କିକିଆ କଏନ ଓ ଗୋଲମରୀଚ ର ଉପାୟ କରିଲେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ । ଓ ଦୁଃଖ କଷ୍ଟ ଦୂର ହୋଇ ଧନ ଆସିବାର ସବୁ ମାର୍ଗ ଖୋଲିଯିବ । ଯେଉଁ ଧନ ଆସିବ ସେଥିରେ ବୃଦ୍ଧି ହେବ । ଏହି ଉପାୟ ଘରର ଉନ୍ନତି କରିବାର ମହା ଉପାୟ ଅଟେ । ଏହି ଦିନ ସୂର୍ଯ୍ୟ ଅସ୍ତ ପରେ ସ୍ନାନ କରି ଏକ ପିତଳ ପାତ୍ର ନିଅନ୍ତୁ । ସେହି ପାତ୍ରରେ ଏକ ମୁଠା ଗୋଲମରୀଚ ରଖନ୍ତୁ ଓ ସେଥିରେ ଗୋଟେ କଏନ ରଖନ୍ତୁ ।

ସେହି ପାତ୍ରକୁ ଛାତ ଉପରେ ଏମିତି ସ୍ଥାନରେ ରଖନ୍ତୁ ଯେଉଁଠି ଚନ୍ଦ୍ରମାଙ୍କର କିରଣ ସ୍ପଷ୍ଟ ଭାବେ ପଡୁଥିବ । ଏହି ଉପାୟ ସୂର୍ଯ୍ୟ ଅସ୍ତ ପରେ କରିବାକୁ ହେବ । ଏହା ପର ଦିନ ସକାଳୁ ସ୍ନାନ କରି ପିତଳ ପାତ୍ରକୁ ଆଣି ଗୋଲମରୀଚ ଓ କଏନ କୁ ଉଠାଇ ଆଣନ୍ତୁ । ଏହାକୁ ନାଲି କପଡା ରେ ରଖି ବାନ୍ଧନ୍ତୁ । ଏହାକୁ ପୂଜା ଘରେ ସ୍ଥାପିତ କରନ୍ତୁ । ଏହି ଉପାୟଟି କାର୍ତ୍ତିକ ଉର୍ଣ୍ଣିମା ଦିନ କରି ନେଲେ ଘରେ ଥିବା ନେଗେଟିଭ ଶକ୍ତି ନଷ୍ଟ ହୁଏ ଓ ପଜେଟିଭ ଊର୍ଜା ଭରିଯାଏ ।

ଏହି ନାଲି କପଡା କୁ ଘରେ ରଖିଲେ ଉନ୍ନତି ହୁଏ । ଏହା କୌଣସି ସାଧାରଣ ଉପାୟ ନୁହେଁ । ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ ଏହି ଦ୍ଵିତୀୟ ଉପାୟ ଟି ନିହାତି କରନ୍ତୁ । ଯଦି ଅଯଥା ଖର୍ଚ୍ଚ ହେଉଛି, ପରିଶ୍ରମ କରି ବି ଫଳ ପାଉ ନାହାନ୍ତି, ଯେତେ ଟଙ୍କା ଆସିଲେ ବି ଖର୍ଚ୍ଚ ହୋଇ ଯାଉଛି ଏହି ଉପାୟଟି କରନ୍ତୁ । କାର୍ତ୍ତିକ ପୂର୍ଣ୍ଣିମା ରାତିରେ ରାତି 8ଟା ପରେ ପୂଜା ଘରେ ବସିକି ମା ଲକ୍ଷ୍ମୀଙ୍କ ସମୁଖରେ ଦୁଇଟି ଅଲଗା ଅଲଗା ଟଙ୍କିକିଆ କଏନ ରଖିବାକୁ ପଡିବ ।

ଏହା ପରେ ଘିଅ ଦୀପ ଜଳାନ୍ତୁ । ଓ ଏହା ପରେ ସେହି କଏନ କୁ ଧରି ମା ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର ଓମ ମହାଲକ୍ଷ୍ମୀ ନମଃ 11 ଥର ଜପିବାଲୁ ହେବ । ଏହାପରେ ଗୋଟେ କଏନକୁ ପର୍ସରେ ଓ ଅନ୍ୟଟିକୁ ଧନ ରଖୁଥିବା ଜାଗାରେ ରଖନ୍ତୁ । ଏହି ଉପାୟ  କରିଲେ ଶୁକ୍ର ଗ୍ରହ ମଜବୁତ ହେବ ଓ ଧନରେ ବୃଦ୍ଧି ହେବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *