କଦଳୀ ଚୋପା ଦ୍ୱାରା ମୂଳରୁ ଶେଷ ହୋଇଯାଏ ଏହି ୩ଟି ସମସ୍ୟା ? ବାସ ଜାଣନ୍ତୁ କିପରି ବ୍ୟବହାର କରିବେ !

କଦଳୀ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ. କଦଳୀ ଖାଇବା ଦ୍ୱାରା ପାଚନ ତନ୍ତ୍ର ମଜଭୁତ ହୋଇଥାଏ ଏବଂ ଶରୀରର ଓଜନ ମଧ୍ୟ ବଢିଥାଏ. କଦଳୀର ସେବନ ଦ୍ୱାରା ବହୁତ ଫାଇଦା ମିଳିଥାଏ କିନ୍ତୁ ବହୁତ ଲୋକଙ୍କୁ ଏହା ଜଣା ନଥିବ କେବଳ କଦଳୀ ନୁହେଁ ବରଂ ଏହାର ଚୋପା ମଧ୍ୟ ବହୁତ ଲାଭଦାୟକ ଅଟେ ଏବଂ କଦଳୀ ଚୋପା ସହାୟତାରେ ଆପଣ ନିଜ ତ୍ୱଚାକୁ ମଧ୍ୟ ସୁନ୍ଦର ବନେଇପାରିବେ. ଆଜି ଆମେ କଦଳୀ ଚୋପାରୁ ହେଉଥିବା କିଛି ଏମିତି ଫାଇଦା ବିଷୟରେ ଆଲୋଚନା କରିବା ଯାହା ବୋଧହୁଏ ଆପଣ ଜାଣିନଥିବେ.

କଦଳୀରେ ଅକ୍ସିକରଣ ରୋଧି ତତ୍ୱ ମିଳିଥାଏ. ଯାହା ଚେହରାର ଭାତଗୁଡି ଦୂର କରିବାରେ ସାହାଯ୍ୟ କରିଥାଏ. ଚେହେରାର ଭାତଗୁଡି ଦୂର କରିବା ପାଇଁ ରାତିସାରା କଦଳୀର ଛୋଟ ଚୋପାକୁ ସେହି ଜାଗାରେ ଲଗାଇ ରଖନ୍ତୁ. ଏହା କରିବା ଦ୍ୱାରା ଆପଣଙ୍କ ଏହି ସମସ୍ୟା ଶେଷ ହୋଇଯିବ.

ବହୁ ଲୋକଙ୍କ ମୁଁହରେ ବ୍ଲାକହେଡସ ଓ ବ୍ରଣ ଭଳି ସମସ୍ୟା ଥାଏ, ଯେଉଁ କାରଣରୁ ସେମାନଙ୍କ ଚେହେରାର ସୁନ୍ଦରତା ଖରାପ ଦେଖାଯାଏ. କିନ୍ତୁ ଯଦି ଆପଣ ଆପଣଙ୍କ ଚେହେରାକୁ ସୁନ୍ଦର ଓ ଦାଗହୀନ ବନେଇବାକୁ ଚାଁହାନ୍ତି ତେବେ କଦଳୀ ଚୋପାକୁ ପେଷି ସେଥିରେ ଅଧା ଚାମଚ ମହୁ ମିଶାନ୍ତୁ ଏବଂ ତାପରେ ଅଳ୍ପ ହଳଦୀ ମିଶାନ୍ତୁ. ଏହାକୁ ଭଲଭାବେ ମିକ୍ସ କରି ନିଜ ଚେହେରାରେ ଲଗାନ୍ତୁ. ଏମିତି ୩ ରୁ ୪ ଥର କରିବା ଦ୍ୱାରା ବ୍ଲାକହେଡସ ଓ ବ୍ରଣ ଭଳି ସମସ୍ୟା ମୂଳରୁ ଶେଷ ହୋଇଯାଏ.

ଆଖି ତଳେ ପଡିଥିବା କଳା ଦାଗକୁ ଶେଷ କରିବା ପାଇଁ କଦଳୀର ଚୋପା ବହୁତ ଲାଭଦାୟକ ଅଟେ. ଯଦି ଆପଣ ନିଜ ଆଖିତଳେ ପଡିଥିବା କଳା ଦାଗକୁ ହଟେଇବାକୁ ଚାଁହାନ୍ତି ତେବେ କଦଳୀ ଚୋପାର ଧଳା ଅଂଶକୁ କୋରି ନିଅନ୍ତୁ ସେଥିରେ ଏଲୋଭେରା ଜେଲ ମିଶାଇ ଆପଣଙ୍କ ଆଖିତଳେ ଲଗାନ୍ତୁ. ଏମିତି କରିବା ଦ୍ୱାରା ଆପଣଙ୍କ ଆଖିତଳ କଳା ଦାଗ ଧୀରେ ଧୀରେ ଶେଷ ହୋଇଯିବ.

Leave a Reply

Your email address will not be published. Required fields are marked *