କାହାକୁ ପାଇବାର ଅଭିଳାଷା କେତେବେଳେ ଖରାପ ହୋଇଥାଏ ? ଥରେ ପଢନ୍ତୁ ଆପଣଙ୍କ ଜୀବନ ବଦଳିଯିବ- Krishna Vaani

ପ୍ରତେକ ବ୍ୟକ୍ତି ନିଜ ଜୀବନରେ ସଫଳତା ହାସଲ କରିବାକୁ ଅନେକ ମାର୍ଗ ଆପଣେଇ ଥାଏ । କିଛି ବ୍ୟକ୍ତି ଜୀବନରେ ସଫଳ ହେବା ପାଇଁ ଭଲ କାମ କରିଥାନ୍ତି ତ ଆଉ କିଛି ଖରାପ କାମ କରିଥାନ୍ତି । ଫଳ ସ୍ୱରୂପ ଯେଉଁ ବ୍ୟକ୍ତି ଜୀବନରେ ଭଲ କାମ କରିଥାଏ ସେ ସଫଳତା ଓ ଖରାପ କାମ କରିଥିଲେ ଖରାପ ଫଳ ପ୍ରାପ୍ତ କରିଥାଏ । କିଛି ବ୍ୟକ୍ତି ଟଙ୍କା ରୋଜଗାର କରିବା ପାଇଁ ଅନେକ ମାର୍ଗ ଆପେଣଇ ଥାନ୍ତି ।

କିନ୍ତୁ ସେମାନେ ଯେଉଁ ଚେଷ୍ଟା ଓ ପରିଶ୍ରମ କରିଥାନ୍ତି ଜୀବନରେ ସଫଳତା ପାଇବା ପାଇଁ ତାହା ଅନୁଭବ କରିବା ପାଇଁ ଠିକ ମାନେ କରନ୍ତି ନାହି । ଦୁନିଆରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଟଙ୍କା ରୋଜଗାର କରିବା ପାଇଁ ନିଜର ସବୁ କିଛି ବାଜି ଲଗାଇଥାନ୍ତି । ଏମିତି କି କିଛି ବ୍ୟକ୍ତି ନିଜ ସ୍ୱାସ୍ଥ୍ୟ କୁ ମଧ୍ୟ ବାଜି ଲଗାଇ ଦେଇଥାନ୍ତି । କିନ୍ତୁ ଫଳ ସ୍ୱରୂପ ସେହି ଧନକୁ ହରାଇଥାନ୍ତି ନିଜ ସ୍ୱାସ୍ଥ୍ୟ ପାଇଁ ।

କାରଣ ଯଦି ମଣିଷ ସୁସ୍ଥ ସବଳ ରହିବ ତେବେ ଜୀବନରେ କେତେ ଟଙ୍କା ରୋଜଗାର କରି ପାରିବ । କିନ୍ତୁ ଯଦି ଅସୁସ୍ଥ ହୋଇଯାଏ ତେବେ ସେହି ଟଙ୍କା ତାର ସ୍ୱାସ୍ଥ୍ୟ ରେ ଖର୍ଚ୍ଚ ହୋଇଯିବ ଯାହା ସେ ମେହନତ କରି ପାଇଥାଏ । ତେଣୁ କିଛି ପାଇବା ପାଇଁ ଆଶା ରଖିବା ବା ଲକ୍ଷ୍ୟ ରଖିବା ଭୁଲ କଥା ନୁହେଁ ବୋଲି ଭଗବାନ କୃଷ୍ଣ କହିଛନ୍ତି ।

କିନ୍ତୁ କିଛି ପାଇବା ଆଶାରେ ତାର ଆନନ୍ଦ ନ ନେବା ବ୍ୟକ୍ତିର ମୁର୍ଖାମି ହୋଇଥାଏ । ଅନେକ ସମୟରେ ବ୍ୟକ୍ତି ସବୁ କିଛି ପାଇବା ଆଶାରେ ନିଜର ସବୁ ହରାଇଥାଏ । ନିଜର ପରିବାର ହେଉ ବା ନିଜର ଧନ ସମ୍ପତି ହେଉ ବ୍ୟକ୍ତି ଲୋଭ ବଶତ ସବୁ କିଛି ହରାଇଥାଏ । କଥା ରେ ଅଛି ଅଧ ଚନ୍ଦ୍ରମା କେବେ ପୁରା ହେବ ନାହି ।

ତେଣୁ ଯାହା ନାହି ତାହା ପାଇବାକୁ ଚେଷ୍ଟା କରିବା ଓ ସବୁ କିଛି ବାଜି ଲଗାଇ ଦେବା ଠିକ କଥା ନୁହେଁ । କିନ୍ତୁ ଯାହା ଆପଣଙ୍କ ପାଖରେ ଅଛି ତାହାର ସଂପୂର୍ଣ୍ଣ ଆନନ୍ଦ ନେବା ପାଇଁ ପ୍ରୟାସ କରିବା ଉଚିତ । ଯେମିତିକି କିଛି ଲୋକ ମାନେ ଟଙ୍କା ଲୋଭରେ ନିଜର ପରିବାରକୁ ଭୁଲି ଯାଇଥାନ୍ତି । ଏମିତି କି ନିଜର ସନ୍ତାନ ମାନଙ୍କର ଖୁସିକୁ ମଧ୍ୟ ଖାତିର କରି ନ ଥାନ୍ତି । ଯାହା ଠିକ ନୁହେଁ ।

କାରଣ ଯାହା ଆପଣଙ୍କ ଭାଗ୍ୟ ରେ ନାହି ତାହା ପାଇବାକୁ ଆପଣ ଯେତେ ଚେଷ୍ଟା କରିଲେ ମଧ୍ୟ ତାହା କେବେ ଆପଣଙ୍କୁ ମିଳିବ ନାହି । ତେଣୁ ଆପଣଙ୍କ ପାଖରେ ବର୍ତ୍ତମାନ ଯାହା ଅଛି ତାହା ଖୁସି ଖୁସି ଗ୍ରହଣ କରିବା ସହ ତାର ଆନନ୍ଦ ନିଅନ୍ତୁ । ତେବେ ଏହା ଥିଲା ଭଗବାନ କୃଷ୍ଣଙ୍କ ନୀତିବାଣୀ କି ଯେବେ ମଣିଷ କିଛି ପାଇବାର ଆଶା ରଖିଥାଏ ତେବେ ସେହି ସମୟରେ କଣ ସ୍ଥିତି ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *