ଅଣ୍ଟା ବିନ୍ଧାର ଘରୋଇ ଉପଚାର, ଦେଖନ୍ତୁ କଣ କହୁଛନ୍ତି Dr Simanchala Mahapatra

ଆଜିକାଲି ଲୋକ ମାନଙ୍କ ଠାରେ ଅଣ୍ଟା ବିନ୍ଧା ସମସ୍ଯା ଦେଖା ଯାଉଛି । ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖା ଯାଇଛି । ଅଧିକାଂଶ ନଇକି ଭାରି ଜିନିଷ ଉଠାଇବା, ଅଧିକ ସମୟ ଗୋଟେ ଜାଗାରେ ବସିବା ଦ୍ଵାରା ଅଣ୍ଟା ବିନ୍ଧା ସମସ୍ଯା ଆରମ୍ଭ ହୋଇଥାଏ । ଯଦି ଦୁଇ ଦିନରୁ ଦୁଇ ସପ୍ତାହ ଯାଏଁ ଅଣ୍ଟା ବିନ୍ଧା ହେଉଛି ତେବେ ତାହାକୁ ଆକ୍ୟୁଟ ପେନ, ଦୁଇ ସପ୍ତାହରୁ ୬ ସପ୍ତାହ ଯାଏଁ ପେନ ହେଲେ ତାହାକୁ ସରଭାଇଭ ପେନ, ୬ ସପ୍ତାହରୁ ଅଧିକ ଦିନ ଯାଏଁ ପେନ ହେଲେ ତାହାକୁ କ୍ରୋନିକ ପେନ କୁହାଯାଏ । କ୍ରୋନିକ ପେନରେ ଲଗାତାର ୩ ମାସ ଚିକିତ୍ସା କରିବାକୁ ପଡିଥାଏ ।

ଯଦି ରୋଗୀର ପରିସ୍ରା ବା ଝାଡା କଣ୍ଟ୍ରୋଲ ହେଲା ନାହି, ଚାଲିବା ବେଳକୁ ପାଦ ଉଠାଇ ହେଉ ନାହି ତେବେ ସର୍ଜରୀ କରିବା ଆବଶ୍ୟକ ହୋଇଥାଏ । ଏଥିରେ ୫୦ ପ୍ରତିଶତ ରିକଭର ହେବାର ଚାନ୍ସ ଥାଏ । ପ୍ରଥମ ଥର ଅପରେସନ କରିଲେ ଯଦି ଦିତୀୟ ଥର ଏହା ହୁଏ ତେବେ ପୁଣି ଅପେରସନ କରିଲେ ୧୦ ରୁ ୧୫ ପ୍ରତିଶତ ରିକଭର ହେବାର ଚାନ୍ସ ରହିଥାଏ ।

ତେବେ କ୍ରୋନିକ ପେନ ଅଣ୍ଟା ରେ ହେଲେ ବ୍ୟକ୍ତି ୩ ମାସ ଯାଏଁ ବେଦ ରେଷ୍ଟ କରିବା ସହ ଅଧିକ ହେଭି କାମ ବ ଜିନିଷ ଉଠାଇବେ ନାହି । ନାଇଁ କୁ କାମ କରିବେ ନାହି, ଭାରି ଜିନିଷ କାନ୍ଧରେ ଉଠାଇବେ ନାହି, ତଳେ ବସିବେ ନାହି ଯଦି କ୍ରୋନିକ ପେନ ହେଉଥାଏ । ଯଦି ୩ ମାସ ଭିତରେ କ୍ରୋନିକ ପେନ ନ କାମେ ତେବେ ରାଇସ ଥେରାପି କରିବାକୁ ପଡିଥାଏ ।

ଏହି କ୍ଷେତ୍ର ରେ ଅଣ୍ଟା ରେ ବେଲ୍ଟ ଲଗାତାର ୩ ମାସ ପିନ୍ଧିବାକୁ ପଡିଥାଏ । ଅଣ୍ଟା ରେ ବେଲ୍ଟ ଅଧିକ ସମୟ ଯାଏଁ ପିନ୍ଧି କି ରଖିଲେ ଅଣ୍ଟା ଇନବାଲାନ୍ସ ହୋଇଥାଏ । ଏହା ସହ ଫିଜୀଓଥେରାପି କରିବା ଆବଶ୍ୟକ ହୋଇଥାଏ । ଯଦି ଅଧିକ ପେନ ହେଉଥାଏ ତେବେ ପେନକ୍ଲିୟର ଦିଆଯାଏ ।

ତେବେ ଅଣ୍ଟା ବିନ୍ଧା ଅଧିକ ହେଉଥିଲେ ଯଦି ଘରୋଇ ଚିକିତ୍ସା ରେ ନ କାମେ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ଯଦି ଅଧିକ ଦିନ ଯାଏଁ ଅଣ୍ଟା ଯନ୍ତ୍ରଣା ହେଉଥାଏ ଓ ତାହାକୁ ଦବାଇ ରଖିବେ ତେବେ ଭବିଷ୍ୟତରେ ଆପଣଙ୍କର ସମସ୍ଯା ଅଧିକ ହୋଇପାରେ । ଅଣ୍ଟା ଯନ୍ତ୍ରଣା ହେଲେ ଅଧିକ ସମୟ ଯାଏଁ ଗୋଟେ ଜାଗାରେ ବସିବା ଉଚିତ ନୁହେଁ । ଏହା ଦ୍ଵାରା ଅଧିକ ପେନ ହୋଇଥାଏ ।

ଅଧିକ ଓଜନିଆ ଜିନିଷ ମଧ୍ୟ ଉଠାଇବା ଉଚିତ ନୁହେଁ ଏହା ଦ୍ଵାରା ଅଣ୍ଟା ରେ ଅଧିକ ପ୍ରେସର ପଡିଥାଏ । ଯାହା ଦ୍ଵାରା ଅଣ୍ଟା ର ହାଡ ଖସିବାର ମଧ୍ୟ ଚାନସ ଥାଏ । ତେଣୁ ଅଣ୍ଟା ଯନ୍ତ୍ରଣା ହେଉଥିଲେ ଏହି ସବୁ କଥା ପ୍ରତି ଧ୍ୟାନ ଦେବ ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *