କାହାକୁ ପୂଜା କଲେ କଣ ମିଳେ- Ajira Anuchinta

ଆମ ହିନ୍ଦୁ ସନାତନ ଧର୍ମରେ ବହୁତ ପ୍ରକାର ଦେବୀ ଦେବତାଙ୍କ ବିଷୟରେ କୁହା ଯାଇଛି ଓ ସବୁ ଦେବତାଙ୍କ ନିଜର ଗୋଟେ ବିଶେଷ ବରଦାନ ହୋଇଥାଏ ତେବେ କୁହା ଯାଇଛି ମାତା ସରସ୍ଵତୀଙ୍କୁ ପୂଜା କଲେ ଆପଣଙ୍କୁ ଜ୍ଞାନ ପ୍ରାପ୍ତ ହୋଇଥାଏ, ସୂର୍ଯ୍ୟଙ୍କୁ ପୂଜା କଲେ ଆପଣଙ୍କୁ ଜ୍ଯୋତି ମିଳିଥାଏ, ଚନ୍ଦ୍ରଙ୍କୁ ପୂଜା କଲେ ଆପପଣଙ୍କୁ ଶାରୀରିକ ଜ୍ଯୋତି ବା ସ୍ୱାସ୍ଥ୍ୟ ମିଳିଥାଏ ଓ ଏମିତି ସବୁ ଦେବୀ ଦେବତାଙ୍କ ନିଜର ଗୋଟେ ବିଶେଷତା ହୋଇଥାଏ ତେବେ କଣ ଏହା ସମ୍ଭବ ଯେ ଆମେ ଏକାଥର ସବୁ ଦେବୀ ଦେବତାଙ୍କୁ ପୂଜା କରି ପାରିବୁ ?

ତେବେ ଏହା ପାଇଁ ଆଜି ଆମେ ଆପଣ ମାନଙ୍କୁ ଗୋଟେ ସତ ଘଟଣା ବିଷୟରେ କହିବାକୁ ଚାହୁଁଛୁ । ଯୁଧିଷ୍ଠିର ଧର୍ମାତ୍ମା ଥିଲେ ଓ ଦୁର୍ଯୋଧନ ପାପୀ ଥିଲା ଏହା ସମସ୍ତେ ଜାଣିଛନ୍ତି ।

Image Courtesy: Google

ଦୁର୍ଯୋଧନ ଯେତେବେଳେ ଅନ୍ତିମ ସମୟ ଆସିଲା ଭଗବାନ କୃଷ୍ଣ ତା ପାଖକୁ ଗଲେ ଓ କହିଲେ ହେ ଦୁର୍ଯୋଧନ କଣ ପାଇଲ । ଶେଷରେ ତମର କଣ ହେଲା ଦେଖୁଚ ଯଦି ମୋ କଥା ମାନି ଯାଇ ଥାନ୍ତ ତେବେ ତମର ଏହି ଅବସ୍ତା ହୁଆନ୍ତା ନାହିଁ । ଦୁର୍ଯୋଧନ କହିଲା ମୋର ଏହି ଗତି ତମ ପାଇଁ ହେଇଛି ତମେ ଏହି ସବୁ ନାଟର ଗୋବର୍ଦ୍ଧନ । କୃଷ୍ଣ କହିଲେ ମାନୁଛି ମୁଁ ଏହି ନାଟର ଗୋବର୍ଦ୍ଧନ କିନ୍ତୁ ମୁଁ ବୁଝେଇବାକୁ ଯାଇଥିଲି ଏହି ପାପ କର ନାହିଁ ବୋଲି ତମେ ମୋ କଥା ମାନିଥିଲ । ଦୁର୍ଯୋଧନ କହିଲେ – ହେ କୃଷ୍ଣ ତମେ ଯାହା କଲେ ତମକୁ ଦୋଷ ଲାଗିବ ନାହିଁ କିନ୍ତୁ ଆମେ ଯାହା କଲେ ପାପୀ କଣ ପାଇଁ ? କୃଷ୍ଣ କହିଲେ ମାନେ ମୁଁ କଣ କଲି ?

ଦୁର୍ଯୋଧନ କହିଲେ – ତମେ ତମ ମାମୁ ହତ୍ୟା କଲ ତମକୁ ପାପ ଲାଗିଲା ନାହିଁ କିନ୍ତୁ ମୁଁ ମୋ ଅହଂକାର ପାଇଁ କିଛି କଲି ତାହା ପାପ ହେଇଗଲା କାହିଁକି ? କୃଷ୍ଣ କହିଲେ ଛାଡ ସେ କଥା ଯଦି ତମେ ଦ୍ରୋପଦୀ ବସ୍ତ୍ର ହରଣ କରି ନଥାନ୍ତ ତେବେ ଏହି ଦଶା ତୁମର କେବେ ହେଇ ନଥାନ୍ତା । ଦୁର୍ଯୋଧନ କହିଲା – ଯଦି ମୁଁ ଦ୍ରୋପଦୀ ବସ୍ତ୍ର ହରଣ କରି ନଥାନ୍ତି ତେବେ ଲୋକେ ତୁମକୁ ଭଗବାନ କେମିତି ମାନିଥାନ୍ତେ ତମେ ଲୁଗା ଦେଇ ତା ଲଜ୍ୟା ରକ୍ଷା କଲ କିନ୍ତୁ ମୁଁ ବସ୍ତ୍ର ହରଣ କଲି ବୋଲି ତମେ ଭଗବାନ ହେଇ ପାରିଲ । ଭଗବାନ କୃଷ୍ଣ କହିଲେ ହଉ ଯାହା ହେଲା ହେଲା କୁହ କଣ ବରଦାନ ଚାହୁଁଛ, ଦୁର୍ଯୋଧନ କହିଲା ତମେ ମତେ ବରଦାନ ଦବ?

Image Courtesy: Google

ତମେ କେଉଁ ଗୁଣରେ ମୋ ଠାରୁ ବଡ? ଦୁର୍ଯୋଧନ ଯାହା କରିଛି ନିଜ ଅହଂକାର ଓ ମାନ ପାଇଁ କରିଛି ଆଉ ଆଜି ମୁଁ ମୋ ଅହଂକାର ଓ ମାନ ଛାଡି ତମକୁ ମାଗିବୀ, କଣ ପାଇଁ ତମେ ମୋ ଠାରୁ କାନଶୀ ଗୁଣରେ ବଡ ନୁହ ମୁଁ କାଇଁ ମାଗିବୀ । ତା ପରେ ଦୁର୍ଯୋଧନ କହିଲା ତମ ମନ ଭିତରେ ମାତା ଲକ୍ଷ୍ମୀଙ୍କ ବାସ ସେଥିପାଇଁ ତମକୁ ଲକ୍ଷ୍ମୀ ପ୍ରିୟା କୁହା ଯାଏ କିନ୍ତୁ ସେହି ଲକ୍ଷ୍ମୀ ମୋ କାନ୍ଧ ଉପରେ ବିରାଜମାନ ଅଛନ୍ତି, ତେବେ ବଡ କିଏ ତମେ ନା ମୁଁ । ମୁଁ ଚାଲିଲେ ସୁନା ପଦ୍ମ ଫୁଟିଥାଏ, ତମେ ଚାଲିକି ଦେଖେଇଲ କୌଠି ପଦ୍ମ ଫୁଟିଛି ଦେଖେ । ତମକୁ ପଦ୍ମଲୋଚନ କୁହା ଯାଏ କିନ୍ତୁ ତମେ ଚାଲିଲେ ପଦ୍ମ ଫୁଟେ ନାହିଁ ସେଥିପାଇଁ ତମେ ମୋ ଠାରୁ ବଡ ନୁହଁ ସେଥିପାଇଁ ମାଗିବାର ପ୍ରଶ୍ନ ହିଁ ଉଠୁ ନାହିଁ ।

Image Courtesy: Google

ତେବେ ଶେଷରେ ଦୁର୍ଯୋଧନ କହିଲେ ଦେବ ଯଦି ଏହି ଗୋଟେ ଜିନିଷ ଦିଅ ଯାହା ତମ ବ୍ଯତୀତ ଆଉ କେହି ଦେଇ ପାରିବେ ନାହିଁ । ଏବଂ କହିଲେ କି ବ୍ରହ୍ମାଙ୍କୁ ପୂଜା କଲେ କଳ୍ପବୃକ୍ଷ ସଦୃଶ ବର ଦେବେ, ଶିବଙ୍କୁ ପୂଜା କଲେ ଧନରତ୍ନରେ ଭରିଦେବେ । ସରସ୍ବତୀଙ୍କୁ ପୂଜା କଲେ ବହୁତ ବିଦ୍ୟା ଦେବେ, ଭବାନୀଙ୍କୁ ପୂଜା କଲେ ଭୋଗ ବିଳାସରେ ବୁଡାଇ ରଖିବେ । ସୂର୍ଯ୍ୟଙ୍କୁ ପୂଜା କଲେ ଆଖିର ଆଲୋକ ବଢାଇବେ, ଚନ୍ଦ୍ରଙ୍କୁ ପୂଜା କଲେ ସରରୀର ଜ୍ଯୋତି ବଢାଇଦେବେ । କିନ୍ତୁ ସବୁ ଜିନିଷ ସମସ୍ତେ ଦେବେ ହେଲେ ଗୋବିନ୍ଦ ଗୋଟେ ଜିନିଷ କେହି ଦେଇ ପାରିବେ ନାହିଁ, ଗୋବିନ୍ଦ କହିଲେ କଣ? ଦୁର୍ଜ୍ୟଧନ କହିଲେ ମୁକ୍ତି । ଯଦି ଦେବ ତେବେ ମତେ ମୁକ୍ତି ଦିଅ ପ୍ରଭୁ ।

Leave a Reply

Your email address will not be published. Required fields are marked *