କାହିଁକି ପାଳନ କରାଯାଏ ରାଜ, ଜାଣନ୍ତୁ ଏହା ପଚାର ଥିବା ରହସ୍ୟ- Raja Sankranti 2021

ରଜ ସଂକ୍ରାନ୍ତି ହେଉଛି ୪ ଦିନର ପର୍ବ । ଏହାକୁ ମିଥୁନ ସଂକ୍ରାନ୍ତି ମଧ୍ୟ କୁହା ଯାଏ । ଏହି ଦିନ ଟି କୁ ଓଡିଶାର ଲୋକମାନେ ଖୁବ ଧୂମ ଧାମ ରେ ପାଳନ କରି ଥାନ୍ତି । ଏହି ଦିନକୁ ରଜ କହିବାର ଅର୍ଥ ହେଉଛି ଏହା ବସୁଧା ମାତା ର ଓ ବିଷ୍ନୁଙ୍କ ପତ୍ନୀ ମା ଲକ୍ଷ୍ମୀ ନିଜର ମାଶୀକ ଧର୍ମ ପାଳନ କରିଥାନ୍ତି । ସେହି କାରଣରୁ ଏହାକୁ କୁଆଁରୀ ଝିଅ ମାନେ ମଧ୍ୟ ପାଳନ କରିଥାନ୍ତି ।

ଏହି ଦିନକୁ ବର୍ଷାର ଆରମ୍ଭ ହୁଏ ବୋଲି ମଧ୍ୟ କୁହା ଯାଇ ଥାଏ । ଏହା ପାଇଁ ଏହାକୁ ସର୍ବ ବର୍ଗର ଝିଅ ମାନେ ଏହାକୁ ପାଳନ କରିଥାନ୍ତି । ଏହି ଦିନ ଝିଅ ମାନେ ସକାଳୁ ଉଠିକି ନିଜ ନିତ୍ୟ କାମ ସାରି ଥାନ୍ତି । ଏହା କରିବା ପରେ ଆଉ ୩ ଦିନ ଯାଏ ତାଙ୍କୁ ଗାଧୋଇବା ମନା ହୋଇ ଥାଏ । ଏହାର ପ୍ରଥମ ଦିନକୁ କୁହା ଯାଏ ପ୍ରଥମ ରଜ ଓ ଦ୍ଵିତୀୟ ଦିନକୁ କୁହାଯାଏ ରଜ ସଙ୍କରାନ୍ତି ଓ ତୃତୀୟ ଦିନକୁ କୁହା ଯାଏ ଶେଷ ରଜ କିମ୍ବା ବାଶି ରଜ ।

ଏହା ପରେ ଆସେ ଚତୁର୍ଥ ଦିନ ଯାହାକୁ କୁହାଯାଏ ବସୁମତୀ ସ୍ନାନ । ପ୍ରଥମ ଦିନ ସକାଳୁ ଉଠିକି ଝିଅ ମାନେ ସୂର୍ଯ୍ୟ କିରଣ ଆସିବା ଆଗରୁ ହଳଦୀ ଲଗେଇକି ଭଲ ଭାବେ ଗାଧୋଇ ଥାନ୍ତି । ଏହା ପରେ ସେମାନେ ସଜବାଜ ହୋଇ ନିଜ ସାଙ୍ଗ ମାନଙ୍କ ସହ ଖେଳିବା ସହ କିଛି ମଜା ମଧ୍ୟ କରିଥାନ୍ତି । ଏହି ଦିନ ଝିଅ ମାନଙ୍କୁ କାମ କରିବା ପାଇଁ ମନା ହୋଇ ଥାଏ ।

ସେମାନେ ଖାଇବା ପାଇଁ ବସନ୍ତୀ ଏହି ଦିନ ଭାତ ଖାଇବା ମନା ହୋଇ ଥାଏ ତେଣୁ କରି ସେମାନେ କେବଳ ପିଠା ଖାଇବା ଓ ଫଳ ଖାଇବା ପାଇଁ ଦିଆ ଯାଇ ଥାଏ । ଏହି ପର୍ବ କୁ ଝିଅ ମାନେ ଭଲ ସ୍ଵାମୀ ପାଇବା ପାଇଁ ମଧ୍ୟ ପାଳନ କରି ଥାନ୍ତି । ଏହି ଦିନ ପୁଅ ପିଲା ମାନେ କବାଡି ଖେଳିବା ପାଇ ପସନ୍ଦ କରିଥାନ୍ତି ।

ଏହି ଦିନ ରେ ମହିଳା ମାନେ ଝୁଲଣା ରେ ଝୁଲେଇବା ପାଇଁ ପ୍ରସ୍ତୁତ ରଖି ଥାନ୍ତି । ଏହି ଦିନ ପିଲା ମାନଙ୍କ ପାଇଁ ଖୁବ ଭଲ ଭାବେ ପାଳନ କରି ଥାନ୍ତି । ଏହି ଦିନ ମାନଙ୍କରେ ଶୀଳ କୁ ହଳଦୀ ଲଗେଇକି ପୂଜା କରି ଏହାକୁ ସିନ୍ଦୁର ଓ ଚନ୍ଦନ ଲଗାଇ ପୂଜା କରିଥାନ୍ତି ।

ଏହା ଆଗରୁ ସେମାନେ କିଛି ଦିନ ମସଲା ବାଟି ନେଇଥାନ୍ତି । ଏହି ଦୀନ ଝିଅ ମାନେ ନ୍ଯାଯ ଆଗାମୀ ଭବିଷ୍ୟତରେ ହେବାକୁ ଯାଉ ଥିବା ସ୍ଵାମୀ ଙ୍କ ପାଇଁ କାମନା କରି ଥାନ୍ତି । ଏହି ଦିନ କୁ ଜଗନ୍ନାଥ ମନ୍ଦିର ରେ ମଧ୍ୟ ପାଳନ କରାଯାଇ ଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *