କଳା ଧାଗାରେ 9ଟି ଗଣ୍ଠି ପକାଇ ପିନ୍ଧି ନିଅନ୍ତୁ, ଯାହାକୁ ଚାହିଁବେ ଓ ଯାହା ଚାହିଁବେ ସବୁ ହେବ ଆପଣଙ୍କର… ବିଶ୍ଵାସ ନ ହେଲେ କରିକି ଦେଖନ୍ତୁ

ଯଦି ଆପଣଙ୍କ ଜୀବନରେ ସମସ୍ୟା ଚାଲିଛି । ଚାକିରି ଓ ବ୍ୟାପାର ଚାଲୁ ନାହିଁ । ଆପଣଙ୍କୁ ଲାଗୁଛି କି ଆପଣ ଯେ କୌଣସି କାମରେ ହାତ ଦେଲେ ସେଥିରେ ଆପଣ ସଫଳ ହେଉ ନାହାନ୍ତି ଓଲଟା ତାହା ଆହୁରି ଖରାପ ହୋଇ ଯାଉଛି । ଏମିତିରେ କଳା ସୂତାର ଏହି ଛୋଟ ଛୋଟ ଉପାୟ ଆପଣଙ୍କୁ ଆପଣଙ୍କ ଜୀବନର ସମସ୍ତ ସମସ୍ୟାରୁ ମୁକ୍ତି ଦେଇ ପାରିବ । କଳା ସୂତା ଶନିଦେବ ସହ ସମ୍ବନ୍ଧ ଅଟେ । ହାତରେ ଓ ଗୋଡରେ କଳା ସୂତା ବାନ୍ଧିବା ବହୁତ ପୁରାତନ ଯୁଗରୁ ଚାଲି ଆସୁ ଅଛି ।

କହିବାକୁ ଗଲେ ନଜର ଦୋଷରୁ ବଞ୍ଚିବା ପାଇଁ ଏହିଭଳି କରାଯାଏ । ଏହା ସହିତ କେତେକ ଲୋକମାନ ବେକରେ କଳା ରଙ୍ଗର ସୂତାରେ ଭଗବାନଙ୍କ ଲକେଟ ବାନ୍ଧିଥାନ୍ତି । ଯାହାକି ଆହୁରି ଅଧିକ ଶୁଭ ହୋଇଥାଏ । ଯଦି ଆପଣଙ୍କ ଗୋଡରେ ବାରମ୍ବାର ଆଘାତ ଲାଗୁଛି କିମ୍ବା ବାରମ୍ବାର ଆପଣଙ୍କର ଦୁର୍ଘଟଣା ହେଉଛି ତେବେ କଳା ସୂତା ଗୋଡର ଆଙ୍ଗୁଠିରେ ବାନ୍ଧିବା ଉଚିତ ।

ଏହା ଦ୍ଵାରା ଅଣ୍ଟା ଓ ଗଣ୍ଠି ବିନ୍ଧା ଠାରୁ ବି ମୁକ୍ତି ମିଳିଥାଏ । ଯଦି ଜୀବନରେ ଟଙ୍କାର ସମସ୍ୟା ଅଧିକ ଅଛି ମଙ୍ଗଳବାର ଦିନ କଳା ସୂତାକୁ ପୁରୁଷମାନେ ଡାହାଣ ଓ ମହିଳାମାନେ ବାମ ହାତ କିମ୍ବା ଗୋଡରେ ବାନ୍ଧନ୍ତୁ । କିନ୍ତୁ ଏହି ସୂତାକୁ ଗୋଡରେ ବାନ୍ଧିବା ବହୁତ ହିଁ ଶୁଭ ହୋଇଥାଏ । ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ବି ଆପଣ କଳା ସୂତା ପିନ୍ଧି ପାରିବେ ।

ଘରକୁ ଖରାପ ନଜର ଠାରୁ ବଞ୍ଚାଇବା ପାଇଁ ଘରର ମୁଖ୍ୟ କବାଟରେ ହନୁମାନଙ୍କ ଚରଣର ସିନ୍ଦୁର ନେଇ କଳା ସୂତାରେ ୯ ଗଣ୍ଠି ଦେଇ ବାନ୍ଧି ପାରିବେ । ଶନିବାର ଦିନ ସନ୍ଧ୍ୟା ସମୟରେ ହନୁମାନ ମନ୍ଦିରରେ ଯାଇ ସେଠି କଳା ସୂତାରେ ୯ ଟି ଗଣ୍ଠି ଲଗାନ୍ତୁ । ଆପଣ ହନୁମାନ ଚାଳିଶା ପାଠ କରିବା ସହିତ କଳା ସୂତାରେ ୯ ଟି ଗଣ୍ଠି ବାନ୍ଧିବେ ଓ ସବୁ ଗଣ୍ଠିରେ ହନୁମାନଙ୍କ ସିନ୍ଦୁର ଲଗାଇ ଦିଅନ୍ତୁ ।

ଏହା ପରେ ଏହି ସୂତାକୁ ଆପଣ ନିଜ ହାତରେ ବାନ୍ଧି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟା ଦୂର ହୋଇଯିବ । ଏହି ସୂତାକୁ ଯଦି ଆପଣ ଘରର ମୁଖ୍ୟ ଦ୍ଵାରାର ବାହାର ପଟେ କିମ୍ବା ଘରର ତିଜୋରିର ବାନ୍ଧି ଦେଉଛନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ ।

ଏହିଭଳି କରିବା ଦ୍ଵାରା ଘରେ ଧନ ବଢିଥାଏ । ଯେତେବେଳେ ସମସ୍ତଙ୍କର ନଜର ଠାରୁ ବଞ୍ଚିବା ପାଇଁ ଆମେ କଳା ସୂତା ପିନ୍ଧି ଥାଉ ତେବେ ଏହା ଦ୍ଵାରା ଭଗବାନ ଶନିଙ୍କ ପ୍ରକୋପ ବି ଆମ ଉପରେ ପଡି ନ ଥାଏ । ଏହା ସହିତ କୌଣସି ବି ପ୍ରକାରର ତାନ୍ତ୍ରିକର ଗୁଣି ଗାରିଡି ବି କାମ କରି ନ ଥାଏ ।

Leave a Reply

Your email address will not be published. Required fields are marked *