କାଲି ଭାରତ ବନ୍ଦ: ସେପ୍ଟେମ୍ବର 27 ସକାଳ 6 ଟାରୁ ବନ୍ଦ ଡାକରା, ଦେଖନ୍ତୁ କଣ ରହିବ ଖୋଲା କଣ ରହିବ ବନ୍ଦ!

ଆସନ୍ତା ୨୭ ତାରିଖ ଦିନ ଅର୍ଥାତ ସୋମବାର ଦିନ ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷି ସଂଘ । ସଂଯୁକ୍ତ କିଷାନ ମୋର୍ଚ୍ଚା କେନ୍ଦ୍ର ସରକାରଙ୍କ ୩ ଟି କୃଷି ଆଇନ ବିରୁଦ୍ଧରେ ଏହି ଭାରତ ବନ୍ଦ ଡାକରା ଦେଇଛନ୍ତି । ୪୦ ଟି କିଷାନ ସଂଗଠନକୁ ଏହି ଭାରତ ବନ୍ଦ ଡାକରାରେ ସାମିଲ ହେବା ପାଇଁ ମଧ୍ୟ କୁହାଯାଇଛି । ସଂଯୁକ୍ତ କିଷାନ ମୋର୍ଚ୍ଚାଙ୍କ ତରଫରୁ ଏହି ଭାରତ ବନ୍ଦ ଡକରାରେ ରାଜନୈତିକ ଦଳ ଓ ସମସ୍ତ ରାଜ୍ୟର ସରକାରଙ୍କୁ ସହଯୋଗ ଓ ଏଥିରେ ସାମିଲ ହେବା ପାଇଁ ଆହ୍ଵାନ ଦିଆଯାଇଛି ।

କେତେକ ରାଜନୈତିକ ଦଳ ତରଫରୁ ସଂଯୁକ୍ତ କିଷାନ ମୋର୍ଚ୍ଚାଙ୍କ ଏହି ଭାରତ ବନ୍ଦ ଡକରାକୁ ସମର୍ଥନ ଦେବା ସହିତ ତାଙ୍କୁ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି ।

ସରକାରଙ୍କ ନୂତନ କୃଷି ନୀତି ଆଇନ ବିରୁଦ୍ଧରେ ଚାଲି ଥିବା ଆନ୍ଦୋଳନକୁ ୧୦ ମାସ ପୂର୍ଣ ହୋଇ ଯାଇଛି ଓ ଏହି ଉପଲକ୍ଷେ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଭାରତ ବନ୍ଦ ଡାକରା ପୁରା ଦେଶରେ ଦେଇଛନ୍ତି । ଦେଶର ଅନ୍ୟ କିଛି ବଡ ବଡ ସଂଗଠନ ମଧ୍ୟ କୃଷକମାନଙ୍କର ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର କନ୍‌ଫେଡ୍ରେସନ୍‌ ମଧ୍ୟ ଏହି ବନ୍ଦ ଡାକରାକୁ ସମର୍ଥନ ଦେଇଛନ୍ତି । ଚାଷୀମାନେ ସରକାରଙ୍କ ଆଲୋଚନା କରି ଏହି ୩ ଟି ନୂତନ କୃଷି ଆଇନକୁ ବନ୍ଦ କରିବା ପାଇଁ କହିଛନ୍ତି ।

କିନ୍ତୁ ସରକାର କୃଷକମାନଙ୍କର ଏହି ଦାବି ଉପରେ କୌଣସି ବି ପ୍ରକାରର ମତ ପ୍ରକାଶ କରି ନାହାନ୍ତି । ଆସନ୍ତା କାଲି ଭାରତ ବନ୍ଦ ଆନ୍ଦୋଲନକୁ ଦ୍ରୁଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିଲ୍ଲୀ ସହ ଜଡିତ ସମସ୍ତ ରାଜ୍ୟର ସୀମା ଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ ଦିଲ୍ଲୀରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ପ୍ରକାରର କଡା ସୁରକ୍ଷା ଆଇନ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କୁହାଯାଇଛି କି ସହରର ସୀମା ଗୁଡିକରେ ୩ ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକମାନଙ୍କ ମଧ୍ୟରୁ କାହାକୁ ବି ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ନାହିଁ । କୃଷକ ମାନଙ୍କ ତରଫରୁ ସେପ୍ଟେମ୍ବର ୨୭ ତାରିଖ ଅର୍ଥାତ ସକାଳ ୬ ରୁ ସନ୍ଧ୍ୟା ୪ ପର୍ଯ୍ୟନ୍ତ ଏହି ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ସମୟରେ ସମସ୍ତେ ସରକାରୀ ଓ ବେ ସରକାରୀ ଅଫିସ, ଶିକ୍ଷାନୁଷ୍ଠାନ, ଦୋକାନ, ବଜାର, ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ । କିନ୍ତୁ ଜରୁରୀ କାଳୀନ ସେବା ଗୁଡିକ ଯେମିତି କି ଡାକ୍ତର ଖାନା, ଔଷଧ ଦୋକାନ ଓ ଅନ୍ୟ କିଛି ସ୍ଥାନ ଗୁଡିକ ଖୋଲା ରହିବ ।

Leave a Reply

Your email address will not be published. Required fields are marked *