ଓଡିଆ କମେଡି କିଙ୍ଗ କାଳିଆ ଷଣ୍ଢଙ୍କୁ ନେଇ ଆସିଲା ଦୁଃଖ ଖବର, ଦେଖନ୍ତୁ Video

ଓଲିଉଡ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ୟୁଟ୍ୟୁବ ଷ୍ଟାର ଓ ଓଲିଉଡ କମେଡି କିଙ୍ଗ କାଳିଆ ଷଣ୍ଢକୁ ନେଇ ବର୍ତ୍ତମାନ ଗୋଟିଏ ବଡ ଖବର ସାମ୍ନାକୁ ଆସୁଛି । କହିବାକୁ ଗଲେ ସମସ୍ତଙ୍କ ମୁହଁରେ ହସ ଦେଉଥିବା କାଳିଆ ଭାଇ ଆଜି ଦୁଃଖରେ ଅଛନ୍ତି ।

କହିବାକୁ ଗଲେ କାଳିଆ ଭାଇ କାଳିଆ ଷଣ୍ଢ ନାଁରେ ବହୁତ ପ୍ରସିଦ୍ଧ ଅଟନ୍ତି । ତାଙ୍କ ଜୀବନରେ ଏମିତି ବି ଦିନ ଥିଲା ଯେତେବେଳେ କି ତାଙ୍କ ପାଖରେ ଖାଇବା ପାଇଁ ବି ଟଙ୍କା ନ ଥିଲା । କିନ୍ତୁ ଏହା ପରେ ସେ ୟୁଟ୍ୟୁବରେ ଗୁଳୁଆଙ୍କ ସହ ଭିଡିଓରେ ନଜର ଆସିଲେ । ଯାହା ପର ଠାରୁ ସେ ଧୀରେ ଧୀରେ ଲୋକପ୍ରିୟ ହେବାକୁ ଲାଗିଲେ ।

ସେ ନିଜର ବି ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି । ସେଥିରେ ବି ସେ ନିଜର କମେଡି ଭିଡିଓ ଛାଡି ଲୋକମାନଙ୍କୁ ମନୋରଞ୍ଜନ କରୁଛନ୍ତି । ୟୁଟ୍ୟୁବରେ ବି ତାଙ୍କର ଭିଡିଓକୁ ବହୁତ ପସନ୍ଦ କରାଯାଏ । ଏତିକି ନୁହେଁ ସେ କେତେକ ଫିଲ୍ମରେ କମେଡି ରୋଲ ଓ ଆଲବମରେ ବି ନଜର ଆସିଛନ୍ତି ।

ସେ ୟୁଟ୍ୟୁବରେ ବହୁତ ପ୍ରାଙ୍କ ଭିଡିଓ ଓ କମେଡି ଭିଡିଓ ଶେୟାର କରନ୍ତି ଓ ଲୋକମାନଙ୍କ ପ୍ରଶଂସାର ପାତ୍ର ମଧ୍ୟ ହୋଇଛନ୍ତି । କହିଦେଉଛୁ କି ଗତ ବର୍ଷ ସେ ବିବାହ କରିଥିଲେ ଓ ଏହି ବର୍ଷ ତାଙ୍କର ଗୋଟିଏ ଝିଅ ସନ୍ତାନ ମଧ୍ୟ ହୋଇଛି । କିନ୍ତୁ ଦୁଃଖଦ ଖବର ଏହା ଅଟେ କି ଆଜି ସକାଳେ ତାଙ୍କର ଘରର ଛାତ ଉପରେ ସେ ବୁଲୁଥିଲେ ।

ଏହି ସମୟରେ ଶିଉଳିରେ ତାଙ୍କର ଗୋଡ ଖସି ଗଲା ଓ ସେ ତଳେ ପଡିଗଲେ । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଜଣା ପଡିଲା କି ଶିଉଳିରେ ଗୋଡ ଖସିବା କାରଣରୁ ତାଙ୍କର ପିଠିର ଦୁଇଟି ପଞ୍ଜରା ହାଡ ଭାଙ୍ଗି ଯାଇଛି ।

ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି କି ସେ ଆସନ୍ତା ୪ ମାସ ପର୍ଯ୍ୟନ୍ତ ବେଡରେସ୍ଟ କରିବେ ଓ ୪ ମାସ ପର୍ଯ୍ୟନ୍ତ ସେ କୌଣସି ବି ପ୍ରକାରର କାମ କରିବେ ନାହିଁ ବୋଲି ମଧ୍ୟ କୁହାଯାଇଛି ।

 

ଏହି ଖବର ସାମ୍ନାକୁ ଆସିବା ପରେ ତାଙ୍କର ୟୁଟ୍ୟୁବ ପାର୍ଟନର ଗୁଳୁଆ ଭାଇ ଓ ଅନ୍ୟ କିଛି ୟୁଟ୍ୟୁବର ତାଙ୍କର ଫ୍ୟାନମାନେ ସେ ଜଲ୍ଦି ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ ବୋଲି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *