ଫୋନେ ବୁଥରୁ କାମେଡି କିଙ୍ଗ, କେମିତି ହେଲେ କପିଲ- କପିଲଙ୍କ ସଂଘର୍ଷର କାହାଣୀ

ନମସ୍କାର ବନ୍ଧୁଗଣ କେମିତି କମେଡି କିଙ୍ଗ ହେଲେ କପିଲ । ଘର ଚଳାଇବା ପାଇଁ ମଧ୍ୟ ନଥିଲା ଟଙ୍କା । କମେଡି ର ଅନ୍ୟ ନାମ କପିଲ ଶର୍ମା । କମେଡ଼ି କିଙ୍ଗ କୁହନ୍ତୁ କିମ୍ବା ଲୋକଙ୍କୁ ହସାଇବା ର ମାଧ୍ୟମ କୁହନ୍ତୁ କପିଲ ଶର୍ମା ସବୁ ଥିରେ ଫିଟ । ତାଙ୍କର କଲା ତାଙ୍କୁ ବିଶ୍ୱ ରେ ଖ୍ୟାତି ଲାଭ କରାଇଛି । କିନ୍ତୁ ଆପଣ ଜାଣିଛନ୍ତି କି ,ଗୋଟିଏ ପରେ ଗୋଟିଏ ସଫଳତା ର ପାହାଚ ଚଢିବା ପାଇଁ କପିଲ ଙ୍କୁ କେତେ ସଙ୍ଘର୍ଷ କରିବାକୁ ପଡିଛି । ଘର ଚଳାଇବା ପାଇଁ ଟଙ୍କା ନ ଥିଲା । ଏବଂ ସେ ସମୟରେ କିପରି ନିଜ ଘରକୁ ଚଳାଇଥିଲେ ଏବଂ ନିଜକୁ କମେଡି କିଙ୍ଗ କରାଇ ପାରିଛନ୍ତି । ତେବେ ଆସନ୍ତୁ ଜାଣିବା କପିଲ ଙ୍କ ପରଦା ପଛ ର କାହାଣୀ ।

କମେଡି କିଙ୍ଗ ବନିବା ପୂର୍ବରୁ କପିଲଙ୍କ ଜୀଵନ ବହୁତ ସଙ୍ଘର୍ଷ ମୟ ଥିଲା । ଏହା ବ୍ୟତୀତ ଭାଗ୍ୟ ବି ତାଙ୍କ ସହ ଅନେକ ଖେଳ ଖେଳିଛି । ଯେଉଁ ବୟସ ରେ ପିଲାମାନେ ଖେଳିବା ବୁଲିବା ଏବଂ ମଜା ମସ୍ତି କରିଥାନ୍ତି ସେ ବୟସରେ କପିଲ ଘର ଚଳାଇବା ପାଇଁ କାମ କରୁଥିଲେ । ୨୦୦୪ ରେ କ୍ୟାନ୍ସର ରେ ତାଙ୍କ ବାପାଙ୍କର ଦେହା ନ୍ତ ହୋଇଥିଲା । କପିଲଙ୍କ ବାପା ପଞ୍ଜାବ ପୋଲିସ ରେ ସବ ଇନ୍ସପେକ୍ଟର ଥିଲେ । ପିତାଙ୍କ ଦେହା ନ୍ତ ପରେ କପିଲ ଙ୍କୁ ପୋଲିସ ରେ ଭର୍ତ୍ତି ହେବ ପାଇଁ ସୁଯୋଗ ଦିଆ ଯାଇଥିଲା ।

କିନ୍ତୁ ତାଙ୍କ ର ସ୍ୱପ୍ନ ଥିଲା କିଛି ଅଲଗା । ସେ ଫୋନ ବୁଥ ରେ ଚାକିରୀ କରୁଥିଲେ । ପୋଲିସ ଚାକିରୀ ଛାଡିବା ପରେ କପିଲ ଏକ ଫୋନ ବୁଥ ରେ କାମ ଆରମ୍ଭ କରିଥିଲେ । କିଛି ଟଙ୍କା ରୋଜଗାର କରି ପରିବାର ର ଭରଣ ପୋଷଣ କରିନେଲେ । କିନ୍ତୁ ତାଙ୍କ ର ଯେଉଁ ସ୍ୱପ୍ନ ଥିଲା ସେ ଆଗକୁ ବଢି ପାରୁ ନଥିଲା । କପିଲ ଶର୍ମା ଭଲ ଗୀତ ଗାଉଥିଲେ । ଏବଂ କମେଡି ମଧ୍ୟ ଠିକ ଠାକ କରି ନେଉଥିଲେ । କିନ୍ତୁ ତାଙ୍କୁ ଉଚିତ ମାର୍ଗ ମିଳୁ ନଥିଲା । ଯାହା ଫଳରେ କପିଲ ଙ୍କ ସଙ୍ଘର୍ଷ ଆହୁରି କିଛି ବର୍ଷ ଜାରି ରହିଲା ।

ତେଵେ ତାଙ୍କୁ ପ୍ରଥମ ସୁଯୋଗ କିପରି ଭାବେ ମିଳିଲା । ଆସିଲା ୨୦୦୮ ଇଣ୍ଡିଆ ଟିଭି ରେ ଦ ଗ୍ରେଟ ଲାଫ୍ଟର ଚ୍ୟାଲେଞ୍ଜ ନାମକ ଏକ ଶୋ ଲଞ୍ଚ ହେଲା । ସେହି ଶୋ ଜରିଆରେ ଅନେକ ନୂଆ କଳାକାର ଙ୍କୁ ସୁଯୋଗ ମିଳିଲା । ନିଜର ଯୋଗ୍ୟତା ନିଜର ପ୍ରତିଭା ପରିବେଷଣ ପାଇଁ ଏକ ପ୍ଲାଟଫର୍ମ ମିଳିଲା ଏବଂ ଲୋକ ମାନଂକୁ ହସିବାର ଏକ ମାଧ୍ୟମ । ଏବଂ ଏହି ଶୋ ର ତୃତୀୟ ସିରିଜ ରେ ବିଜେତା ହେଲେ କପିଲ ଶର୍ମା । ଏବଂ ସେବେଠାରୁ ସେ ନିଜର ସଙ୍ଘର୍ଷ ମୟ ଜୀଵନ କୁ ପଛରେ ରଖି । ସଫଳତାର ପାହାଚ ଚଢି ଚାଲିଲେ । ଏବଂ ଏହା ପରେ ସେ ଛଅ ଥର କମେଡି ସର୍କସ ର ଟାଇଟଲ ନିଜ ନାମ ରେ କରିଥିଲେ ।

ଏବଂ ଯାହା ଏକ ଅତୁଟ ରେକର୍ଡ ହୋଇ ରହି ଯାଇଛି । ଏବଂ ଏହା ପର ଠାରୁ ତାଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିଲା । ସେ ସବୁ କ୍ଷେତ୍ରରେ ସଫଳତା ହାସଲ କରିଲେ । ଏବଂ ଲୋକ ପ୍ରିୟତା ମଧ୍ୟ ମିଳିଲା । ଦର୍ଶକ ମାନେ କପିଲ ଙ୍କୁ ବହୁତ ପସନ୍ଦ ମଧ୍ୟ କଲେ । ଏବଂ ଅନେକ ବଡ଼ ବଡ଼ କାର୍ଯ୍ୟକ୍ରମ ରେ ତାଙ୍କୁ ଆଙ୍କରିଂ ଏବଂ କମେଡି କରିବାର ସୁଯୋଗ ମିଳିଲା ଏବଂ ଶେଷରେ ସେ ସୋନି ଟିଭି ସହ ମିଶି ନିଜର ଏକ ଶୋ କମେଡି ନାଇଟ୍ସ ଉଇଥ କପିଲ ନିର୍ମାଣ କଲେ ।

ଏବଂ ଏହା ପରେ ତାଙ୍କ ଲୋକ ପ୍ରିୟତା ବଢି ଚାଲିଲା । ଏବଂ ଏବେ ତାଙ୍କୁ କୌଣସି ପରିଚୟ ର ମଧ୍ୟ ଆବଶ୍ୟକତା ନାହିଁ । ଏବେ ସେ ସିନେମା ରେ ମୁଖ୍ୟ ଅଭିନେତା ସହ ୱେବ ସିରିଜ ରେ ମଧ୍ୟ କାମ କରିବା ଆରମ୍ଭ କରିଲେଣି । ଏକ ଛୋଟ ଫୋନ ବୁଥ ରୁ କାମ ଆରମ୍ଭ କରି ଏବେ ସେ ଏକ ପ୍ରସିଦ୍ଧ ଏବଂ ଲୋକପ୍ରିୟ କମେଡି କିଙ୍ଗ ।

Leave a Reply

Your email address will not be published. Required fields are marked *