ଅକ୍ଷୟ କୁମାର କୋରୋନା ପଜିଟିଭ, ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ସୂଚନା 

ବଲିଉଡ ଖିଲାଡ଼ି କୁମାର ମାନେ ଅକ୍ଷୟ କୁମାର କରୋନା ପଜେଟିଭ ହୋଇଛନ୍ତି । ଅଭିନେତା କିଛି ସମୟ ପୂର୍ବରୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଏହି କଥାର ସୂଚନା ଦେଇଛନ୍ତି ଫ୍ୟାନ ମାନଙ୍କୁ । ଅକ୍ଷୟ କୁମାର କହିଛନ୍ତିକି ପୌରବ କିଛି ଦିନରୁ ତାଙ୍କର ପାଖାପାଖି ଯେତେବୀ ଲୋକ ଆସିଛନ୍ତି ସେମାନେ ସବୁ ତାଙ୍କର ଟେଷ୍ଟ କରନ୍ତୁ । ପୂର୍ବ କିଛି ଦିନରୁ ବଲିଉଡର ବଡ ବଡ ଷ୍ଟାର ମାନେ କରୋନାର ଶିକାର ହୋଇଛନ୍ତି ।

ପ୍ରାୟ ସମସ୍ତେ କରୋନା ଭ୍ୟାକସିନ ଲଗାଉଛନ୍ତି । ଆଲିଆକୁ ମଧ୍ୟ କରୋନା ହୋଇଥିଲା । ସେ ତାଙ୍କ ଘରେ କ୍ଵାରେନଟାଇନରେ ଅଛନ୍ତି । ଖାଲି ସେତିକି ନୁହେଁ ଅକ୍ଷୟ ସୋସିଆଲ ମିଡିଆରେ ଗୋଟେ ପୋଷ୍ଟ ଲେଖିକି ନିଜ କରୋନା ପଜେଟିଭ ବିଷୟରେ କହିଛନ୍ତି । କରୋନା ଏତେ ବୃଦ୍ଧି ପାଇଲାଣି ଧୀରେ ଧୀରେ ପ୍ରାୟ ସବୁ ଲୋକଙ୍କୁ ଆକ୍ରାନ୍ତ କଲାଣି । କରୋନରେ ବହୁତ ଫିଲ୍ମ ଷ୍ଟାର ମଧ୍ୟ ଆକ୍ରାନ୍ତ ହେଲେଣି । ଏହା ଦିନକୁ ଦିନ ବହୁତ ବିପଦଜନକ ହେଲାଣି ।ଅକ୍ଷୟ କୁମାର ବହୁତ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇମଧ୍ୟ ତାଙ୍କୁ କରୋନା ଆକ୍ରାନ୍ତ କରିଛି ।

ଅକ୍ଷୟ ତାଙ୍କ ପୋଷ୍ଟରେ ଲେଖିଥିଲେ, ” ମୁ ସମସ୍ତଙ୍କୁ ସୁଚିତ କରିବାକୁ ଚାହୁଁଛିକି ଆଜି ସକାଳେ ମୁଁ ନିଜର କୋଭିଡ ଟେଷ୍ଟ କରିଛି ଯାହା ପଜେଟିଭ ଆସିଛି । ସବୁ ପ୍ରୋଟୋକଲକୁ ଧ୍ୟାନରେ ରଖି ମୁଁ ତୁରନ୍ତ ନିଜକୁ ଅଲଗା କରିଦେଲି । ମୁଁ ଘରେ ହିଁ କ୍ଵାରେନଟାଇନରେ ଅଛି । ମୁଁ ସେହି ସବୁ ଲୋକଙ୍କୁ ଅନୁରୋଧ କରିବି ଯିଏ ମୋ ସମ୍ପର୍କରେ ଆସିଛନ୍ତି ନିଜର କୋଭିଡ ଟେଷ୍ଟ କରନ୍ତୁ ଓ ନିଜର ଯତ୍ନ ନିଅନ୍ତୁ, ବହୁତ ଶୀଘ୍ର ଦେଖା ହେବ ।

ଅକ୍ଷୟ କୁମାର ଏବେ ନିଜର ଫିଲ୍ମ ଶୁଟିଙ୍ଗରେ ବ୍ୟସ୍ତ ଥିଲେ । ସେଥିପାଇଁ ଅଭିନେତାଙ୍କୁ କୌଣସି ସେଟରେ ହିଁ କରୋନା ହୋଇଛି । ଅକ୍ଷୟ କୁମାର ବହୁତ ଦିନରୁ ହିଁ ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ସେ ତାଙ୍କ ଫିଲ୍ମ ‘ଅତରଙ୍ଗି’ ର ଶୁଟିଙ୍ଗ ସେସ କରିଛନ୍ତି । ଅକ୍ଷୟ କୁମାରଙ୍କ ସୂର୍ଯ୍ୟ ବଂଶୀ ଏହି ବର୍ଷର ଶେଷରେ ରିଲିଜ ହେବ । ଯାହା ଲାଗୁଛି ଅକ୍ଷୟ କୁମାର ତାଙ୍କ ୧୦ ରୁ ୧୨ ଦିନ ଫିଲ୍ମର ପ୍ରମୋଶନ କରିପାରିବେ ନହିଁ । ଦେଖିବା ଅକ୍ଷୟ କୁମାର କେବେ ତାଙ୍କ କର୍ମ କ୍ଷେତ୍ରକୁ ଫେରୁଛନ୍ତି ।

Leave a Reply

Your email address will not be published. Required fields are marked *