ଆଉ ଯିବାକୁ ପଡିବ ନାହିଁ RTO, ଏଣିକି ଘରେ ବସି ପାଇଁ ପାରିବେ ଲାଇସେନ୍ସ- କେମିତି ଜାଣନ୍ତୁ

ନମସ୍କାର ବନ୍ଧୁଗଣ ଏବେ ଆପଣ ଘରେ ବସି ପାଇଁ ପାରିବେ ଲର୍ଣିଂ ଲାଇସେନ୍ସ । ଏବେ ନିଜେ ନିଜର ଲର୍ଣିଂ ଲାଇସେନ୍ସ ନିଜେ ମଧ୍ୟ କାଢି ପାରିବେ । ଏବଂ ଏବେ ଲାଇସେନ୍ସ ପାଇଁ ବାର ବାର ଚକର କାଟିବାକୁ ପଡିବ ନାହିଁ । ନୂଆ ଆର୍ଥିକ ବର୍ଷରେ ପରିବହନ ବିଭାଗ ଅନେକ ପରିବର୍ତ୍ତନ କରିବାକୁ ଯାଉଛି । ଏହି ପରିବର୍ତ୍ତନ ରେ ଲର୍ଣିଂ ଲାଇସେନ୍ସ ପାଇଁ ଅନଲାଇନ ସର୍ଭିସ ଉପରେ ଅଧିକ ଧ୍ୟାନ ଦିଆଯାଉଛି । ସୂଚନା ଅନୁଯାୟୀ ନୂତନ ଲାଇସେନ୍ସ ଏବଂ ପୁରୁଣା ଲାଇସେନ୍ସ ର ନବୀକରଣ ପାଇଁ ଅନଲାଇନ ସେବା ଏପ୍ରିଲ ପନ୍ଦର ତାରିଖ ରୁ ଆରମ୍ଭ ହେବ ।

ଲର୍ଣିଂ ଲାଇସେନ୍ସ ଆଧାର ନମ୍ବର ସହ ସଂଯୁକ୍ତ ହୋଇଛି । ଆଧାର କାର୍ଡ ମାଧ୍ୟମରେ ଲାଇସେନ୍ସ ଦିଆଯିବା ପ୍ରକ୍ରିୟା କୁ ପୁରା କରାଯିବ । ଲର୍ଣିଂ ଲାଇସେନ୍ସ ପାଇଁ ଷାଠିଏ ପ୍ରତିଶତ ପ୍ରଶ୍ନ ର ସଠିକ ଉତ୍ତର ଦେବାକୁ ପଡିବ । ଏବଂ ଷାଠିଏ ପ୍ରତିଶତ ସଠିକ ଉତ୍ତର ଦେଲେ ଲାଇସେନ୍ସ ଆପେ ଆପେ ଆକ୍ଟିଭ ହୋଇ ଯିବ । ତେବେ ଆସନ୍ତୁ ଜାଣି ନେବା ଏହାର ସଠିକ ପ୍ରକ୍ରିୟା କଣ । ଆଜି କାଲି ର ଜୀଵନ ରେ କିମ୍ବା ଆଧୁନିକ ଜୀବନରେ ସମସ୍ତେ ସମୟ କୁ ନିଜ ହାତ ମୁଠାରେ ରଖିବାକୁ ଚେଷ୍ଟା କରୁଛନ୍ତି ।

ସବୁ କାର୍ଯ୍ୟ ସହଜ ଏବଂ ସୁବିଧା ରେ କରିବାକୁ ଚେଷ୍ଟା କରନ୍ତି । ଏବଂ ସେ ସବୁ କାର୍ଯ୍ୟ କରିବାରେ ଯେପରି କମ ସମୟ ଲାଗିବ ତାହା ପ୍ରତି ମଧ୍ୟ ଧ୍ୟାନ ଦେଉଛନ୍ତି । ଏବଂ ଯେପରି ଲୁଗା ସଫା କରିବା ମେସିନ, ପଇସା ଗଣିବା ମେସିନ ଆଦି ସେହି ଭଳି ଗୋଟିଏ ସ୍ଥାନକୁ ଯିବା ପାଇଁ କିମ୍ବା ସହଜ ସୁବିଧା ଏବଂ କମ ସମୟରେ ଯିବା ପାଇଁ ଆମେ ଗାଡି ର ବ୍ୟବହାର କିମ୍ବା ସାହାଯ୍ୟ ନେଇଥାଉ । ଏବଂ ଆଜି କାଲି ଘରେ ଘରେ ସମସ୍ତଙ୍କ ପାଖରେ ଗାଡି ରହିଛି ।

କିଛି ଲୋକଙ୍କ ପାଖରେ ଦୁଇ ଟି ତିନୋଟି ଏବଂ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡି ମଧ୍ୟ ରହୁଛି । ଏବଂ ବର୍ତ୍ତମାନ ର ଜୀଵନ ତ ଏଭଳି ହୋଇ ଯାଇଛି କି ଗାଡି ବିନା କୌଣସି କାର୍ଯ୍ୟ ହୋଇ ମଧ୍ୟ ପାରୁ ନାହିଁ । ଏବଂ ଏହି ଗାଡି କୁ ସମସ୍ତେ କିମ୍ବା କେହି ବି ଚଳେଇ ପାରିବେ ନାହିଁ । ସରକାର ଙ୍କ ନିୟମ ଅନୁସାରେ ଅଠର ବର୍ଷ ନ ହେବା ଯାଏ କୌଣସି ବ୍ୟକ୍ତି ଗାଡି ଚଳାଇ ପାରିବେ ନାହିଁ ।

ଏବଂ ସମସ୍ତ ଙ୍କ ସୁରକ୍ଷା କୁ ଆଖିରେ ରଖି ଏହା ମଧ୍ୟ ଘୋଷଣା କରାଯାଇଛି କି ସମସ୍ତେ ହେଲମେଟ ଏଵଂ ନିଜର ଗାଡିର ଲାଇସେନ୍ସ ଆବଶ୍ୟକ ଅଟେ । ଯାହା ପାଖରେ ଗାଡିର ଲାଇସେନ୍ସ ନଥାଏ ତାକୁ ଚାଲାଣ କାଟିବାକୁ ପଡିବ ଏବଂ ଜେଲ ମଧ୍ୟ ଯିବାକୁ ପଡ଼ିଥାଏ । ତେଣୁ ଲାଇସେନ୍ସ ରହିବା ଆବଶ୍ୟକ ଏବଂ ଲାଇସେନ୍ସ ପାଇଁ ଅଫିସ ର ବାରମ୍ବାର ଚକର ମଧ୍ୟ କାଟିବାକୁ ପଡ଼ିଥାଏ ଏଵଂ ବହୁତ କଷ୍ଟ ରେ ହିଁ ଲାଇସେନ୍ସ ମିଳିଥାଏ । ତେଣୁ ଏ ବର୍ଷ ଲୋକ ମାନଙ୍କ ସୁବିଧା କୁ ଆଖିରେ ରଖି ଏହି ବ୍ୟବସ୍ଥା କରା ଯାଇଛି ।

ଯଦି ଆପଣ ଲର୍ଣିଂ ଲାଇସେନ୍ସ କୁ ଆବେଦନ କରିବା ପାଇଁ ଚାହୁଁଛନ୍ତି ତେବେ ପରିବହନ ବିଭାଗ ର ୱେବ ସାଇଟ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ ପରିବହନ ଡଟ ଜି ଓ ଭି ଡଟିକ କୁ ଯାଆନ୍ତୁ ଏବଂ ଏହାପରେ ଆପଣ ଅନ ଲାଇନ ସର୍ଭିସ ଅନ୍ତର୍ଗତ ଡ୍ରାଇଭିଂ ଲାଇସେନ୍ସ ର ଚୟନ କରି ପାରିବେ । ଏବଂ ନିଜର ଲାଇସେନ୍ସ କୁ ସଠିକ ଭାବରେ ଅନଲାଇନ ରୁ ସଂଗୃହିତ କରି ପାରିବା ।ଏହା ଦ୍ୱାରା ଲୋକ୍ ମାନଙ୍କର ସମୟ ମଧ୍ୟ ବଞ୍ଚିଯିବ । ଏବଂ ସେମାନଂକୁ ଅନ୍ୟ କୌଣସି ଅସୁବିଧା ର ସମ୍ମୁଖୀନ ମଧ୍ୟ ହେବାକୁ ପଡିବ ନାହିଁ ।

Leave a Reply

Your email address will not be published. Required fields are marked *