Special Report: କଣ ଅଗଷ୍ଟ 1 ରୁ ଓଡିଶାରେ ହଟିବ ଲକଡାଉନ ? ଦେଖନ୍ତୁ କଣ କହିଲେ CBK Mohanty

ନମସ୍କାର ବନ୍ଧୁଗଣ । ଆଜି ରାଜ୍ୟରେ ୧୯୨୬ କୋରୋନା ସଂକ୍ରମଣ ଚିହ୍ନଟ କରା ଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ପଜେଟିଭ ହାର ରହିଛି ୨.୫୯% । ଓଡିଶାରେ ୨୮ ଟି ଜିଲ୍ଲା ଗୁଡିକରେ ଦୈନିକ ସଂକ୍ରମଣ ହାର ୧୦୦ ତଳକୁ ରହିଛି ।

ମାଲକାନାଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, ଗଞ୍ଜାମ, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ନୟାଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର ଆଦି ଜିଲାରେ ୧% ତଳକୁ ସଂକ୍ରମଣ ହାର ରହିଛି । ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୬% ଉପରକୁ କୋରୋନା ପଜେଟିଭ ହାର ରହିଛି । ଡିମଏଟି ଡାକ୍ତର ଶିବିକେ ମହାନ୍ତି ନିଜ ମତରେ କହିଛନ୍ତି ଯଦି ପରିସ୍ଥିତି ସୁଧୁରିବ ତେବେ ଆବଶ୍ୟକ ପଡିଲେ ସଂପୂର୍ଣ୍ଣ ଅନଲକ ହେବ । ସବୁ ପ୍ରକାରର ପରିସ୍ଥିତିକୁ ଆକଳନ କରାଯାଇ ଅଗଷ୍ଟ ମାସରେ ନୂଆ ନିୟମ କଣ ରହିବ ତାହା ନିଷ୍ପତି ନିଆଯିବ ।

ବର୍ତ୍ତମାନ ସୂଚନା ଅନୁସାରେ କାଟାଗୋରୀ-ଏ ଅପେକ୍ଷା କାଟାଗୋରୀ-ବି ରେ କୋରୋନା କଟକଣା ଅଧିକ ରହିଛି । ଅଧିକାଂଶ କାଟାଗୋରୀ-ଏ ଜିଲା ଗୁଡିକରେ କୋରୋନା ସଂକ୍ରମଣ ହାର ୧% ତଳକୁ ରହୁଛି । ଅଗଷ୍ଟ ମାସରେ ରାଜ୍ୟ ସରକାରଙ୍କ କୋରୋନା ଗାଇଡ ଲାଇନ କଣ ରହିବ ତାହାକୁ ନେଇ ସମସ୍ତଙ୍କର ନଜର ରହିଛି ।

କଣ ସବୁ ଜିଲ୍ଲା ଗୁଡିକରେ କଟକଣା ହଟା ଯିବ ତାହାକୁ ନେଇ ସମସ୍ତଙ୍କର ନଜର ରହିଛି । ଅର୍ଥନୀତି ବିଶେଷଜ୍ଞଙ୍କ କହିବ ମୁତାବକ ରାଜ୍ୟ ସରକାର ଉଭୟ ଜୀବିକା ଓ ଜୀବନକୁ ଗୁରୁତ୍ଵ ଦେଇ ନିଷ୍ପତି ନେଉଛନ୍ତି । ତେଣୁ ଜୀବିକା ସହ ଜଡିତ କଟକଣା କୁ ରାଜ୍ୟ ସରକାର ଆହୁରି କୋହଳ କରି ପାରନ୍ତି ବୋଲି ସୂଚନା ମିଳିଛି ।

ଅଗଷ୍ଟ ମାସ ଶେଷ ଆଡକୁ କୋରୋନାର ତୃତୋୟ ଲହର ଆସିବାର ସମ୍ଭାବନା ରହି ଥିବାରୁ ରାଜ୍ୟ ସରକାର ଏ ନେଇ ପ୍ରସ୍ତୁତ ଅଛନ୍ତି । ଅଗଷ୍ଟ ୧ ରୁ କଟକଣା ହଟିବ ନା ଆଂଶିକ ରହିବ ତାହାକୁ ନେଇ ଏବେ ଚିନ୍ତାର ବିଷୟ ହୋଇଛି । ଆସନ୍ତା ଦୁଇ ତିନି ଦିନ ମଧ୍ୟ ରେ କଣ ରହିବ ଅଗଷ୍ଟ ୧ ରୁ ନୂଆ ଗାଇଡ ଲାଇନ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ବନ୍ଧୁଗଣ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଯଦି ଆପଣ ମାନନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *