କାହିଁକି ମାତା ସୀତା ଓ ଲକ୍ଷ୍ମଣଙ୍କ ଶରୀର ଏକ ହୋଇଯାଇଥିଲା

ସଂସାରରେ ଦିଅର ଭାଉଜ ସମ୍ପର୍କ ମା ପୁତ୍ର ସମ୍ପର୍କ ଭଳି ଅଟେ, ତେବେ ମାତା ସୀତା ଓ ଲକ୍ଷ୍ମଣଙ୍କ ସମ୍ପର୍କ ସମସ୍ତଙ୍କ ପାଇଁ ଗୋଟେ ବଡ ଉଦାହରଣ ଅଟେ ଯେମିତି ମାତା ସୀତା ଓ ଲକ୍ଷ୍ମଣ ଦୁହିଙ୍କ ସମ୍ପର୍କ ଥିଲା ସେମିତିକା ଦିଅର ଭାଉଜ ସମ୍ପର୍କ କେହି କେବେ ଦେଖି ନଥିବେ । ତେବେ ରାମ ସିତାଙ୍କ ୧୪ ବର୍ଷ ବନବାସରେ ଲକ୍ଷ୍ମଣ ମଧ୍ୟ ତାଙ୍କ ସହ ଯାଇଥିଲେ ଓ ମାତା ସୀତାକୁ ନିଜ ମାତା ଭଳି କୌଣସି ଅସୁବିଧା ଦେଇ ନଥିଲେ ତଥାପି

ଏମିତି ଗୋଟେ ସ୍ଥିତି ଆସିଥିଲା ଯେତେବେଳେ ମାତା ସୀତା ଲକ୍ଷ୍ମଣକୁ ଢୋକିଥିଲେ, ତେବେ ଆସନ୍ତୁ ଜାଣିବା ଏହି ପୋରାଣିକ କଥା ବିଷୟରେ ବିସ୍ତାର ସହ ।

 

Image Courtesy: Google

ମାତା ସୀତା ସର୍ୟୁ ନଦୀ ରେ ବନବାସରୁ ସ୍ଵସ୍ଥ ଫେରିଲେ ପୂଜା କରିବେ ବୋଲି କହିଥିଲେ । ତେବେ ବନବାସରେ ଘଟିଥିବା କାର୍ଯ୍ୟ ପାଇଁ ମାତା ସୀତା ବହୁତ ଦୁଃଖିତ ଥିଲେ ଓ ଶକୁଳ ଫେରିବା ପରେ ସର୍ୟୁ ନଦୀରେ ପୂଜା କରିବା ପାଇଁ ଗଲେ ଓ ନିଜ ସହ ଦିଅର ଲକ୍ଷ୍ମଣଙ୍କୁ ମଧ୍ୟ ନେଇ ଗଲେ । ଯେତେବେଳେ ମାତା ସୀତା ଓ ଲକ୍ଷ୍ମଣ ନଦୀକୁ ଯାଉଥିଲେ ତାଙ୍କୁ ହନୁମାନ ଭଗବାନ ଦେଖିଲେ ଓ ଲୁଚିକି ତାଙ୍କ ପଛକୁ ଗଲେ । ସର୍ୟୁ ନଦୀ ପହଞ୍ଚିଲା ପରେ ସୀତା ମାତା ସର୍ୟୁ ନଦୀକୁ ପ୍ରଣାମ କଲେ ଓ ଦିଅର ଲକ୍ଷ୍ମଣକୁ ନଦୀରୁ ପାଣି ଆଣିବା ପାଇଁ କହିଲେ, ତେବେ ଏହି ସବୁ ଘଟନା ଭଗବାନ ହନୁମାନ ଗଛ ପଛରେ ଲୁଚି ଦେଖୁଥିଲେ ।

Image Courtesy: Google

ଯେତେବେଳେ ଲକ୍ଷ୍ମଣ ପାଣି ନବା ପାଇଁ ନଦୀରେ ପଶିଲେ ନଦୀ ଭିତରୁ ଅଘାସୁର ନାମକ ଗୋଟେ ରାକ୍ଷାଶ ବାହାରିଲେ ଯିଏ ଲକ୍ଷ୍ମଣଙ୍କୁ ଗିଳିବାକୁ ଯାଉଥିଲା ଏହି କଥା ମାତା ସୀତା ଜାଣି ପାରିଲେ ଓ ନିଜ ପୁତ୍ର ସମାନ ଦିଅର ଜୀବନ ରକ୍ଷା କରିବା ପାଇଁ ମାତା ସୀତା ଲକ୍ଷ୍ମଣଙ୍କୁ ଗିଳିଦେଲେ ଯାହା ପରେ ମାତା ସୀତା ଓ ଲକ୍ଷ୍ମଣଙ୍କ ଶରୀର ଗୋଟେ ହୋଇଗଲା ଓ ଦୁହେଁ ଗୋଟେ ସରଳ ପଦାର୍ଥରେ ପରିଣତ ହୋଇଥିଲେ ଏହା ଦେଖି ଭଗବାନ ହନୁମାନ ସେହି ତରଳ ପଦାର୍ଥ ନେଇ ଭଗବାନ ରାମଙ୍କ ପାଖରେ ପହଞ୍ଚିଲେ ଓ ଆଶ୍ଚର୍ଯ୍ୟ ହୋଇ ସବୁ କଥା କହିଲେ ଓ ପଚାରିଲେ

Image Courtesy: Google

ମାତା ଏମିତି କୋଣ ପାଇଁ କଲେ ଯାହା ପରେ ଭଗବାନ ରାମ ନିଜ ପ୍ରିୟ ଭକ୍ତ ହନୁମାନଙ୍କୁ ବୁଝାଇ କହିଲେ ଅଘାସୁର ଏହା ବର ପାଇଛି ଯେ ତାକୁ କେହି ମାରି ପାରିବେ ନାହିଁ ଓ ତାକୁ ମାରିବା କେବଳ ଗୋଟେ ଉପାୟ ଏହା ଅଟେ ଯେ ମାତା ସୀତା ଓ ଲକ୍ଷ୍ମଣ ଦୁହିଙ୍କ ଗୋଟେ ଶରୀର ହବ ଓ ଦୁହେଁ ତରଳ ପଦାର୍ଥରେ ପରିଣତ ହୋଇବେ ଓ ଏହି ତରଳ ପଦାର୍ଥ ହନୁମାନ ଦ୍ଵାରା ଅଘାସୁର ଉପରେ ବ୍ୟବହାର କରିବା ଦ୍ଵାରା ଅଘାସୁର ମୃତ୍ୟୁ ହବ ତେବେ ତମକୁ ଏହି ତରଳ ପଦାର୍ଥ ପାଣିରେ ପ୍ରବାହିତ କରିବାକୁ ହବ ଯାହା ପରେ ନଦୀରେ ନିଆ ଲାଗି ଗଲା ଓ ଅଘାସୁର ଭସ୍ମ ହୋଇଥିଲା ।

Leave a Reply

Your email address will not be published. Required fields are marked *