ଅଫିସ୍, ଦୋକାନ, କ୍ୟାବସ୍: ଲକଡାଉନ ୩.୦ରେ କ’ଣ ଅନୁମତି ଦିଆଯିବ ଏବଂ କେଉଁଠାରେ ଜାଣନ୍ତୁ

ଦେଶରେ ଲାଗିଥିବା ଲକ୍ ଡାଉନ୍ ର ଦ୍ଵିତୀୟ ପର୍ଯ୍ୟାୟର ସମାପ୍ତ ହେବା ପୂର୍ବରୁ ସରକାର ପୁଣି ଥରେ ୨ସପ୍ତାହ ବଢାଇଛନ୍ତି । କିନ୍ତୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦେଶରେ ୧୩୦ଜିଲ୍ଲା କୁ ରେଡ୍ ଜୋନ, ୨୮୪କୁ ଅରେଞ୍ ଜୋନ ଓ ୩୧୯କୁ ଗ୍ରୀନ ଜୋନ ଭାବେ ଘୋଷିତ କରିଛନ୍ତି । ଏହି ସ୍ଥାନ ମାନଙ୍କରେ କୋଭିଡ-୧୯ର ସଂଖ୍ୟା, ମାମଲା ଦୁଇଗୁଣ ହୋଇଥିବା ପରୀକ୍ଷଣ ର କ୍ଷମତାକୁ ନଜର ରେ ରଖିଥିବା ଏଜେନ୍ସିର ମିଳିଥିବା ସୁତ୍ରକୁ ଆଧାର କରି ଶ୍ରେଣୀ ରେ ବିଭକ୍ତ କରିଛନ୍ତି । ସରକାରଙ୍କ ତରଫରୁ ଏହି କ୍ଷେତ୍ରକୁ ଗ୍ରୀନ ଜୋନ ବାନଯାଇଛି ଯେଉଁଠି ୨୧ଦିନ ମଧ୍ୟରେ ଗୋଟେ ବି କୋରୋନା ମାମଲା ସାମ୍ନାକୁ ଆସିନି, ଅରେଞ୍ଜ ଜୋନ ତାକୁ କୁହାଯାଉଛି ଯେଉଁଠି ପୂର୍ବ ୧୪ଦିନ ମଧ୍ୟରେ ଗୋଟେ ବି ମାମଲା ଆସିନି ।

ଲକ୍ ଡାଉନ୍ ର ୩ପର୍ଯ୍ୟାୟ ରେ ଏହିଥିରେ ସବୁ କଟକଣା ଲାଗିବନି

– ଜରୁରୀ ଓ ଅଣ ଜରୁରୀ ଭେଦ ବିନା ସହର ମାନଙ୍କରେ ସବୁ ଷ୍ଟାଣ୍ଡ ଓ ଦୁକାନ ,ପଡୋଶୀ ଦୋକାନ ଓ ଆବସୀ ଦୋକାନ ଖୋଲା ରହିବାକୁ ଅନୁମତି ଅଛି ।

– ନିଜ କାର୍ଯ୍ୟାଳୟ ରେ ଆବଶ୍ୟକତା ଅନୁସାରେ ୩୩ପ୍ରତିଶତ ପର୍ଯ୍ୟନ୍ତ ଲୋକ କାମ କରିପାରିବେ । ବାକି ଲୋକ ଘରୁ କାମ କରିପାରିବେ ।

– ସବୁ ସରକାରୀ କାର୍ଯ୍ୟାଳୟ ର ଉପସଚିବ ସ୍ତର ର ବରିଷ୍ଠ ଅଧିକାରୀମାନଙ୍କ ସହିତ କଠୋର ଭାବେ କାମ କରିବେ । ଶେଷ କର୍ମଚାରୀ ଆବଶ୍ୟକତା ଅନୁସାରେ ୩୩ ପ୍ରତିଶତ କମ କ ଅଫିସ୍ ଆସି ପାରିବେ ।

– ବ୍ୟକ୍ତି ଓ ବାହନ ଗୋଟେ ଜିଲ୍ଲାରୁ ଆଉ ଗୋଟେ ଜିଲ୍ଲା କୁ ଯିବା କେବଳ ସରକାରୀ କାମରେ ହୋଇପାରିବ । ଚାରି ଚକିଆ ଗାଡ଼ିରେ ଡ୍ରାଇଭର ସହିତ ଦୁଇଟି ଯାତ୍ରି ଯାଇପାରିବେ, ଓ ଦୁଇଚ୍ଚକିଆ ଯାନରେ କେବଳ ଦୁଇଜଣ ଯିବାର ଅନୁମତି ମିଳିଛି ।

– ରେଡ୍ ଜୋନ ରେ ଯେଉଁ ଗତିବିଧି ର ଅନୁମତି ରହିଛି, ଆରେଞ୍ଜେ ଜୋନ ରେ ଏହା ବ୍ୟତୀତ ଟ୍ୟାକ୍ସି ଓ କ୍ୟାବ୍ ରେ କେବଳ ଜଣେ ଡ୍ରାଇଭର ସହିତ ଗୋଟେ ଯାତ୍ରୀ କୁ ଯିବା ଅନୁମତି ମିଳିବ ।

– ଗ୍ରୀନ ଜୋନ ସବୁ ପ୍ରକାର କାମ ପାଇଁ ଅନୁମତି ମିଳିବ କିନ୍ତୁ ସେଇ ଗତିବିଧି କୁ ଛାଡ଼ି ଯେଉଁଟା ଦେଶର ରୋକ୍ ଅଛି ।

– ରକ୍ଷା ଓ ସୁରକ୍ଷା ସୁବିଧା,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପୁଲିସ୍,ଜେଲ୍,ହୋମଗାର୍ଡ,ନାଗରିକ ସୁରକ୍ଷା, ଅଗ୍ନିଶମ ଓ ଅପତ୍ କାଳୀନ ସୁବିଧା , ଆପଦା ଓ ସମ୍ବୋଧିତ ସେବା ,ନେସନାଲ୍ ଇନ୍ ଫେରମେଟୀକ୍ ସେଣ୍ଟର , ସୀମା ଶୁଳ୍କ,ଭାରତୀୟ ଖାଦ୍ୟ ନିଗମ , ରାଷ୍ଟ୍ରୀୟ କ୍ରେଡିଟ କୋରେ, ନେହେରୁ ଯୁବ କେନ୍ଦ୍ର ଓ ନଗରପାଳିକା ସେବା ରେ ପ୍ରତିବନ୍ଧ କାର୍ଯ୍ୟ୍ କରିବ । ସାର୍ବଜନୀନ ସେବା ନିଷ୍ଚିତ ରୂପେ ଦିଆଯିବ ଓ ଆବଶ୍ୟକ କର୍ମଚାରୀ ରଖାଯିବ ଦ୍ରବ୍ୟ ପହଞ୍ଚାଇବା ପାଇଁ ।

– ସାର୍ବଜନୀନ ଉପଯୋଗୀତା ଯେମିତିକି ବିଜୁଳି ,ପାଣି, ସ୍ବଚ୍ଛତା, କୋରିୟର ଏବଂ ଡାକ ସେବା ଖୋଲା ରହିବ ।

ଏହି ଜିନିଷଗୁଡ଼ିକ ଉପରେ ପ୍ରତିବନ୍ଧକ ଜାରି ରହିବ ।

– ରେଡ୍ ଜୋନରେ ଇ-କମର୍ସ କମ୍ପାନୀଗୁଡିକ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ପ୍ରତିବନ୍ଧକ ଜାରି ରହିବ ।

– ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସହରାଞ୍ଚଳର ଦୋକାନଗୁଡିକ ମଲ୍, ବଜାର ଏବଂ ବଜାର ପରିସରରେ ଅନୁମତି ଦିଆଯିବ ନାହିଁ ।

– ଆନ୍ତ ରାଜ୍ୟ ଟ୍ରାଫିକ୍ ଏବଂ ବିଦ୍ୟାଳୟ, କଲେଜ, ବିମାନ, ରେଳ, ମେଟ୍ରୋ ଏବଂ ସଡକ ଦ୍ୱାରା ଯାତ୍ରା ବନ୍ଦ ରହିବ । ହୋଟେଲ, ସିନେମା ହଲ୍, ମଲ୍, ଜିମ୍, କ୍ରୀଡା କମ୍ପ୍ଲେକ୍ସ, ସାମାଜିକ-ରାଜନ୍ୟିତିକ ତଥା ଅନ୍ୟାନ୍ୟ ପ୍ରକାରର ଉତ୍ସବ ନିଷେଧ ।

– ସମସ୍ତ ଅନାବଶ୍ୟକ କାର୍ଯ୍ୟକଳାପ ପାଇଁ ଲୋକଙ୍କ ଗତିବିଧି ସନ୍ଧ୍ୟା ୭ ରୁ ସକାଳ ୭ ଟା ମଧ୍ୟରେ କଡା ନିଷେଧ ହେବ ।

– ସମସ୍ତ ଜୋନରେ, 65 ବର୍ଷରୁ ଅଧିକ ବୟସ୍କ, ଯେଉଁମାନଙ୍କର ପୂର୍ବରୁ କୌଣସି ଶାରୀରିକ ସମସ୍ୟା ରହିଛି, ଗର୍ଭବତୀ ମହିଳା ଏବଂ 10 ବର୍ଷରୁ କମ୍ ପିଲାମାନଙ୍କୁ ଘରେ ରହିବାକୁ ପଡିବ । ଡାକ୍ତରୀ କାମ ପାଇଁ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକୁ ଅନୁମତି ଦିଆଯିବ ।

– ରିକ୍ସା, ଅଟୋ ରିକ୍ସା; ଟ୍ୟାକ୍ସି ଏବଂ ଟ୍ୟାକ୍ସି ଏଗ୍ରିଗେଟର୍ସ, ଆନ୍ତ ଜିଲ୍ଲା ଏବଂ ଅନ୍ତ ଜିଲ୍ଲା ବସ୍, ଏବଂ ରେଡ୍ ଜୋନରେ ସେଲୁନ ଦୋକାନ, ସ୍ପା ଉପରେ ପ୍ରତିବନ୍ଧକ ଲଗାଯିବ ।

Leave a Reply

Your email address will not be published. Required fields are marked *