Kartik Masa: କାର୍ତ୍ତିକ ମାସରେ କଣ କରିବେ କଣ କରିବେ ନାହିଁ, ଶୀଘ୍ର ଦେଖନ୍ତୁ… ନଚେତ ପସ୍ତେଇବେ

ବନ୍ଧୁଗଣ କାର୍ତ୍ତିକ ମାସକୁ ଧର୍ମର ମାସ କୁହାଯାଏ । ଏହି ମାସରେ ସବୁଠାରୁ ଅଧିକ ପର୍ବ ପର୍ବାଣି ମଧ୍ୟ ପାଳନ କରା ଯାଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ମାସ ଟି ପ୍ରତେକ ବ୍ୟକ୍ତି ବିଶେଷ ଙ୍କ ପାଇଁ ବହୁତ ମହତ୍ଵ ପୂର୍ଣ୍ଣ ରହିଥାଏ । କାରଣ ଏହି ମାସରେ ସମସ୍ତେ ନିଜ ପାପରୁ ମୁକ୍ତି ପାଇବା ପାଇଁ ଧର୍ମ କାମ ସବୁ କରିଥାନ୍ତି । କାରଣ ମାନ୍ୟତା ଅଛି କି ଯଦି ଏହି ମାସରେ ଆପଣ କିଛି ଭଲ କାମ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ପାପ କର୍ମ ଧୀରେ ଧୀରେ କମି ଯାଇଥାଏ । ଏହି ମାସରେ ଭଗବାନଙ୍କର ଉପାସନା କରୁଛନ୍ତି ତେବେ ନିଶ୍ଚୟ ସୁଫଳ ମିଳିଥାଏ । ଏହି ମାସରେ କେଉଁ କାମ କରିଲେ ପୂଣ୍ୟ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧ – କାର୍ତ୍ତିକ ମାସରେ କାହା ସହ ଝଗଡା କରନ୍ତୁ ନାହି କି କାହା ସହ ଖରାପ ବ୍ୟବହାର କରନ୍ତୁ ନାହି । ସମସ୍ତଙ୍କୁ ଭଲ ପାଆନ୍ତୁ ଓ ମମତା ଦିଅନ୍ତୁ । ଦେଖିବେ ନିଶ୍ଚୟ ଭାଗ୍ୟ ଉଦୟ ହେବ ।

୨- ମାନବ ଜୀବନରେ ଗଛଲତାର ମାନ୍ୟତା ଅଧିକ ରହିଛି । ଏହି ମାସରେ କୌଣସି ଗଛର କ୍ଷତି କରନ୍ତୁ ନାହି । ଏହା ଦ୍ଵାରା ସ୍ଵାସ୍ଥ୍ୟଗତ ସମସ୍ଯା ହୋଇପାରେ ।

୩- ଏହି ମାସରେ କୌଣସି ଜୀବ ଜନ୍ତୁଙ୍କର ହତ୍ୟା କରନ୍ତୁ ନାହି । ଏଭଳି କରିଲେ ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ । ଜୀବଜନ୍ତୁଙ୍କୁ ଆଦର ଯତ୍ନ କରନ୍ତୁ ।

୪- କାର୍ତ୍ତିକ ମାସରେ ଗୁରୁଜନ ବା ଘରର କୌଣସି ସଦସ୍ୟଙ୍କର ଅପମାନ କରନ୍ତୁ ନାହି । ଏପରି କରିଲେ ଆପଣଙ୍କୁ ଅନେକ ସମୟସର ସମୁଖୀନ ହେବାକୁ ପଡିଥାଏ ।

୫- ଏହି ମାସରେ ମଦ୍ୟପାନ କରିବା ଉଚିତ ନୁହେଁ । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଏହି ମାସରେ ଆମିଷ ଭୋଜନ କରନ୍ତୁ ନାହି ।

୬- ଏହି ମାସରେ ତୁଳସୀ ଗଛର ପୂଜା କରନ୍ତୁ । କାରଣ ଭଗବାନ ବିଶୁଣୁଙ୍କର ପ୍ରିୟ ହୋଇଥାଏ ତୁଳସୀ । ଏହା ଦ୍ଵାରା ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୭- ଏହି ମାସରେ ଅଧିକ ପୂଣ୍ୟ ପ୍ରାପ୍ତି କରିବା ପାଇଁ ପୋଖରୀ ଦୀପ ଦାନ କରନ୍ତୁ । ଏହି ଦୀପ ଦାନ କରିବା ଦ୍ଵାରା ଘରେ ନେଗେଟିଭ ଶକ୍ତି ଦୂର ହୋଇଥାଏ ।

୮- ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ଦ୍ଵାରା ବ୍ଯକ୍ତିର ମନ ଭଲ ରହିଥାଏ । ବ୍ୟକ୍ତି ମନରୁ ନେଗେଟିଭ ଭାବନା ଦୂର ହେବ ସହ ରକ୍ତ ସଂଚାଳନ ହୋଇଥାଏ ।

୯- ଏହି ମାସରେ ତେଲ ଲଗାଇବା ଉଚିତ ନୁହେଁ । ଯେଉଁ ମାନେ ଏହି ମାସରେ ବ୍ରତ ରଖିଥାନ୍ତି ସେମାନେ ତପସ୍ଵୀଙ୍କ ପରି ରହିବା ଉଚିତ ।

୧୦- ଏହି ମାସରେ ବ୍ୟକ୍ତି ନିଜକୁ ନିୟନ୍ତ୍ରଣ ରଖିବା ସହ ବ୍ରହ୍ମଚାର୍ଯ୍ୟ ନିୟମ ପାଳିବା ଉଚିତ । ଏହି ମାସରେ ଭଗବାନଙ୍କ ନାମ ଜପ କରିଲେ ସୁଖ ସମୃଦ୍ଧି ଓ ଧନରେ ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *