କାଉମାନେ ଦିଅନ୍ତି ଧନ ଏବଂ ମୃତ୍ୟୁର ସଂକେତ, ଯଦି ଧ୍ୟାନ ଦେବେ ମିଳିବ ଧନ

ହିନ୍ଦୁ ଧର୍ମରେ କାଉ ନିଜ ଆବାଜ ପାଇଁ ଅଶୁଭ ପକ୍ଷୀ ବୋଲି କୁହାଯାଏ । ଶାସ୍ତ୍ରରେ କାଉକୁ ଯମର ଦୁତ ବୋଲି କୁହାଯାଇଛି । କୁହାଯାଏକି କାଉ ଯମଲୋକକୁ ଯାଇ ପୃଥିବୀ ବାସୀଙ୍କ ବିଷୟରେ ଯମରାଜାଙ୍କୁ କହିଥାଏ । କୁହାଯାଏକି କାଉ ଯମରାଜାଙ୍କ ସହିତ ମଣିଷ ମାନଙ୍କୁ ବି ଶୁଭ ଅଶୁଭର ସୂଚନା ଦେଇଥାଏ । ଆସନ୍ତୁ ଜାଣିବା କେବେ ଓ କେମିତି ଏହି ପକ୍ଷୀ ଦେଇଥାନ୍ତି ଧନ ଓ ମୃତ୍ୟୁର ସଂକେତ ।

କାଉ ଦିଅନ୍ତି ଧନ ଓ ମୃତ୍ୟୁର ସଂକେତ

କାଉମାନଙ୍କ ଠାରେ ଏମିତି ଶକ୍ତି ଅଛି ଯାହା ଆସୁଥିବା ସମୟକୁ ଆଗରୁ ଜାଣିପାରନ୍ତି । ଆମର ପୂର୍ବ ପୁରୁଷମାନେ କାଉ ମାନଙ୍କ ଜରିଆରେ ଆମକୁ ସୂଚନା ଦେଇଥାନ୍ତି । ତେବେ ଏହା କେଉଁ ପ୍ରକାର ସୂଚନା ଅଟେ ଆସନ୍ତୁ ଜାଣିବା ଓ ସତର୍କ ରହିବା । ଯାହା ଫଳରେ ଅସୁବିଧା ଆସିଲେ ତାର ସାମ୍ନା କରିବା ପାଇଁ ଆମେ ପ୍ରସ୍ତୁତ ଥିବା ।

କୁହାଯାଏ କି ଯଦି ଦୁଇଟି କାଉ ଘର ଉପରେ ବସି ଝଗଡା କରନ୍ତି ଲୋକମାନଙ୍କୁ ବୁଝିବା ଦରକାର କି ଘରର ମାଲିକ ଉପରେ ବିପତି ଆସୁଛି ।

ଦ୍ଵିପ୍ରହର ପୂର୍ବରୁ ଯଦି ଗଛ ଉପରେ ବସିଥିବା କାଉର ସ୍ଵର ପୂର୍ବ କିମ୍ବା ଉତ୍ତର ଦିଗରୁ ଶୁଣିବାକୁ ମିଳେ ତାହେଲେ ଆପଣଙ୍କ ଦିନ ବହୁତ ଭଲରେ କଟିବ । ଏହା ପତ୍ନୀ ସୁଖର ବି ସଂକେତ ଦେଇଥାଏ ।

ଘରର ଛାତ ଉପରେ ବସି କାଉ ଯଦି ଦକ୍ଷିଣ ଦିଗକୁ ମୁହଁ କରି ବୋବାଇ ଥାଏ ତାହା ଶୁଭ ହୋଇ ନଥାଏ ବୁଝିଯିବେ ଘରର କୌଣସି ସଦସ୍ୟଙ୍କର ମୃତ୍ୟୁ ହେବ ।

କୁଆଡେ ଯାଉଛନ୍ତି ଏବଂ ଠିକ ସେତିକିବେଳେ ଯଦି କାଉ କୌଣସି ବାସନରେ ପାଣି ପିଉଥିବାର ଦେଖିବେ ତାହେଲେ ଆପଣଙ୍କର ଶୁଭ ହେବ, ଆପଣ କରିବାକୁ ଯାଉଥିବା କାମ ପୁରା ହୋଇଯିବ ।

ଯଦି କୋଉ କାଉ ମୁହଁ ରେ ରୁଟିର ଖଣ୍ଡ କିମ୍ବା ମାଂସର ଖଣ୍ଡ ଦେଖିବେ ତାହେଲେ ବୁଝିଯିବେ ଆପଣଙ୍କର କୌଣସି ବଡ ଇଚ୍ଛା ପୂରଣ ହେବାକୁ ଯାଉଛି ।

ଯଦି କାଉ ଆସି କୌଣସି ବ୍ୟକ୍ତି ଉପରେ ବସିଥାଏ ତେବେ ତାହା ଅଶୁଭ ବୋଲି କୁହାଯାଏ ।

ଯଦି କୋଉ କାଉ ସକାଳୁ ସକାଳୁ କୋଉ ବ୍ୟକ୍ତି ଆଗରେ ଲାଲ ରଙ୍ଗର ଜିନିଷ ପକାଇ ଦିଏ ତାହେଲେ ଆପଣ ବୁଝିଯିବେ କି ଆପଣଙ୍କୁ ଜେଲ ହେବ ।

ଯଦି ଅପାନଙ୍କୁ ମଧ୍ୟ ଏହିଭଳି କିଛି ସଂକେତ ମିଳୁଛି ନିଶ୍ଚିନ୍ତ ଏହା ପ୍ରତି ଧ୍ୟାନ ଦିଅନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *