କେମିତି ହେବ କଳିଯୁଗର ଅନ୍ତ? ଦେଖନ୍ତୁ କଳି ଯୁଗ ଶେଷ ହେବା ସମୟରେ କଣ ସବୁ ଘଟିବ

ନମସ୍କାର ଫ୍ରେଣ୍ଡ୍ସ, ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ କଳିଯୁଗ ସେସ ହେବାର କାହାଣୀ । ବେଦ ପୁରାଣ ଅନୁସାରେ ଆମେ ଯେଉଁ ଯୁଗରେ ବଞ୍ଚୁଛେ ସେହି ଯୁଗର ନାଁ ହେଉଛି କଳିଯୁଗ । ଆହୁରି ମଧ୍ୟ ସେହି ବେଦ ପୁରାଣରେ କୁହାଯାଇଛି ଯେ ଯେବେ ଅଧର୍ମ ବଢିବ ସେବେ ଏହି ଯୁଗର ଅନ୍ତ ଘଟିବ । ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟପୂର୍ବ ଆଗରୁ ଆରାମ୍ଭ ହୋଇଯାଇଛି । ଯଦି ଆମେ ବେଦ ଦେଖିବା ଏହା ଅନୁସାରେ କଳିଯୁଗ ସବୁଠାରୁ ଅତ୍ୟାଚାରୀ ଯୁଗ ବୋଲି କୁହାଯାଏ । ବେଦ ଅନୁସାରେ ସୃଷ୍ଟିର ଆରମ୍ଭ ସତ୍ୟ ଯୁଗରୁ ହୋଇଥିଲା ଓ ଏହାର ଅନ୍ତ କଳିଯୁଗରେ ହେବ ବୋଲି କୁହାଯାଉଛି ।

Image Courtesy: Google

 

ଏହି ଯୁଗରେ ନାନା ପ୍ରକାରର କୁକର୍ମ ବଢିବ, ଚୋରୀ ଡକାୟତି, ଲୋଭ ମୋହ, କାମ କ୍ରୋଧ ଆଦି ମଉସ୍ୟକୁ ଅନ୍ଧ କରିଦେବ। ମଣିଷ ବୁଦ୍ଧି ବିବେକ ହରାଇ କୁକର୍ମରେ ଲିପ୍ତ ରହିବ । ଯେତେ ସବୁ ଖରାପ ପ୍ରକୃତି ଅଛି ସେହି ସବୁ ଲୋକଙ୍କ ମୁଖ୍ୟ ପ୍ରକୃତି ହୋଇଯିବ । ତେବେ ଆଜି ଆମେ ଆପଣଙ୍କୁ ଏହି ଯୁଗ ଅନ୍ତ ହେବା କିପରି ବା ଏହି ଯୁଗ ଅନ୍ତ ହେବା ସମୟରେ କଣ ସବୁ ଘଟିବ ସେହି ବିଷୟରେ କହିବାକୁ ଯାଉଛୁ ।

Image Courtesy: Google

କଳିଯୁଗ ଅନ୍ତ ସମୟ କିପରି ହେବ।

ଏହି କଳିଯୁଗର ଅନ୍ତ ହେବା ସମୟରେ ପରିସ୍ଥିତି ଏଭଳି ହୋଇଯିବ ଯେ ମଣିଷ ର ଆୟୁ କମିଯିବ । ଏହିକଥା ବିଷ୍ଣୁ ନାରଦଙ୍କୁ କହିଥିଲେ । ସେହି ସମୟ ବେଳକୁ ମଣିଷ ର ବୟସ ମାତ୍ର କୋଡିଏ ବର୍ଷ ହୋଇଯିବ । ପୁରୁଷ ଓ ମହିଳା କିଛି ନ ମାନି ସବୁବେଳେ ଭୋଗ ବିଳାସରେ ଲିପ୍ତ ରହିବେ । ଲୋକେ ଶାସ୍ତ୍ର ରୁ ଦୂରେଇ ଯିବେ । ପାପ ମଣିଷ ମନରେ ବଢିଯିବ ।

Image Courtesy: Google

ସମାଜ ଆହୁରି ହିଂସ୍ର ହୋଇଯିବ । ଏହି ସମୟରେ ଗଙ୍ଗା ମାତା ବୈକୁଣ୍ଠ ଚାଲିଯିବେ ।  ଭଗବାନ ଏହି ସମୟରେ ନେବେ କଳକି ଅବତାର । ଭଗବାନ କଳକି ଅବତାର ରେ ତିନିଦିନରେ ସମଗ୍ର ବିଶ୍ୱକୁ ଧ୍ବଂସ କରିଦେବେ । ଏହି ସମୟରେ ମହାପ୍ରଳୟ ଆସିବ । ଏହାପରେ ସତ୍ଯ ଯୁଗର ଆରମ୍ଭ ହେବ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କାମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *