ବନ୍ଧୁଗଣ ବିଭୂତିରେ ଲିପ୍ତ, ଗଳାରେ ନାଗ ଧାରଣ କରି ମଥାରେ ଯାତା ଧାରଣ କରି ହାତରେ ତ୍ରିଶୂଳ ଧରି ଶ୍ମଶାନରେ ରହିଥିବା ଭଗବାନ ଶିବ ଯେବେ ନିଜର ବିକରାଳ ଆଖିରେ କାହାକୁ ଦେଖିଥାନ୍ତି ତାଙ୍କର ଏଭଳି ରୌଦ୍ର ରୂପ ଦେଖି ମନୁଷ୍ୟ ସହ ଦେବତା ମାନେ ମଧ୍ୟ ଭୟ କରିଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଭଗବାନ ଶିବଙ୍କର ଏହି ରୂପ ବାକି ଦେବତାଙ୍କ ଠାରୁ ବିଚିତ୍ର କଣ ପାଇଁ ଓ ରହସ୍ୟମୟ ହୋଇଥାଏ । ଏହା ଛଡା ଯେବେ ସବୁ ଦେବତା ମାନେ ସ୍ଵର୍ଗକୁ ବାଛିଲେ ସେହି ସମୟରେ ମହାଦେବ ଶ୍ମଶାନରେ କାହିଁକି ରହିଲେ ସେହି ସବୁ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।
ମହାଭାରତର ଅନୁଶାସନର ଅଧ୍ୟାୟ-୧୪୧ ବର୍ଣ୍ଣିତ କଥା ଅନୁଯାୟୀ ଥରେ ମା ଉମା ମହାଦେବଙ୍କୁ ପ୍ରଶ୍ନ କରିଲେ ସ୍ଵର୍ଗଲୋକରେ ସୁଖ ସୁବିଧା ଛାଡି ଆପଣ ଶ୍ମଶାନରେ କେମିତି ରହୁଛନ୍ତି କାରଣ ଶ୍ମଶାନରେ ଭୁଲି ସର୍ବଦା ଶବ ଜଳିବା ସହ ହାଡ ରହିଥାଏ । ଉତ୍ତରରେ ଶିବ କହିଲେ ଦେବୀ ମୁଁ ସର୍ବତ୍ର ପବିତ୍ର ସ୍ଥାନର ସନ୍ଧାନରେ ପୃଥିବୀରେ ବିଚରଣ ଅରିଥାଏ କିନ୍ତୁ ଧରିତ୍ରି ଲୋକରେ ଶ୍ମଶାନ ଛଡା କୌଣସି ପବିତ୍ର ସ୍ଥାନ ମିଳିଲା ନାହି । ଆଗକୁ ମହାଦେବ କହିଲେ ମୁଁ ମୋର ଭୁତଗଣଙ୍କ ବିନା କେଉଁଠି ରହିପାରିବି ନାହି କାରଣ ଶ୍ମଶାନରେ ସେମାନେ ବାସ କରିଥାନ୍ତି ।
ଶ୍ମଶାନ କୌଣସି ଅପବିତ୍ର ସ୍ଥାନ ନୁହେଁ ବରଂ ପରମ ପ୍ରିୟ ପୂଣ୍ୟ ସ୍ଥଳ ବୋଲି ମହାଦେବ ଉତ୍ତର ଦେଲେ । ମୃତକଙ୍କ ହାଡ ପଡିଥିବା ଶ୍ମଶାନ ବହୁତ ସୁନ୍ଦର ଲାଗିଥାଏ ମହାଦେବଙ୍କୁ । ତେଣୁ ସେଠାରେ ମହାଦେବ ନିଜର ବାସ ସ୍ଥାନ କରିଥାନ୍ତି ବୋଲି ଦେବୀ ଉମାଙ୍କୁ ଉତ୍ତର ଦେଲେ । ମାନ୍ୟତା ରହିଛି ଆଦ୍ରା ନକ୍ଷତ୍ରରେ ଦୀର୍ଘାୟୁର କାମନା ରଖୁଥିବା ବ୍ୟକ୍ତି ଶ୍ମଶାନକୁ ଯିବା ଅନୁଚିତ ।
ମହାଦେବ କହିଛନ୍ତି ମୋ ଛଡା ଅନ୍ୟ କେହି ଭୂତଜନିତ ନାସ କରିପାରିବ ନାହି । ତେଣୁ ଶ୍ମଶାନରେ ରହି ମହାଦେବ ସବୁ ଜନମାନସର ରକ୍ଷା କରିଥାନ୍ତି । ମହାଦେବଙ୍କ ଆଜ୍ଞାର ପାଳନ କରି ଭୁତଗଣ କାହାର ହତ୍ୟା କରନ୍ତି ନାହି ଏବଂ ସଂପୂର୍ଣ୍ଣ ଜଗତର କଲ୍ୟାଣ ପାଇଁ ଭୁତଗଣଙ୍କୁ ମହାଦେବ ଶ୍ମଶାନରେ ଅଟକାଇ ରଖିଥାନ୍ତି । ଆଗକୁ ଦେବୀ ଉମା ମହାଦେବଙ୍କୁ ପ୍ରଶ୍ନ କରିଲେ ତାଙ୍କର ଏଭଳି ବିଚିତ୍ର ରୂପ ବିଷୟରେ ।
ଉତ୍ତରରେ ମହାଦେବ କହିଲେ ସଂପୂର୍ଣ୍ଣ ଜଗତ ଥଣ୍ଡା ଓ ଗରମରେ ଲୀନ ଅଟେ । ଯେଉଁଥିରେ ଶୀତଳ ହେଉଛନ୍ତି ଭଗବାନ ବିଶୁଣୁ ଓ ଅଗ୍ନି ଭଳି ତେଜ ହେଉଛନ୍ତି ସ୍ଵୟଂ ମହାଦେବ । ଏଭଳି ପ୍ରକାରରେ ଭଗବାନ ବିଶୁଣୁ ଓ ଶିବ ସଂସାରର ସୁରକ୍ଷା କରିଥାନ୍ତି । ମହାଦେବ କହିଛନ୍ତି ଯଦି ମୁଁ ମୋର ଏହି ଭୟଙ୍କର ରୂପକୁ ତ୍ୟାଗ କରି ଦେବି ତେବେ ସଂପୂର୍ଣ୍ଣ ଜଗତର ଦିଶା ଏହାର ବିପରୀତ ହୋଇ ଧ୍ଵଂସ ହୋଇଯିବ ।
ତେଣୁ ଲୋକ ମାନଙ୍କର ହିତ ପାଇଁ ମହାଦେବ ଏଭଳି ଭୟଙ୍କର ରୂପ ଧାରଣ କରିଛନ୍ତି । ଏଭଳି ଭାବେ ମହାଦେବ ନିଜର ଶ୍ମଶାନ ରେ ବାସ କରିବାର ରହସ୍ୟ ଓ ନିଜର ଭୟଙ୍କର ରୂପ ବିଷୟରେ ବର୍ଣ୍ଣନା କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।