ସାତ ଜନ୍ମର ସାଥି ହୋଇ ରହିବା ପାଇଁ ପ୍ରତିସୃତି ଦେଇଥିବା ସ୍ଵାମୀ ପାଲଟିଲା ସଇତାନ, ସ୍ତ୍ରୀ ସହ କଲା ଏଭଳି ଭୟଙ୍କର କାଣ୍ଡ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ରେଳ ଷ୍ଟେସନ ରେ ସ୍ଵାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହୋଇଛି । ଏମିତିକି ଦୁହିଙ୍କ ମଧ୍ୟରେ ମାର ପିଟ ହୋଇଛି । ଆଉ ତା ପରେ ଚଳନ୍ତା ଟ୍ରେନ ଆଗରେ ଠେଲି ଦେଲା ସ୍ଵାମୀ ସ୍ତ୍ରୀ କୁ । କ୍ଷଣିକ ଭିତରେ ବଦଳି ଗଲା ସବୁ କିଛି । ସାତ ଜନ୍ମର ସାଥି ଟି ହେବ ପାଇଁ ପ୍ରତିଶ୍ରୁତି ଦେଇଥିବା ସ୍ଵାମୀ ସାଜିଲା ସଇତାନ । ପ୍ରଚଣ୍ଡ ରାଗରେ ପିଶାଚ ପାଲଟିଥିଲା ସ୍ଵାମୀ । ଏମିତି ବି ମଣିଷ ରହିଥାନ୍ତି ଯିଏ ଏଭଳି ନାରକୀୟ ଘଟଣା ଘଟାଇବାକୁ ବି ପଛ ଘୁଞ୍ଚା ଦିଅନ୍ତି ନାହି । ଏଭଳି ଏକ ହତ୍ୟାକାଣ୍ଡ ଆପଣ ମାନେ କେବେ ଦେଖି ନ ଥିବେ ବି ଭାବି ନ ଥିବେ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରବଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ।

ଯେଉଁ ଭିଡିଓ କୁ ଦେଖିବା ପରେ ଲୋକେ କହୁଛନ୍ତି ଦୁନିଆରେ ଏମିତି ବି ମଣିଷ ଥାନ୍ତି ଯିଏ ନିଜ ସ୍ତ୍ରୀ କୁ ଟ୍ରେନ ଆଗରେ ଠେଲି ଦେଇପାରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ନିକଟରେ ଥିବା ଭସାଇ ରେଲୱେ ଷ୍ଟେସନ ରେ । ସୋମବାର ସକାଳ ପ୍ରାୟ ୪ଟା ସମୟରେ ଘଟିଛି ଏଭଳି ଘଟଣା । ଭିଡିଓ ରେ ଦୃଶ୍ୟ ହେଉଛି ଜଣେ ବ୍ୟକ୍ତି ଓ ଜଣେ ମହିଳା ରେଳ ଟ୍ରାକ ପାଖରେ କଥା ହେଉଛନ୍ତି । ଆଉ ତା ପରେ ଦ୍ରୁତ ଗତିରେ ଟ୍ରେନ ମାଡି ଆସୁଛି । ସେହି ସମୟରେ କଥା ହେଉଥିବା ମହିଳାଙ୍କୁ ବ୍ୟକ୍ତି ଜଣକ ଦ୍ରୁତ ଗତିରେ ଆସୁଥିବା ଟ୍ରେନ ଆଗରେ ଠେଲି ଦେଇଛନ୍ତି ।

ପରେ ପାଖରେ ବସିଥିବା ଦୁଇ ଶିଶୁ ଙ୍କୁ ବ୍ୟକ୍ତି ଜଣକ ନେଇ ଦଉଡି ପଳାଉଛନ୍ତି । ଏମିତି ଏକ ଘଟଣା ସୋସିଆଲ ମିଡିଆ ରେ ଭାଇରାଲ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି । ତେବେ ଏନ ନେଇ ରେଲୱେ ପୋଲିସ ପାଖରେ ଖବର ଫଞ୍ଚିବା ପରେ ଘଟଣା ର ତଦନ୍ତ ଆରମ୍ଭ ହୋଇଛି । ଆଉ ପ୍ରାଥମିକ ତଦନ୍ତ ରୁ ଜଣ ଅପଡିଛି ଉଭୟ ପୁରୁଷ ଓ ମହିଳା ସମ୍ପର୍କ ରେ ସ୍ଵାମୀ ସ୍ତ୍ରୀ ହେବେ । କୁନି ଛୁଆ ହେଉଛନ୍ତି ସେମାନଙ୍କର ଦୁଇ ସନ୍ତାନ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କଥାବାର୍ତ୍ତା ସମୟରେ ସୃଷ୍ଟି ହୋଇଥିଲା ବିବାଦ ବା ବଚସା ।

ଆଉ ସ୍ଵାମୀ ରାଗି ଯାଇ ସ୍ତ୍ରୀ କୁ ଟ୍ରେନ ଆଗରେ ଠେଲି ଦେଇଥିଲା । ଏହି ଖବର ଭାଇରାଲ ହେବା ପରେ ଏବେ ସମତାଙ୍କ ମୁହଁ ରେ ଗୋଟେ କଥା କି ନିଷ୍ଠୁର ସ୍ଵାମୀ । ଛୋଟ ଛୋଟ ପିଲା ଙ୍କୁ ମା ଛନ୍ଦ କରି ଦେଲା । ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ସ୍ଵାମୀ କୁ ଗିରଫ କରିଛି ପୋଲିସ । ବନ୍ଧୁଗଣ ଆପଣ ମାନଙ୍କର ଏଭଳି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *