ହେ ଭଗବାନ! ଏ କି ଦୃଶ୍ୟ, ବନ୍ୟା କମୁ କମୁ ଆରମ୍ଭ ହୋଇଗଲା ମହାଭାରତ… ରିଲିଫ କୁ ନେଇ କଣ ହେଉଛନ୍ତି ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଥରେ ଏହି ଭିଡିଓ ଉପରେ ନଜର ପକାନ୍ତୁ । ବନ୍ୟା ପାଣି ଟିକେ କମିଛି କି ନାହି ଗାଁ ଲୋକେ କେମିତି ତାଟି ଯାଉଛନ୍ତି । ପରସ୍ପରକୁ ଧକ୍କା ମରାମରି, ଖରାପ ଭାଷାରେ ଗାଳି ଗୁଲଜ ଚାଲିଛି ଲୋକଙ୍କ ଭିତରେ । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂପୁର ଜିଲ୍ଲା କୁଜଙ୍ଗ ବଡବାଳି ପଞ୍ଚାୟତ ତଋଣି ଗାଁରେ । ଦଳ ଗୋଷ୍ଠୀ ମୁହାଁମୁହିଁ ଠେଲା ପେଲା ହେବାରେ ଲାଗିଛନ୍ତି । ବନ୍ୟା ଜଳ ସଂପୂର୍ଣ୍ଣ ଭାବେ ନ କମିଥିବା ବେଳେ ଲୋକେ ରିଲିଫ ପାଇଁ ବାଡାବାଡି ହେଉଛନ୍ତି ।

ବନ୍ୟା ବିପନ୍ନ ମାନଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଚାଲିଥିବା ବେଳେ ଏବେ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ମଧ୍ୟରେ ଉଠୁଛି ଦଳଗତ ମତଭେଦ । ସିଧା କହୁଛନ୍ତି ତୁମ ଦଳକୁ ଦିଆ ହେବନି ସେପଟେ ବାଲଟି ବାଲଟି ବୋହି ନେଉଛନ୍ତି । ଅନ୍ୟ ପକ୍ଷରେ ଉପ-ଜିଲ୍ଲାପାଳଙ୍କୁ ପଚାରିବାକୁ ସେ କହିଛନ୍ତି ଜିଲ୍ଲାରେ ସବୁ ଠିକ ଅଛି କେଉଁଠି କିଛି ବି ହୋଇନି । ଉପ-ଜିଲ୍ଲାପାଳ କହୁଛନ୍ତି କିଛି କେଉଁ ଥରେ ହୋଇ ନାହି କୁଜଙ୍ଗ ବ୍ଲକ ର କୌଣସି ଅଞ୍ଚଳ ରେ ରିଲିଫ କୁ ନେଇ ଗଣ୍ଡୋଗୋଳ ହୋଇ ନାହି ।

ହୋଇପାରେ ବ୍ୟକ୍ତିଗତ କାରଣ ପାଇଁ ଝଗଡା ହୋଇପାରେ । ଯଦି କାହାର ଘରୋଇ କଳି ହୋଇଥିବେ ତେବେ ଆମେ କଣ କରିବୁ ବୋଲି ଉପ-ଜିଲ୍ଲାପାଳ କହୁଛନ୍ତି । ଏପଟେ ସରପଞ୍ଚ କହୁଛନ୍ତି କେତେ ଆଡେ ବୁଝିବି ଏକୁଟିଆ ମୁଁ ଏତେ ୯ ଆଡେ କେମିତି ବୁଝିବି ? ଗାଁ ପଞ୍ଚାୟତ ମହାଶୟ କହିଛନ୍ତି ଲୋକ ମାନଙ୍କୁ ସାହାଜ୍ଯ କରିବା ପାଇଁ ବିଡିଓ ମଧ୍ୟ ବୁଲୁଛନ୍ତି । ଯିଏ ତାଙ୍କର ଅପୋଜିଟ ପାର୍ଟି ଯିଏ ପଞ୍ଚାୟତ ରେ ହାରି ଯାଇଛନ୍ତି ସେ କିଛି ଲୋକ ମାନଙ୍କୁ ପଠାଇ ଏଭଳି ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ।

ଏହି ଭାଇରାଲ ଭିଡିଓ ରୁ ଜଣା ପଡୁଛି ଯେ ୧୯ ଓ ୨୧ ତାରିଖରେ ରନ୍ଧା ଖାଦ୍ୟ ଦିଆଯାଇ ନ ଥିଲେ ବି ସରାଳି ଗାଁ ର ବିପନ୍ନ ଙ୍କୁ ଖାଦ୍ୟ ଦିଅ ଯାଇଛି ବୋଲି କୁହା ଯାଇଥିଲା । ରବିବାର ଦିନ ସରକାରୀ କର୍ମଚାରୀ ଗାଁ ରେ ଫଞ୍ଚିବା ପରେ ଲୋକେ ଏହାର ପ୍ରତିବାଦ କରିଥିଲେ । ଏହି ସମୟରେ ପଞ୍ଚାୟତ ର ଜଣେ ଜନ ସମର୍ଥକ ଓ ଗ୍ରାମବାସୀ ଙ୍କ ମଧ୍ୟରେ ଗଣ୍ଡୋଗୋଳ ହୋଇଥିଲା । ବନ୍ୟା ଜଳ ସଂପୂର୍ଣ୍ଣ ଭାବେ ଗାଁ ଦାଣ୍ଡ ରୁ ଖସି ନ ଥିବା ବେଳେ ଏବେ ଠାରୁ ରିଲିଫ ସାମଗ୍ରୀ ହରାଇବାକୁ ନେଇ ଅଭିଯୋଗ ଆସୁଛି ।

ସରକାରୀ ରିଲିଫ ବିପନ୍ନ ଙ୍କ ପାଖରେ ପହଞ୍ଚିବା ପୂର୍ବ ରୁ ବାଟ ବଣା ହେଉଛି ତାହା ଏହି ଭାଇରାଲ ଭିଡିଓ ରୁ ସ୍ପଷ୍ଟ ହେଉଛି । ରିଲିଫ ପାଇଁ ଲୋକ ମାନେ ନିଜ ନିଜ ଭିତରେ କଳହ ଲାଗୁଛନ୍ତି ସତରେ ସବୁ ଠାରୁ ଦୁଖ ର ବିଷୟ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *