କେଶ ଝଡିବା ଠାରୁ ଆରମ୍ଭ କରି ରୂପୀ ଭଳି ସମସ୍ୟା ପର୍ଯ୍ୟନ୍ତ, ସମସ୍ତ କେଶ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଘରୋଇ ଉପାୟ

ଆଜିକାଲି ପୁଅ ଓ ଝିଅ ମାନଙ୍କ କ୍ଷେତ୍ରରେ କେଶ ସମସ୍ଯା ଅଧିକ ଦେଖା ଯାଉଛି । ଯାହା ଦ୍ଵାରା କେଶ ଝଡିବା ବା ରୂପୀ ହେବା ଆଦି ସମସ୍ଯା ଦେଖା ଯାଉଛି । ଏହାର କାରଣ ହେଉଛି କେଶକୁ ଯେତିକି ପୋଷଣ ଦରକାର ତାହା ମିଳି ନ ଥାଏ । ଏହା ଫଳରେ ଲୋକ ମାନେ ଚନ୍ଦାପଣ ର ଶିକାର ହୋଇଥାନ୍ତି । ଏଥିପାଇଁ ଆମ ମୁହଁ ସୁନ୍ଦର ହୋଇଥିଲେ ମଧ୍ୟ କେଶ ନ ଥିଲେ ଅସୁନ୍ଦର ଲାଗିଥାଏ ।

ଏଥିପାଇଁ ଅନେକ ଲୋକେ ବିଭିନ୍ନ ପ୍ରକାରର ଉପଚାର ପ୍ରୟୋଗ କରିବା ସହ ବିଭିନ୍ନ ପ୍ରକାର ଶ୍ୟାମ୍ପୋ ବା ମେହେନ୍ଦି ର ବ୍ୟବହାର କରିଥାନ୍ତି । କିନ୍ତୁ ଏଥିରେ ଅଧିକାଂଶ କେଶ ସମସ୍ଯା ଅଧିକ ଦେଖା ଯାଇଥାଏ । ବଜାରର ମିଳୁଥିବା ଶ୍ୟାମ୍ପୋ ବା ଅନ୍ୟ କୌଣସି ଜିନିଷ ରେ କେମିକାଲ ର ମିଶ୍ରଣ ହୋଇଥାଏ । ଯାହା ଦ୍ଵାରା ଚୁଟି ଝଡିବା ଅଧିକ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ରେମେଡି ନେଇ ଆସିଛୁ ଯାହାର କେଶ ସାମସ୍ୟା ଦୂର ହୋଇ ପାରିବ ।

ଏହି ଘରୋଇ ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି ଅଦା । ଏଥିରେ ଆଣ୍ଟି ଆକ୍ସିଡେଣ୍ଟ ଅଧିକ ଥିବାରୁ ଆମ କେଶ ପାଇଁ ବହୁତ ହିତାକାରକ ହୋଇଥାଏ । ଅଦା ବ୍ୟବହାର କରିବା ଦ୍ଵାରା କେଶ ଝଡିବା ଓ ରୂପୀ ଭଳି ସମସ୍ୟା ଦୂର ହୋଇଥାଏ । ତେଣୁ ଅଦାକୁ ଗୁଣକାରୀ ଭାବେ ମାନାଯାଏ । ଏଥିପାଇଁ ୧୦୦ ଗ୍ରାମ ଅଦା ନେଇ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ଅଦାକୁ ଛୋଟ ଛୋଟ କରି କାଟି ଏହାର ରସ ବାହାର କରନ୍ତୁ ।

ଅଦା ପେଷ୍ଟ ହେବା ପରେ ଏହାକୁ ଛଣାରେ ଭଲ ଭାବେ ଚୁପୁଡି ଦେଇ ଏହାର ରସ ବାହାର କରନ୍ତୁ । ଅଦା ରସର ପ୍ରୟୋଗ ଦ୍ଵାରା ରୂପୀ ସମସ୍ଯା ହେବା ସହ ଚନ୍ଦାପଣ ଦୂର ହେବାରେ ସହାୟକ ହୋଇଥାଏ । ଏହି ଅଦା ରସକୁ ଆପଣ କଟନ କପଡା ରେ ବା ସ୍ପ୍ରେରେ ଦ୍ଵାରା ନିଜର କେସର ମୂଳରେ ଲଗାନ୍ତୁ । ଏଥିରେ ଆପଣ ନଡିଆ ତେଲ ମଧ୍ୟ ମିଶ୍ରଣ କରି କେଶ ରେ ଭଲ ଭାବେ ମଶାଚ କରନ୍ତୁ ।

ଏହାକୁ ଲଗାଇବା ପରେ ଚୁଟି କୁ ଅଧ ଘଣ୍ଟା ପରେ ଖାଲି ପାଣି ରେ ଧୋଇ ପାରିବେ । ନଚେତ ଆପଣ ଶ୍ୟାମ୍ପୋ ମଧ୍ୟ ବ୍ୟବହାର କରି ପାରିବେ । ଏହି ରେମଡି କୁ ଆପଣ ସପ୍ତାହକୁ ମାତ୍ର ଥରେ ବ୍ୟବହାର କରି ପାରିବେ । ଏହା ଦ୍ଵାରା ଆପଣଙ୍କର କେଶ ଲମ୍ବା ହେବା ସହ ଝଡିବା ଓ ରୂପୀ ଭଳି ସମସ୍ଯା ବହୁତ ଜଲ୍ଦି ଦୂର ହୋଇଯିବ ।

କେଶ ଜନିତ ଯେ କୌଣସି ସମସ୍ଯା ଅଦା ରସ ଦୂର କରିବାରେ ବିଷେଶ ସହାୟକ ହୋଇଥାଏ । ତେବେ ଆପଣ ମାନେ ମଧ୍ୟ ଏହି ରେମେଡି ର ବ୍ୟବହାର କରନ୍ତୁ । ଦେଖିବେ ବହୁତ ଜଲ୍ଦି ଆପଣଙ୍କର କେଶ ଜନିତ ସବୁ ସମସ୍ଯା ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *