କେଶ ଝଡିବା କି ଚନ୍ଦାପଣକୁ ନେଇ ଚିନ୍ତିତ ! ତେବେ ଏହାର ପ୍ରତିକାର କ’ ଣ ରହିଛି ? Home remedy

ଆଜିକାଲି ପୁରୁଷ ହେଉ ବା ନାରୀ ସମସ୍ତଙ୍କର କେଶ ଝଡିବା ଭଳି ସମସ୍ଯା ଦେଖା ଯାଉଛି  । ଏଥିପାଇଁ ଅନେକ ଲୋକ ମାନେ ବିଭିନ୍ନ ପ୍ରକାର ଉପାୟ କରୁଥିଲେ ମଧ୍ୟ ସେଥିରେ ସଫଳ ହେଉ ନନାହନ୍ତି । ବରଂ ଅଧିକ ଚୁଟି ଝଡିବାର ସମସ୍ଯା ଦେଖା ଯାଉଛି । ଅନ୍ୟ ପକ୍ଷ ରେ ଜୀବନ ଶୈଳୀ ଓ ଖାଦ୍ୟପେୟ ର ଅପବ୍ଯବହାର ଯୋଗୁ ଏହର ସିଧାସଳଖ ପ୍ରଭାବ କେଶ ଉପରେ ଦେଖା ଯାଉଛି । ପ୍ରଦୂଷଣ ଓ କ୍ୟାମିକାଲ ଯୋଗୁ ମଧ୍ୟ କେଶ ଝଡିବା ସମସ୍ଯା ଦେଖା ଯାଉଛି । ଆଜି ଆମେ ଆପଣ ମାନଙ୍କୁ କେଶ ଝଡିବାର ଯେଉଁ ସମସ୍ୟା ରହିଛି ତାହାର ନିବାରଣ କିପରି କରାଯିବ ସେହି ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣଙ୍କର କେଶ ଝଡୁଛି ବା ଉପୁଡୁଛି ତେବେ ଏହାର ପ୍ରତିକାର ନିମନ୍ତେ ଗୋଟେ ପିଆଜ ନିଅନ୍ତୁ । ଏହା ପରେ ପିଆଜ ଚୋପା କୁ ରାତି ରେ ପାଣି ରେ ଭିଯାଇ ରଖନ୍ତୁ । ଏହା ପରେ ସକାଳେ ଏହି ପାଣି ରେ ଅଁଳା ତେଲ ମିଶାନ୍ତୁ । ଏହା ପରେ ଏହି ମିଶ୍ରଣ କୁ ନିଜ କେଶ ରେ ଲାଗନ୍ତୁ । କେଶ ରେ ଏହି ମିଶ୍ରଣ ଲଗାଇବାର ୨୦ ମିନିଟ ପରେ ବିନା ଶ୍ୟାମ୍ପୋ ରେ କେଶ ଧୋଇ ଦିଅନ୍ତୁ । ଏହି ହୋମ ରେମେଡିର ପ୍ରୟୋଗ ଦ୍ଵାରା ଆପଣଙ୍କର କେଶ ସମସ୍ଯା ଦୂର ହେବ ।

ଯେଉଁ ମାନଙ୍କର କେଶ ଉପୁଡୁଛି ବା ଚନ୍ଦାପଣ ହେଉଛି ସେମାନେ ଏହି ପଦ୍ଧତି କୁ ଆପଣେଇ ପାରିବେ । ଦେଖିବେ ନିଶ୍ଚିନ୍ତ ରୂପେ ଏଥିରେ ସଫଳ ହେବ । ଅନ୍ୟ ଏକ ଉପାୟ ହେଉଛି କେଶ ସମସ୍ଯା ରୁ ମୁକ୍ତି ପାଇବା ପାଇଁ ତାହା ହେଉଛି ନିମ ର ଗୁଟଲି ଯାହାର ଲେପ ପ୍ରସ୍ତୁତ କରି କେଶ ରେ ଲାଗି ପାରିବେ । ନିମ ର ଗୁଟଲି କେଶ ଝଡିବା ବନ୍ଦ କରିବା ପାଇଁ ଜବରଦସ୍ତ ଉପାୟ ଅଟେ ।

ଏହା ଛଡା ନଡିଆ ତେଲରେ ଅଳ୍ପ ମାତ୍ରା ରେ ଲେମ୍ବୁ ମିଶାଇ କେଶ ରେ ମଶାଚ କରିଲେ ଏହା ଦ୍ଵାରା କେଶ ମଜବୁତ ହେବା ସହ କେଶ ଝଡିବା ବନ୍ଦ ହୋଇଥାଏ । ଏହା ଛଡା ପୋଟଳ ର ରସ ପ୍ରସ୍ତୁତ କରି କେଶ ରେ ଲଗାଇଲେ କେଶ ଝଡିବା ବନ୍ଦ ହେବା ସହ କେଶ ଧଳା ହୋଇଥିଲେ ତାହା ଦୂର ହେବ । ଏହା ସହ ଚନ୍ଦାପଣ ମଧ୍ୟ ଦୂର ହେବ । ଏହି ସବୁ ଘରୋଇ ଉପାୟ କରିବା ଦ୍ଵାରା ବହୁତ ଲାଭଦାୟକ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *