ଆପଣଙ୍କ ପ୍ରତିଦିନ ଶୋଇବା ଶୈଳୀରୁ ଜାଣନ୍ତୁ ନିଜର ସ୍ଵଭାବ ! ଏଭଳି ଶୋଇବା ଦ୍ଵାରା କ’ଣ ସୂଚନା ମିଳିଥାଏ ?

ବନ୍ଧୁଗଣ ସବୁ ଲୋକଙ୍କର ଶୋଇବାର ଗୋଟେ ଗୋଟେ ଅଲଗା ଷ୍ଟାଇଲ ରହିଥାଏ । ଏପରି ଲୋକ ମଧ୍ୟ କିଛି ରହିଥାନ୍ତି । ଯେଉଁ ମାନଙ୍କୁ କେବଳ କୌଣସି ଏକ ନିର୍ଦ୍ଧିଷ୍ଟ ସମୟରେ ଶୋଇବା ଦ୍ଵାରା ହିଁ ଯାଇ ତାଙ୍କୁ ଭଲ ଭାବେ ନିଦ ହୋଇଥାଏ । ତେବେ ବ୍ୟକ୍ତିର ଶୋଇବାର ଷ୍ଟାଇଲରୁ ହିଁ ତା’ ର ସ୍ଵଭାବ ବିଷୟରେ ପତ୍ତା ଲଗାଇ ହୋଇପାରିଥାଏ । କାରଣ ବ୍ୟକ୍ତିର ଅଭ୍ଯାସର ପ୍ରଭାବ ତାହାର ସ୍ଵଭାବ ଉପରେ ନିଶ୍ଚୟ ପଡିଥାଏ । ତେବେ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଅଭ୍ଯାସ ଓ ତା’ ର ଶାରୀରିକ ଲକ୍ଷଣ ଦେଖି ସେହି ବ୍ୟକ୍ତିର ପ୍ରକୃତି ଓ ସ୍ଵଭାବ ବିଷୟରେ ଜାଣି ହୋଇଥାଏ ।

1- ଯେଉଁ ବ୍ୟକ୍ତି ନିଜର 2 ହାତ ଓ 2 ଗୋଡ ଓସାରି ବା ମେଲା କରି କରି ପିଠି ପାଖ ଦେଇ ଶୋଇ ରହିଥାଏ । ଯେଉଁ ମାନେ ଏହିଭଳି ଭାବେ ଶୋଇ ରହିଥାନ୍ତି । ସେମାନେ ନିଜର ପ୍ରତ୍ଯେକଟି କାର୍ଯ୍ୟକୁ ସ୍ଵତନ୍ତ୍ରତା ଭାବେ କରିବାକୁ ପସନ୍ଦ କରନ୍ତି । ଏମାନଙ୍କୁ ନିଜ ଲାଇଫରେ ସବୁ ସୁଖ ସୁବିଧା ହାସିଲ କରିବାର ଏକ ଅଲଗା ପ୍ରକାର ମୋହ ରହିଥାଏ । ଏମାନେ ନିଜର ଲାଇଫରେ ସଫଳ ମଧ୍ୟ ହୋଇଥାନ୍ତି । ଏମାନେ ଅନ୍ୟ ମାନଙ୍କ ସହ କଥା ବାର୍ତ୍ତା ଅଧିକ ହେବାକୁ ଅଧିକ ଭଲ ପାଇଥାନ୍ତି ।

2- ଯେଉଁ ମାନେ ଉଗୁଡେଇ ହୋଇ ନିଜକୁ ଓଲଟା କରି ଶୋଇଥାନ୍ତି । ଏହିଭଳି ଲୋକଙ୍କ ପାଖରେ ସାମାନ୍ୟ ସ୍ଵାର୍ଥ ଭାବ ମଧ୍ୟ ରହିଥାଏ । ଏମାନେ ତାଙ୍କର ବନ୍ଧୁ ମାନଙ୍କ ସହ ସେତେବେଳେ ମିଳାମିଶା କରିବାକୁ ଭଲ ପାଆନ୍ତି । ଯେତେବେଳେ ତାଙ୍କ ସହ ତାଙ୍କର କ୍ଛି ଦରକାର ଥିବ । ତେଣୁ ସେମାନଙ୍କୁ ଏହି ଶୋଇବା ଶୈଳୀରେ ଟିକେ ପରିବର୍ତ୍ତନ ଆଣିବାକୁ ପଡିବ । ଯାହା ଦ୍ଵାରା ସେମାନଙ୍କ ଲାଇଫ ଆଉ ଟିକେ ଅଧିକ ବେତାର ହୋଇପାରିବ ।

3- ଯେଉଁ ମାନେ ଶୋଇବା ସମୟରେ ନିଜକୁ ସଂପୂର୍ଣ୍ଣ ଭାବେ ଘୋଡାଇ ହୋଇ ଶୋଇ ରହିଥାନ୍ତି । ସେମାନେ ଭିଡ ମଧ୍ୟରେ ନିଜକୁ ଶକ୍ତିଶାଳୀ ଓ ଦରକାର ସମୟରେ ଅନ୍ୟକୁ ସାହାଜ୍ଯ କରିବାକୁ ଭଲ ପାଇଥାନ୍ତି । ଯେବେ କି ଏମାନେ ବ୍ୟକ୍ତିଗତ ଭାବେ ଲାଜକୁଳା ସ୍ଵଭାବର ସାମାନ୍ୟ ହୋଇଥାନ୍ତି । ଅନ୍ୟ ମାନଙ୍କ ରାଜ୍ ନିଜ ପାଖରେ ଲୁଚାଇ ରଖିଥାନ୍ତି, ହେଲେ ଅନ୍ୟକୁ କହିବାକୁ ଏତେ ଟା ଭଲ ପାଇନଥାନ୍ତି । ଏମାନଙ୍କ ଲାଇଫରେ ଯେତେବେଳେ କିଛି ସମସ୍ଯା ଆସିଥାଏ । ତାହାକୁ ଶୀଘ୍ର ଦୂର କରିବାରେ ଲାଗି ପଡିଥାନ୍ତି ।

4- ଯେଉଁ ମାନେ ପ୍ରାୟତଃ ଗୋଟେ ପାଖକୁ କଡ କରି ଶୋଇଥାନ୍ତି । ସେମାନଙ୍କ ଠାରେ ଆତ୍ମବିଶ୍ବାସ ଅଧିକ ରହିଥାଏ । ଏମାନେ ଯେଉଁ କାର୍ଯ୍ୟ କରନ୍ତୁ ନା କାହିଁକି ? ସେଥିରେ ଯେପରି ସେମାନଙ୍କୁ ସଫଳତା ମିଳିବ ସେଥିପ୍ରତି ସବୁବେଳେ ପ୍ରୟାସ କରିଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *