କେତେ ଖତରନାକ ଅଟେ ଏବଂ ମଣିଷର କେଉଁ ସ୍ଥାନକୁ ଆଟାକ୍କ କରଛି ଏହି ‘କରୋନା ଭାଇରସ’- ଭାରତରେ ୩ନି ଜଣ ପୀଡିତ

ଚୀନରେ ଖେଳିଯାଇଥିବା କୋରୋନା ଭାଇରସ ପାଇଁ ଭାରତ ବି ଚିନ୍ତିତ ଅଛି । ଏଥିପାଇଁ ଭାରତ ପ୍ରଥମରୁ ହିଁ ଏହା ଉପରେ ଦୃଷ୍ଟି ରଖିବା ଆରମ୍ଭ କରିଦେଇଛି । ଭାରତରେ ଏବେ ପର୍ଯ୍ୟନ୍ତ 2-3 ଟି ମାମଲା ସାମ୍ନାକୁ ଆସି ସରିଲାଣି, ସେଥିପାଇଁ ଏଥିରୁ  ରକ୍ଷା ପାଇବା ପାଇଁ ଏହାକୁ ବୁଝିବା ବହୁତ ଜରୁରୀ ହୋଇଥାଏ । ଏହି ଭାଇରସର ଅଧିକ ମାମଲା ଚୀନରେ ଦେଖାଯାଉଛି ,ଏମିତିରେ ଏହି ପ୍ରଶ୍ନର ଉତ୍ତର ମିଳିପାରୁ ନାହିଁ ।

କୋରୋନା ଭାଇରସ କେଉଁ ପ୍ରକାରର ହୋଇଥାଏ ।

 

ବୁହାନରେ ଖେଳିଯାଇଥିବା ଭାଇରସ ‘ନୋବେଲ କରୋନା ଭାଇରସ’ ଅଟେ । ଏହି କାରଣରୁ ଏହାକୁ ‘ବୁହାନ ଭାଇରସ’ ବି କୁହାଯାଉଛି । ଏହାଛଡା ଆଲ୍ଫା ଏବଂ ବିଟା କରୋନା ଭାଇରସ ବି ଅଛି । କରୋନା ଭାଇରସ କୁ ୨୦୦୩ ମସିହା ପୂର୍ବରୁ କେବେ ଗମ୍ଭୀର ଭାବେ ନିଆଯାଇ ନଥିଲା । ଏବେ ଏକ ରିସର୍ଚରେ ସାମ୍ନାକୁ ଆସିଛି କି ଏହିଥରର କରୋନା ଭାଇରସ ସାପଙ୍କ ମାଧ୍ୟମରେ ବ୍ୟାପୁଛି ବୋଲି କୁହାଯାଉଛି ।

କଣ ପାଇଁ କ୍ଷତରନାକ ଏହି ଭାଇରସ ?

ସବୁଠାରୁ ଚିନ୍ତା କରିବାର କଥା ଏହା କି ନୋବେଲ କରୋନା ଭାଇରସ ବା ବୁହାନ ଭାଇରସ ପାଇଁ ଏବେ ପର୍ଯ୍ୟନ୍ତ କୌଣସି ଔଷଧ ପ୍ରସ୍ତୁତ ନାହିଁ । ଡାକ୍ତରଙ୍କ ପାଖରେ ବି ଏହାର ଚିକିସା ପାଇଁ କୌଣସି ଉପାୟ ନାହିଁ । ଏହି କାରଣରୁ ଆଲର୍ଟ କରି ଚୀନର ସହରକୁ ବନ୍ଦ କରିବାର ପାଇଁ ନିଷ୍ପତି ନିଆଯାଇଛି । କାରଣ ଭାଇରସ ଏକ ରୋଗୀ ଠାରୁ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟକୁ ସଂକ୍ରମିତ ହୋଇଥାଏ ,ଏହି କାରଣରୁ ଏବେ ଲୋକମାନଙ୍କର ଗମନାଗମନ କମ କରିବାର ହି ଏକ ଉପାୟ ସାମ୍ନାକୁ ଆସିଛି । ଏଥିରେ ରୋଗ ହୋଇଥିବା ବ୍ୟକ୍ତି କୌଣସି ବି ସୁସ୍ଥ ବ୍ୟକ୍ତିକୁ ସଂକ୍ରମିତ କରିପାରେ ।

ମଣିଷର ଏହି ଅଙ୍ଗକୁ କରୁଛି ନିଷ୍କ୍ରିୟ

ବୁହାନ ଭାଇରସ ବା କୋରୋନା ଭାଇରସ ଏହା ପୂର୍ବରୁ ଦେଖାଯାଇ ନାହିଁ । ଏହି ଥରର କୋରୋନା ଭାଇରସ ଅଧିକ ଖତରନାକ ହୋଇଛି ,କାରଣ ଏହା ସାର୍ସ ଭଳି ଲାଗୁଛି । ଏହା ମଣିଷର ରେସ୍ପିରଟୋରୀ ସିଷ୍ଟମ ଉପରେ ଦ୍ରୁତ ଗତିରେ ହାମଲା କରି ତାହାକୁ ନିଷ୍କ୍ରିୟ କରି ଦେଉଛି । ଚୀନରେ ଏହା ହେଉଛି ।

ଭାରତରେ କଣ ଅଛି ଅବସ୍ତା ?

ଭାରତରେ ଏହି ଭାଇରସ କୁ ନେଇ ମଧ୍ୟ ଖବର ସାମ୍ନାକୁ ଆସିଲାଣି, ଏ ପର୍ଯ୍ୟନ୍ତ ୨-୩ ଜଣ ଏହି ରୋଗରେ ପୀଡିତ ମିଳି ଲେଣି, ଯାହାକି କେରଳର ଅଟେ ।  ସେଥିପାଇଁ ସାମାନ୍ୟ ଥଣ୍ଡା ଏବଂ ଜ୍ଵର ହେବା ଉପରେ ଧ୍ୟାନ ରଖିବା ବହୁତ ଜରୁରୀ ଅଟେ । ଘର ଏବଂ ଆଖପାଖ ର ସଫା କରିବା ବି ନିହାତି ଦରକାର ।

Leave a Reply

Your email address will not be published. Required fields are marked *