ବର୍ଷ ୨୦୨୦ ରେ କେତୁଙ୍କର ରାଶି ପରିବର୍ତ୍ତନ, ଏହି ରାଶିଙ୍କ ପାଇଁ ଆସିବ ଅତି ଗମ୍ଭୀର ସ୍ଥିତି

ବୈଜ୍ଞାନିକ ଜ୍ୟୋତିଷ ରେ କେତୁ ଗ୍ରହ ଗୋଟେ ଛାୟା ଗ୍ରହ କୁହା ଯାଏ, ଏହାକୁ ଛାୟା ଗ୍ରହ ଏଥିପାଇଁ କୁହାଯାଏ କାହିଁକିନା ଏହାର ନିଜର କିଛି ଆକାର ନଥାଏ । ଏହା ମୋକ୍ଷ, ଆଧ୍ୟାତ୍ମ ଏବଂ ବୈରାଗ୍ୟ ର କାରକ ଅଟେ ଏବଂ ଏକ ରହସ୍ୟମୟ ଗ୍ରହ ଅଟେ । ଏହି ଗ୍ରହ ଯାହା ପାଇଁ ଶୁଭ ହୁଏ ସେହି ଲୋକ ପାଇଁ ସବୁକିଛି ଶୁଭ ହୁଏ କିନ୍ତୁ ଯାହା ପାଇଁ ଅଶୁଭ ତାର ସର୍ବନାଶ କରିଥାଏ ।

ଆପଣଙ୍କ ୨୦୨୦ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ । ୨୦୨୦ ବର୍ଷରେ କେତୁ ୨୩ ସେପ୍ଟେମ୍ବର ସକାଳ ୦୮:୨୦ ବେଳେ ଗୁରୁ ରାଶି ଧନୁ ରୁ ମଙ୍ଗଳ ଙ୍କ ରାଶି ବିଛା କୁ ଯିବେ । ଆସନ୍ତୁ ଜାଣିବା ଏହାର ପ୍ରଭାବ ବିଷୟରେ ।

ମିଥୁନ ରାଶି :

ଏହି ରାଶି ଲୋକଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡି ପାରେ, ବିବାହିତ ଜୀବନରେ ବି ଅସୁବିଧା ଉତ୍ପନ ହେବ । ବ୍ୟବସାୟ ଭଲ ରହିବ ନାହିଁ ।

କର୍କଟ ରାଶି :

ଏହି ରାଶିଙ୍କ ପାଇଁ ଅଶୁଭ ପରିଣାମ ଦେଖିବାକୁ ପାଇ ପାରନ୍ତି । ଏହି ସମୟରେ ଆପଣଙ୍କ ଜୀବନରେ ଅନେକ ପ୍ରକାର ଅସୁବିଧା ଆସି ପାରେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବନି ଓ ଶତ୍ରୁ ଆପଣଙ୍କ ଉପରେ ଭାରି ପଡି ପାରନ୍ତି ।

ସିଂହ ରାଶି :

ଏହି ରାଶି ଲୋକଙ୍କୁ ସନ୍ତାନ ଜଡ଼ିତ ସମସ୍ୟା ହୋଇପାରେ, ପ୍ରେମ ସମ୍ବନ୍ଧ ରେ ସନ୍ଦେହ ଲାଗି ରହିବ । କିନ୍ତୁ ଯଦି ଆପଣ ଛାତ୍ର ତାହେଲେ ଆପଣଙ୍କ ପାଇଁ ସଫଳ ହବାର ପ୍ରବଳ ସମ୍ଭାବନା ଅଛି ।

କନ୍ୟା ରାଶି :

କେତୁ ଚାଲି ଅନୁଯାଇ ଏହି ରାଶି ଲୋକଙ୍କ ସୁଖ ରେ ଅସୁବିଧା ଆସି ପାରେ । ଏହି ସମୟରେ ଆପଣଙ୍କ ମାଁଙ୍କ ଦେହ ଖରାପ ହୋଇ ପାରେ । ଯଦି ଗାଡି ବା ଜମି କିଣିବାକୁ ଚାହାଁନ୍ତି ତାହେଲେ ମୂହୁର୍ତ୍ତ ଅନୁଯାଇ କରନ୍ତୁ ।

ତୁଳା ରାଶି :

କେତୁ ଗୋଚର ପ୍ରଭାବରେ ଆପଣଙ୍କ ସାହସ କମ ହୋଇବ, ଆପଣଙ୍କ ଆତ୍ମବିଶ୍ଵାସ ଦୁର୍ବଳ ପଡିବ, ଘର ପରିବାର ସହ ମତଭେଦ ହୋଇ ପାରେ ।

ଧନୁ ରାଶି :

କେତୁ ଗୋଚରରୁ ଆପଣଙ୍କ କଳ୍ପନା ଶକ୍ତି ପ୍ରବଳ ହେବ, କାର୍ଯ୍ୟ ଓ ବ୍ୟବସାୟ ରେ ପରିସ୍ଥିତି ଆପଣଙ୍କ ଅନୁଯାଇ ହେବ ନାହିଁ । ଘର ଲୋକଙ୍କ ସହ ସମ୍ପର୍କ ଖରାପ ହୋଇ ପାରେ ।

ମକର ରାଶି :

ଏହି ବର୍ଷ ବିନା କାରଣ ଖର୍ଚରେ ବୃଦ୍ଧି ହେବ, ଧନ ହାନି ସମ୍ଭାବନା ଅଛି  ଲମ୍ବା ଯାତ୍ରା ଯୋଗ ରେ ଅଛି କିନ୍ତୁ ଏହା ପାଇଁ ଅଧିକ ଧନ ହାନି ହେବ ।

କୁମ୍ଭ ରାଶି :

ଏହି ବର୍ଷ ଆପଣଙ୍କ ରୋଜଗାର କମ ହେବ, ଅଟକିଥିବା ଟଙ୍କା ବି ଆପଣଙ୍କୁ ହଇରାଣ କରି ପାରେ । ଘର ସମସ୍ୟା ନେଇ ବଡ ଭାଇ ବା ଭଉଣୀ ସହ ଝଗଡା ବଢି ପାରେ ।

ମୀନ ରାଶି :

ଏହି ରାଶି ଲୋକଙ୍କ ପାଇଁ ରାସ୍ତା ଅତ୍ୟନ୍ତ କଠିନ ଅଟେ, ଏହି ବର୍ଷ ଆପଣଙ୍କ ଅଫିସରେ ଆପଣଙ୍କ ଛବି ଖରାପ କରିବା ପାଇଁ ପୂର୍ଣତଃ ପ୍ରୟାସ କରା ଯିବ । ଆପଣଙ୍କୁ ତାଙ୍କ କୁ ଚକ୍ରରୁ ବଞ୍ଚିବା ପାଇଁ ଉପାୟ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *