କେଉଁ 5ଟି ସ୍ଵପ୍ନ ଦେଖିବା ହୋଇଥାଏ ଶୁଭ ଏବଂ ଭୟଙ୍କର, ଅଜାଣତରେ ବି କାହା ଆଗରେ କୁହନ୍ତୁ ନାହିଁ

ବହୁତ କିଛି ଲୋକେ ଅଛନ୍ତି ଯେଉଁ ମାନେ ନିଜର ଗୁପ୍ତ କଥା ଅନ୍ୟ ଆଗରେ କହିଥାନ୍ତି । ଏମିତିକି ନିଜର ସ୍ଵପ୍ନ ବିଷୟରେ କିଛି ଲୋକେ ଅନ୍ୟ ଆଗରେ କହିଥାନ୍ତି ଯାହା ସଂପୂର୍ଣ୍ଣ ଭୁଲ ଅଟେ । ପ୍ରତେକ ବ୍ୟକ୍ତି ଶୋଇବା ସମୟରେ କିଛି ନା କିଛି ସ୍ଵପ୍ନ ଦେଖିଥାନ୍ତି ଯାହାର ଅଲଗା ଅଲଗା ଅର୍ଥ ରହିଥାଏ । କିଛି ସ୍ଵପ୍ନ ଶୁଭ ଓ ଅଶୁଭ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ୫ଟି ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ ଯାହା ଶୁଭ ହୋଇଥାଏ କିନ୍ତୁ ଏହାକୁ ଅନ୍ୟ ଆଗରେ କହିବା ଦ୍ଵାରା ବିପରୀତ ଫଳ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଭଗବାନଙ୍କର ସ୍ଵପ୍ନ ଦେଖିବା : ଯଦି ଆପଣ ନିଜ ଜୀବନରେ କେବେ ବି ଶୋଇବା ସମୟରେ ଭଗବାନଙ୍କୁ ବା ଭଗବାନଙ୍କୁ ଆଶୀର୍ବାଦ ଦେବାର ଦେଖିବେ ତେବେ ସେମାନଙ୍କ ମଧ୍ୟରୁ ଆପଣଙ୍କ ଆତ୍ମା ସବୁଠାରୁ ପବିତ୍ର ଅଟେ ବୋଲି ସଙ୍କେତ ମିଳିଥାଏ । ଏହା ସହ ଭଗବାନ ଆପଣଙ୍କ ମଧ୍ୟରେ ବାସ କରିଥାନ୍ତି ବୋଲି ଜଣା ପଡିଥାଏ । ତେଣୁ ଏହି ସ୍ଵପ୍ନକୁ ଅନ୍ୟ ଆଗରେ କହିବା ଅନୁଚିତ ।

୨- ସ୍ଵପ୍ନରେ ମାତା ପିତା ପାଣି ଦେଉଥିବାର ଦେଖିବା : ଯଦି ଆପଣଙ୍କ ସ୍ଵପ୍ନ ରେ ମାତା ପିତା ପାଣି ଦେଉଥିବାର ଦେଖନ୍ତି ତେବେ ଏହା ଭବିଷ୍ୟତରେ ଉନ୍ନତି ଆସିବାର ସଙ୍କେତ ମିଳିଥାଏ । ତେଣୁ ଏହି ସ୍ଵପ୍ନ କୁ କାହାରି ସହ ସେୟାର କରିବା ଉଚିତ ନୁହେଁ ।

୩- ଭଗବାନଙ୍କ ସ୍ଵପ୍ନ ବାରମ୍ବାର ଆସିବା : ଯଦି ଆପଣ ରାତିରେ ଶୋଇବା ସମୟରେ ଭଗବାନଙ୍କର ସ୍ଵପ୍ନ ବାରମ୍ବାର ଆସିଥାଏ ଓ ଆପଣ ଏହା ବିଷୟରେ ଅନ୍ୟ ଆଗରେ କହି ଦେବେ ତେବେ ଆପଣଙ୍କର ଜୀବନରେ ଆସୁଥିବା ଖୁସି ଅଟକି ରହି ଯିବାର ସୂଚନା ମିଳିଥାଏ । ତେଣୁ ଏହି କଥା କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ ।

୪- ଭଗବାନଙ୍କର ଆରତୀ ହେବାର ସ୍ଵପ୍ନ : ଯଦି ଆପଣଙ୍କ ସ୍ଵପ୍ନ ରେ ଭଗବାନଙ୍କର ଆରତୀ ହେଉ ଥିବାର ଦେଖିବେ ତେବେ ଆପଣଙ୍କ ଭାଗ୍ଯ ବଦଳି ଯିବାର ସଙ୍କେତ ମିଳିଥାଏ । ଯଦି ଆପଣ ଏହାକୁ ଅନ୍ୟ ଆଗରେ କହିବେ ତେବେ ଆପଣଙ୍କୁ ଲାଭ ବଦଳରେ କ୍ଷତି ମିଳିଥାଏ ।

୫- ପରମାତ୍ମାଙ୍କର ଅଦ୍ଭୁତ ଦୃଶ୍ୟ : ଯଦି ଆପଣ ସ୍ଵପ୍ନ ରେ ପରମାତ୍ମାଙ୍କର ଅଦଭୁତ ବା ବିଚିତ୍ର ଦୃଶ୍ୟ ଦେଖନ୍ତି ତେବେ ଆପଣଙ୍କ ଜୀବନରେ ଯେ କୌଣସି ପରିସ୍ଥିତି ଥାଉ ନାଁ କାହିଁକି ଆପଣ ଭଗବାନଙ୍କ ସାଥ ଛାଡି ପାରିବେ ନାହି । ଏହି ସ୍ଵପ୍ନ ବିଷୟରେ ଅନ୍ୟ ଆଗରେ କହିବା ଉଚିତ ନୁହେଁ । ନଚେତ ଆପଣଙ୍କ ଜୀବନରେ ବହୁତ ବଡ ବିପଦ ସୃଷ୍ଟି ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *