ପ୍ରାୟତଃ ଦେଖା ଯାଇଛି ଯେ ଯେତେବେଳେ କୌଣସି ବିପତି ଆସିଥାଏ ତେବେ କୁହା ଯାଏ ଯଦି ଆଗରୁ ଜଣା ପଡେ ତେବେ ଆମେ ସାବଧାନ ହୋଇଯାଇ ଥାଉ । ଜୀବନ ରେ ସମୟ ସମୟ ଅନୁଯାଇ ବହୁତ ପ୍ରକାର ବିପତି ଏବଂ ଖରାପ ସମୟ ସାମ୍ନା କରିବାକୁ ପଡିଥାଏ । ଏମିତି ରେ ଜ୍ଯୋତିଷ ଶାସ୍ତ୍ର ରେ କେତେ ସଂକେତ ବିଷୟରେ କୁହା ଯାଇଛି, ଯାହା ଆପଣଙ୍କ ଖରାପ ସମୟ ଆସିବାର ସଂକେତ ଦେଇଥାନ୍ତି ।
ତେବେ ସଂକେତ ବିଷୟରେ ଜାଣିବା ପରେ ଆପଣଙ୍କୁ ସାବଧାନ ହବା ଉଚିତ ଏହା ଦ୍ଵାରା ଆପଣଙ୍କ ଜୀବନ ସୁରକ୍ଷିତ ହୋଇଥାଏ, ତେବେ ଆସନ୍ତୁ ଜାଣିବା ଏହି ସଂକେତ ଗୁଡିକ ବିଷୟରେ ।
ଖୋଳିଲା ବେଳେ ମୃତ ଯିବ :
ଯଦି ମାଟି ଖୋଳିଲା ବେଳେ କୌଣସି ମୃତ ଯିବ ମିଳିଥାଏ ବା ସାପ ଦେଖା ଯାଏ ତେବେ ଏହା ଆସନ୍ତା ଖରାପ ସମୟ ସଂକେତ ଅଟେ ।
ଆଘାତ ପାଇଥିବା ପଖି :
ଯଦି ଆପଣଙ୍କ ଘର ଅଗଣା ରେ କୌଣସି ପଖି ଆଘାତ ପାଇ ପଡିଯାଏ ତେବେ ଏହା ଆପଣଙ୍କ ଘରେ ଆସୁଥିବା ଖରାପ ସମୟ ସଂକେତ ଅଟେ ।
କୁକୁର କାନ୍ଦିବା :
ଯଦି କୌଣସି କୁକୁର କାହା ଘର ମୁଖ୍ୟ କବାଟ ସାମ୍ନା ରେ ମୂହ କରି କାନ୍ଦନ୍ତି ତେବେ ଏହାର ଅର୍ଥ ସେହି ଘରେ କୌଣସି ବଡ ସମସ୍ୟା ବା କାହାର ମୃତ୍ୟୁ ସଂକେତ ଅଟେ ।
କଳା ମୁସା ଘରେ ବଢିବା :
ଯଦି ଘରେ ହଟାତ କଳା ମୁସା ବଢିବା ଆରମ୍ଭ ହୁଅନ୍ତି ତେବେ ଏହାର ଇଶାରା ଥାଏ ଯେ କୌଣସି ବଡ ସମସ୍ୟା ଭବିଷ୍ୟରେ ଆପଣଙ୍କ ବିପଦ ହୋଇ ଆପଣଙ୍କ ଘରକୁ ଆସିବ ।
ହାଡ ବାହାରିବା :
ଯଦି ଘର ଆଖ ପାଖରେ ହାଡ ବାହାରିଥାଏ ତେବେ ଏହା ସେହି ଭୂମି ଅଶୁଭ ସଂକେତ ଅଟେ । ତେଣୁ ସେଭଳି ଭୂମି କିଣିବା ଆଗରୁ ନିଶ୍ଚିନ୍ତ କୌଣସି ଜ୍ଯୋତିଷଙ୍କ ପରାମର୍ଶ ନିଅନ୍ତୁ ।
ତେବେ ଦୈନଦିନ ଆମ ଜୀବନରେ ଯାହା ଘଟିଥାଏ ଆମେ ସେସବୁକୁ ଅନଦେଖା କରିଥାଉ କିନ୍ତୁ ତା ମଧ୍ୟରେ କିଛି ଏମିତି ସବୁ ଥାଏ ଯାହା ଆମକୁ କିଛି ସଂକେତ ଦେବାକୁ ଚେଷ୍ଟା କରିଥାଏ କିନ୍ତୁ ଆମ ସେଥିପ୍ରତି ଧ୍ୟାନ ନ ଦେବାରୁ ଆମ ଏଆଗକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇଥାଉ । କିନ୍ତୁ ଯଦି ଆମେ ସେହିସବୁ ଛୋଟ ଛୋଟ କଥାକୁ ବି ଗୁରୁତ୍ଵ ଦେବା ଦେଖବେ ବହୁତ ସଙ୍କଟରୁ ବଞ୍ଚିପାରିବା ।