ପାନ ପତ୍ରରେ ଥିବା ଔଷଧୀୟ ଗୁଣ ବିଷୟରେ ଜାଣି ବିଶ୍ଵାସ ହେବନି ଆପଣଙ୍କର, ଓଜନ ହ୍ରାସଠୁ ନେଇ ଏହି ସବୁ ରୋଗ ମଧ୍ୟ କରେ ଭଲ

ପାନ ପତ୍ର ସମସ୍ତ ଭାରତୀୟଙ୍କ ଘରେ ବ୍ୟବହୃତ ହୋଇଥାଏ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶୁଭ କାମ ଆରମ୍ଭ ରେ ହେଉଥିବା ପୂଜାରେ ମଧ୍ୟ ପାନ ପତ୍ରର ବ୍ୟବହାର କରାଯାଇଥାଏ । ଏହା ଔଷଧୀୟ ଗୁଣରେ ଭରପୁର ହୋଇଥାଏ । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ ବି ରହିଛି, ଯାହା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ହିତକର । ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଶରୀରକୁ ଲାଭ ପହଞ୍ଚାଇବା ସହ କେତେକ ଗମ୍ଭୀର ରୋଗରୁ ମଧ୍ୟ ଦୂରେଇ ରଖିଥାଏ ।

ଓଜନ କମ କରିଥାଏ

ପାନ ପତ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ । ଆୟୁର୍ବେଦ ଅନୁସାରେ, ଏହା ମେଟାବୋଲିଜିଆମ୍ କୁ ବଢାଇ ପେଟକୁ ପୂର୍ଣ୍ଣ ହେବାର ଅନୁଭବ ଦେଇଥାଏ । ଯାହା ବଡି ର ଫ୍ୟାଟ୍ କମ୍ କରିବାରେ ସାହାଯ୍ୟ କରିଥାଏ ।

କବ୍ଜ ରୁ ମୁକ୍ତି

ଯଦି କବ୍ଜ ସମସ୍ୟା ଅଛି ତେବେ ପାନ ପତ୍ର ଏଥିରୁ ବଞ୍ଚିବା ରେ ସାହାଯ୍ୟ କରିଥାଏ । ପ୍ରତିଦିନ ଏହାକୁ ଚୋବାଇଲେ ଆପଣଙ୍କ ଶରୀରରୁ ସବୁ ଟାକ୍ସିନ୍ସ ବାହାରି ଯାଏ,ଯାହାପାଇଁ ଆପଣଙ୍କୁ କବ୍ଜ ସମସ୍ୟା ରୁ ତୁରନ୍ତ ଆରାମ ମିଳିଥାଏ । ଏଥିରେ ଅଧିକ ମାତ୍ରାରେ ଥିବା ଫାଇବର କବ୍ଜ ସମସ୍ୟାରୁ ମୁକ୍ତି ଦେଇଥାଏ ।

କାଶ ରୁ ଆରମ

ଏଥିରେ ଆଣ୍ଟିବାୟୋଟିକ୍ସ ରହିଥିବାରୁ ଏହା କାଶ ବନ୍ଦ କରିବାରେ ସାହାଯ୍ୟ କରିଥାଏ । ଏହା କଫ କରିବା ସହିତ କାଶ ହେବା କାରଣ କୁ ମଧ୍ୟ ଅଟକାଇଥାଏ ।

ମୁଣ୍ଡବିନ୍ଧା ରୁ ମୁକ୍ତି

ଯଦି ଆପଣଙ୍କ ମୁଣ୍ଡବିନ୍ଧା ହେଉଛି ତେବେ ଆପଣ ପାନପତ୍ର ଖାଇବା ସହ ଏହାକୁ ମୁଣ୍ଡରେ ଲଗାଇବା ଉଚିତ୍ । ଏଥିରେ ଶିତଳତା ଗୁଣ ଓ ଔଷଧୀୟ ଗୁଣ ଭରପୁର ଥିବାରୁ ଏହା ଯନ୍ତ୍ରଣାରୁ ଆରାମ ଦେଇଥାଏ । ଯେବେବି ଆପଣଙ୍କ ମୁଣ୍ଡବିନ୍ଧା ହେବ ଏହାକୁ ମଥା ଉପରେ ରଖିବାକୁ ଭୁଲିବେ ନାହିଁ ।

ଶରୀରରେ ହୋଇଥିବା କ୍ଷତ ଭରିଥାଏ

ଏହାର ଉପଯୋଗ ମଧ୍ୟ ଖଣ୍ଡିଆ ବା ବଡ ଧରଣର କ୍ଷତକୁ ସୁଖିବା ପାଇଁ ବ୍ୟବହାର କରାଯାଏ । ଆୟୁର୍ବେଦ ଅନୁସାରେ, ଏହାର ଉପଯୋଗ ଘା’ ରେ ଏକ ପଟି ପରି ଚିକିତ୍ସା ଓ ଭରିବା ପାଇଁ ବ୍ୟବହାର କରାଯାଏ ।

ତେବେ ଯଦି ଆପଣ ଜାଣିନଥିଲେ କି ପାନ ପତ୍ରର ବ୍ୟବହାର ଏହି ସବୁ ପାଇଁ ମଧ୍ୟ ହୋଇପାରେ ବୋଲି ତ ଏହାକୁ ନିଶ୍ଚୟ ମନେ ରଖିବ ଓ କାମରେ ଲଗାଇବେ ।

Leave a Reply

Your email address will not be published. Required fields are marked *