କ୍ଷୀର ଚା’ ଠାରୁ ନାଲି ଚାହା ହେଇଥାଏ ଅନେକ ଗୁଣରେ ଭଲ। ପିଇଲେ ମିଳେ ଏହି ସବୁ ଫାଇଦା।

ଚା’ ହେଉଛି ଏକ ରିଫ୍ରେସ ଡ୍ରିଙ୍କ। ଥକାପଣ, ମୁଣ୍ଡବିନ୍ଧା ଏବଂ ଥଣ୍ଡା ଭଳି ସମସ୍ୟା ହେଲେ ଲୋକେ ଚା’ ପିଇଥାନ୍ତି ଏବଂ ଏଥିରୁ ଅଳ୍ପବହୁତ ଲାଭବାନ ମଧ୍ୟ ହେଇଥାନ୍ତି। କିଛି ଲୋକଙ୍କର ଚା’ ପିଇବା ଅଭ୍ୟାସ ମଧ୍ୟ ହେଇଥାଏ। କେହି କ୍ଷୀର ଚା ପିଅନ୍ତି ତ ଆଉ କେହି ନାଲି ଚା’ କିମ୍ବା ଗ୍ରୀନ ଟି ପିଇବାକୁ ପସନ୍ଦ କରନ୍ତି। କ୍ଷୀର ଚା ଅଧିକ ସ୍ୱାଦିଷ୍ଟ ହେଲେ ବି ନାଲି ଚା ଗୁଣାତ୍ମକ ଦୃଷ୍ଟିରୁ ଅନେକ ଫାଇଦାଦାୟକ ହେଇଥାଏ। ତାହାଲେ ଏବେ ଚାଲନ୍ତୁ ଜାଣିବା କ୍ଷୀର ଚା ପିଇବାର କ୍ଷତି ଏବଂ ନାଲି ଚା ପିଇବାର ଫାଇଦା ଗୁଡିକ।

କ୍ଷୀର ଚା’ ଶରୀର ପାଇଁ ବହୁତ କ୍ଷତିକାରକ ହେଇଥାଏ। କ୍ଷୀର ଓ ଚିନିର ମିଶ୍ରଣରେ ତିଆରି ଚା’ ପିଇଲେ ଶରୀରର କ୍ୟାଲସିୟମ ହ୍ରାସ ପାଇଯାଏ ଯାହା ଫଳରେ ଓଜନ ଅଧିକ ବୃଦ୍ଧି ପାଏ।ଏହାକୁ ପିଇଲେ କଫ ଜନିତ ସମସ୍ୟାର ସମୁଖୀନ ମଧ୍ୟ ହେବାକୁ ପଡେ।

କିନ୍ତୁ ନାଲି ଚା କିମ୍ବା ଗ୍ରୀନ ଟି ରେ ଥିବା ବିଶେଷ ତତ୍ୱ ପାଇଁ ଆମ ଶରୀରକୁ ଅନେକ ଲାଭ ମିଳିଥାଏ। ଆଜିକାଲି ପ୍ରାୟ ସମସ୍ତେ ବଢୁଥିବା ଓଜନକୁ ନେଇ ଚିନ୍ତାରେ ଅଛନ୍ତି। ଗ୍ରୀନ ଟି ଏବଂ ନାଲି ଚା ଆପଣଙ୍କର ଏହି ଚିନ୍ତାରୁ ଆପଣଙ୍କୁ ମୁକ୍ତ କରିବ।

ଏଥିରେ ପ୍ରୋବୋଟିକ୍ସ ରହିଥାଏ ତେଣୁ ଶରୀରରେ ଥିବା ରୋଗପ୍ରତିରୋଧକ ଶକ୍ତିକୁ ଆହୁରି ଅଧିକ ସକ୍ରିୟ କରିବାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

ଏହି ସବୁ ଦୃଷ୍ଟିରୁ ନାଲି ଚା’ ଏବଂ ଗ୍ରୀନ ଟି ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ତେଣୁ କ୍ଷୀର ଚା ଅପେକ୍ଷା ନାଲି ଚା ପିଇଲେ ଆପଣ ସୁସ୍ଥ ରହିବେ।

Leave a Reply

Your email address will not be published. Required fields are marked *