କିଡନୀକୁ ପୁରା ଖରାପ କରିଦିଏ ଏହି ଜିନିଷ, ପ୍ରଥମ ଜିନିଷର ବ୍ୟବହାର ବହୁତ ଲୋକ କରନ୍ତି 

ବନ୍ଧୁଗଣ  ବୃକକ ଆମ ଶରୀରର ମହତ୍ବପୂର୍ଣ ଅଙ୍ଗ ଅଟେ, ଏହା ଏକ ଫିଲ୍ଟର କାମ କରିଥାଏ । ଯିଏ ଆମ ରକ୍ତକୁ ଫିଲ୍ଟର କରି ଅଦରକାରୀ ପଦାର୍ଥ ଗୁଡିକୁ ବାହାର କରି ରକ୍ତକୁ ସୁଧ କରେ । ଠିକ ଏହିପରି ବୃକକ ପାଣିକୁବି ଫିଲ୍ଟର କରିଥାଏ । ବୃକକ ରେଡ ବ୍ଲଡ ସେଲ ବନାଇବାରେ ଓ ରକ୍ତଚାପ ରୋଗକୁ ନିୟତ୍ରଣ କରିଥାଏ । ବୃକକର କାର୍ଯ୍ୟ ବହୁତ ମହତ୍ଵପୂର୍ଣ ହୋଇଥାଏ । ସେଥିପାଇଁ ଆମ ଶରୀରରେ ୨ଟି ବୃକକ ରହିଥାଏ ।

ଖାଇବା ପିଇବାରେ ବୃକକ ଉପରେ ବହୁତ ପ୍ରଭାବ ପଡିଥାଏ । ଖରାପ ଜିନିଷ ଖାଇବା ଦ୍ଵାରା ଆମର ବୃକକ ଜଲ୍ଦି ଖରାପ ହୋଇଥାଏ । ଆଜିକାଲି ବୃକକର ସମସ୍ୟା ବଢିବାରେ ଲାଗିଛି, କାରଣ ଖାଇବା ପିଇବାରେ ନିୟତ୍ରଣ ନହିଁ ।

Image Courtesy: Google

କଣ ଖାଇବା ଦ୍ଵାରା ବୃକକ ଖରାପ ହୋଇଥାଏ

ମିଠା :- ମିଠା ପଦାର୍ଥରେ ଅଧିକ ମାତ୍ରାରେ ସୁଗାର ଥାଏ । ଯାହା ଆମ ଶରୀର ପାଇଁ ହାନିକାରକ ଅଟେ । ଏହା ଦ୍ଵାରା ଆମକୁ ମଧୁମେହ, ଓ ହାଇ ବ୍ଲଡ ପ୍ରେସର ହୋଇପାରେ । ଏହା ବୃକକ ପାଇଁ ହାନିକାରକ ଅଟେ ।

Image Courtesy: Google

ଲୁଣ :- ଲୁଣରେ ଥିବା ଶୋଢିୟମ ଆମ ଶରୀର ପାଇଁ ବହୁତ ଲାଭକାରୀ  ଅଟେ । ଏହା ସେତେ ପର୍ଯ୍ୟନ୍ତ ଠିକ ଅଛି ଯେ ପର୍ଯ୍ୟନ୍ତ ଲୁଣର ମାତ୍ରା ସୀମିତ ରହିଛି । ବହୁତ ଲୋକଙ୍କ ଅଭ୍ୟାସ ଅଛି ଅଧିକ ଲୁଣ ଖାଇବାର । ଶୋଢିୟମ ମାତ୍ରା କମହେଲେ ଆମ ବୃକକ ଖରାପ ହୋଇପାରେ, ଓ ଏଥିରେ ରକ୍ତଚାପ ବଢିପାରେ । ସେଥିପାଇଁ ଅଧିକ ଲୁଣ ଖାଇବା କଥା ନୁହେଁ ।

Image Courtesy: Google

ମାଂସ :-  ବେସୀ ଆମିଷ ସେବନ କରିବା ଦ୍ଵାରା ବୃକକ ଜଲ୍ଦି ଖରାପ ହୋଇଥାଏ । ଏଥିରେ ଅଧିକ ଆନିମଲ ପ୍ରୋଟିନ ଥାଏ ଯାହା ଅଧିକ ମାତ୍ରାରେ ଏସିଡ ବଢାଇ ଥାଏ ଓ ଏହି ଏସିଡ କୁ ବୃକକ ଜଲ୍ଦି ଫିଲ୍ଟର କରିପାରେନି । ଯାହାଦ୍ୱାରା ବୃକକ ଉପରେ ବେସୀ ପ୍ରେସର ପଡିଥାଏ ଓ ଆଗକୁ ଯାଇ ବୃକକ ଜଲ୍ଦି ଖରାପ ହୋଇଥାଏ । ସେଥିପାଇଁ ବେସୀ ଆମିଷ ସେବନ କରିବା ଅନୁଚିତ ।

ଔଷଧ :- ଔଷଧ ଖାଇବା କିଛି ଖରାପ କଥା ନୁହେଁ, ବେସୀ ଔଷଧ ଖାଇବା ବୃକକ ପାଇଁ ହାନିକରକ ହୋଇପାରେ । ଔଷଧ ଦ୍ଵାରା ପେଟ ଗରମ ହୋଇଥାଏ । ଏଥିରେ କିଛି ଏମିତି କେମିକାଲ ଥାଏ ବୃକକ ଉପରେ ଖରାପ ପ୍ରଭାବ ପକାଇଥାଏ । ପେନ କିଲର ବହୁତ ଖରାପ ମେଡିସିନ ହୋଇଥାଏ, ଏହା ବୃକକ ଉପରେ ବେସୀ ପ୍ରଭାବ ପକାଇଥାଏ । ସେପାଇଁ କେବେବି ପେନ କିଲର ନବା କଥା ନୁହେଁ ।

Image Courtesy: Google

ଧୂମ୍ରପାନ :- ବିଡି, ସିଗାରେଟ, ବା ହୁକା ପିଇବା ଦ୍ଵାରା ଆମ ରକ୍ତ ନଳି ଶୁଖିଯାଏ । ଯାହାବହୁତ ପ୍ରକାର ସମସ୍ୟା ଉପୁଯାଇଥାଏ । ଧୂମ୍ରପାନ ଦ୍ଵାରା ଆମ ହ୍ରୁଦୟକୁ କ୍ଷତି ପହଞ୍ଚାଇ ଥାଏ । ଯେଉଁଥିରେ ଆମର ରକ୍ତ ସଂଚାଳନ ଧୀର ହୋଇଯାଇଥାଏ, ଏହା ସହିତ ବୃକକ ଉପରେ ଖରାପ ପ୍ରଭାବ ପକାଇଥାଏ । ସେଥିପାଇଁ କେବେବି ଧୂମ୍ରପାନ  କରିବା ଉଚିତ ନୁହେଁ ।

ବିଦ୍ର- ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *