କୋଣାର୍କ ମନ୍ଦିର ବିଷୟରେ କିଛି ଅଜଣା କଥା, ଯାହା 99% ଲୋକ ଜାଣନ୍ତି ନାହିଁ

ପୁରୀ ଶ୍ରୀ ମନ୍ଦିର ଯାହାର କିଛି ଅଂସ ଆଜି ବି ରହସ୍ୟ ମଧ୍ୟରେ ଅଛି ଠିକ ସେହିଭଳି କୋଣାର୍କ ମନ୍ଦିରର ବି ବହୁତ ରହସ୍ୟ ଆଜି ପର୍ଯ୍ୟନ୍ତ ଲୁଚି ଅଛି । କୋଣାର୍କ ମନ୍ଦିର ସୂର୍ଯ୍ୟ ଦେବତାଙ୍କ ପାଇଁ ପ୍ରସିଦ୍ଧ ଅଟେ । କିନ୍ତୁ ଏତେ ବର୍ଷ ହେବା ସତ୍ବେ ବି କୋଣାର୍କ କେମିତି ଆଜି ବି ମୁଣ୍ଡ ଟେକି ଛିଡା ହୋଇଛି ।

କୋଣାର୍କ ମନ୍ଦିରର ତିଆରି ହେବାର ରହସ୍ୟ କଣ ଥିଲା । ଏହିଭଳି ଆଜି ଆମେ ଆପଣଙ୍କୁ କୋଣାର୍କ ମନ୍ଦିର ସହ ଜଡିତ କିଛି ରହସ୍ୟପୂର୍ଣ କଥା କହିବୁ । କୋଣାର୍କ ମନ୍ଦିର ନିଜର କାରୁକାର୍ଯ୍ୟ ପାଇଁ ପୁରା ବିଶ୍ଵରେ ପ୍ରସିଦ୍ଧ ଅଟେ । ଆପଣମାନେ ଜାଣିଛନ୍ତି କି କୋଣାର୍କ ମନ୍ଦିରର ନାଁ କୋଣାର୍କ କାହିଁକି ରଖାଯାଇଛି । କହିବାକୁ ଗଲେ କୋଣାର୍କ ମନ୍ଦିରର ଅର୍ଥ କୋଣ ଯୁକ୍ତ ଅର୍କ । ଆପଣମାନେ ଭୁବନେଶ୍ଵରରେ ଲିଙ୍ଗରାଜ ମନ୍ଦିର, ପୁରୀରେ ପୁରୀ ମନ୍ଦିର ଓ କୋଣାର୍କ ମନ୍ଦିର ଦେଖିଛନ୍ତି ।

ଏମିତିରେ ଯଦି ଆପଣ ଏହି ତିନୋଟି ମନ୍ଦିରକୁ ମ୍ୟାପରେ ଦେଖିବେ ତେବେ ତ୍ରିଭୁଜ ଆକାରରେ ଏହା ଦେଖାଯିବେ । ଯାହାକି ଗୋଟିଏ କୋଣ ଭଳି ନଜର ଆସିଥାଏ । ଏହାକୁ ତ୍ରିକୋଣ ମଧ୍ୟ କୁହାଯାଏ । ଯେ ହେତୁ ସୂର୍ଯ୍ୟ ମନ୍ଦିରର କ୍ଷେତ୍ର ଅର୍କ କ୍ଷେତ୍ର ସେଥିପାଇଁ ଏହାର ନାଁ କୋଣାର୍କ ରଖା ଯାଇଛି । ଆପଣମାନେ କୋଣାର୍କ ମନ୍ଦିରର ଚାରିପଟେ ବହୁତ ପ୍ରତିମୂର୍ତ୍ତି ଦେଖିଥିବେ । କୁହାଯାଏ କି ଦେଶରେ ଯେଉଁ ୧୨୦ ନୃତ୍ୟ କଳା ଅଛି କୋଣାର୍କ ମନ୍ଦିରର ଚାରି ପାର୍ଶ୍ଵରେ ଏହି ନୃତ୍ୟ କଳାକୁ ହିଁ ପ୍ରଦର୍ଶିତ କରାଯାଇଛି ।

କେବେ ଚିନ୍ତା କରିଛନ୍ତି କି ଏତେ ବର୍ଷ ପରେ ବି ଏହି ମନ୍ଦିର ମୁଣ୍ଡ ଟେକି କେମିତି ଛିଡା ହୋଇଛି । କହିଦେଉଛୁ କି ସେହି ସମୟରେ କାରିଗାରମାନେ ପଥର ପଥରକୁ ଯୋଡି ରଖିବା ପାଇଁ ସେମାନେ ପଥରେ ଟାଙ୍କ ମାରୁଥିଲେ । ପଥର ଭିତରେ ସେମାନେ ଲୁହାର ଗୋଟିଏ ଟାଙ୍କ ପୁରାଉଥିଲେ ଓ ଅନ୍ୟ ପଥର ସହ ମିଶାଇ ଦେଉଥିଲେ । ଏମିତିରେ ପଥର ଭାଙ୍ଗିଲେ ହିଁ ଏହି ଟାଙ୍କ ଛାଡିବ । ନଚେତ ଏହା ବର୍ଷ ବରହ ଧରି ଧରି ରହିଥିବ ।

କୋଣାର୍କ ମନ୍ଦିର ରହସ୍ୟମୟୀ ଚୁମ୍ବକ ବିଷୟରେ ଆପଣ ସମସ୍ତେ ଜାଣିଥିବେ । ମନ୍ଦିରରେ ପଥର ଓ ଲୁହାରେ ତିଆରି ହୋଇଥିଲା ଏମିତିରେ ଏହି ଚୁମ୍ବକ କାରଣରୁ ଏହି ଲୁହା ଓ ପଥର ଗୁଡିକ ନିଜ ନିଜ ସ୍ଥାନରେ ରହୁଥିଲେ । କହିବାକୁ ଗଲେ ଏହି ଚୁମ୍ବକ ମନ୍ଦିରକୁ କଣ୍ଟ୍ରୋଲ କରି ରଖୁଥିଲା । କିନ୍ତୁ କିଛି ସମୟ ପରେ ଚୁମ୍ବକଟି ଚୋରୀ ହୋଇଗଲା ।

ଏହି କାରଣରୁ କୋଣାର୍କ ମନ୍ଦିର ଧୀରେ ଧୀରେ କରି ଧ୍ଵଂସ ହେବାକୁ ଲାଗିଲା । ଆଜି ଯଦି ସେହି ଚୁମ୍ବକ କୋଣାର୍କ ମନ୍ଦିରରେ ରହିଥାନ୍ତା ତେବେ ସେ ସମସ୍ତ ପଥର ଓ ଲୁହାକୁ ନିଜ ଆଡକୁ ଟାଣି ରଖିଥାନ୍ତା । ସେହି ଚୁମ୍ବକ ନ ରହିବା କାରଣରୁ ଆଜି କୋଣାର୍କ ମନ୍ଦିରର ପଥର ଗୁଡିକ ଧୀରେ ଧୀରେ ଧ୍ଵଂସ ହେବାକୁ ଲାଗିଛି ।

Leave a Reply

Your email address will not be published. Required fields are marked *