କୋର୍ଟ ର ରାଏ ଆସିବା ପରେ କାହିଁକି କାନ୍ଦିଲେ Anubhab, ଦେଖନ୍ତୁ ଭାଇରାଲ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେସ ଭଲ ଭାବେ ଜାଣିଥିବେ । ଦୁହିଙ୍କର ବିବାଦ ବିଷୟାରେ ଆପଣ ମାନେ ନିଶ୍ଚିନ୍ତ ଭାବେ ଅବଗତ ଥିବେ । ତେବେ ଗତ କିଛି ଦିନ ହେବ ବର୍ଷା ଓ ଅନୁଭବ ପରସ୍ପରର ବୈବାହିକ ମାମଲାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହୁଛନ୍ତି । ଅନେକ ଦିନ ହେବ ସାଂସଦ ଅନୁଭବ ମହାନ୍ତି ଓ ବର୍ଷାଙ୍କର ଛାଡପତ୍ର ମାମଲା କୋର୍ଟରେ ବିଚାରଧିନ ଅବସ୍ଥାରେ ରହିଛି । କିନ୍ତୁ ଏ ଯାଏଁ ଦୁହିଙ୍କର ମାମଲାରେ କୌଣସି ସମାଧାନ ହୋଇ ନାହି ।

ଏହାରି ମଧ୍ୟରେ ଗତ କିଛି ଦିନ ତଳେ ଅନୁଭବ ଏକ ଭିଡିଓ ସେୟାର କରିଥିଲେ । ସେହି ଭିଡିଓ ରେ ଅନୁଭବ ଏମିତି କିଛି କଥା କହିଥିଲେ ଯାହା ପାଇଁ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି । ଏହି ଭିଡିଓ ରେ ଅନୁଭବ କାନ୍ଦି କାନ୍ଦି କହିଥିଲେ ତାଙ୍କ ଜୀବନରେ ସବୁଠାରୁ ବଡ ଭୁଲ ହେଉଛି ସେ ବର୍ଷାଙ୍କୁ ଭଲ ପାଇଛନ୍ତି ।

ଅନୁଭବଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ବର୍ଷା କୋର୍ଟରେ ପିଟିସନ ଦାଖଲ କରିଥିଲେ । ଏହା ପରେ କୋର୍ଟ ବର୍ଷାଙ୍କ ପିଟିସନ କୁ ଗ୍ରହଣ କରି ବର୍ଷା ଓ ଅନୁଭବ ପରସ୍ପର ବିରୁଦ୍ଧରେ ସୋସିଆଲ ମିଡିଆରେ କିଛି ବି ପୋଷ୍ଟ କରିବେ ନାହି ବୋଲି ନିର୍ଦ୍ଦେଶ ଦେଇଥିଲେ ।

ବର୍ତ୍ତମାନ ସମୟରେ ଅନୁଭବଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଖୁସିରେ କାନ୍ଦି ପକାଉଛନ୍ତି । ତେବେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ବର୍ଷା ଅନୁଭବଙ୍କ ଘରେ ଜବରଦସ୍ତି ରହୁଛନ୍ତି ଯାହା ଫଳରେ ଅନୁଭବ ଓ ତାଙ୍କ ପରିବାର ବର୍ଗ ଭଡା ଘରେ ଯାଇ ରହୁଛନ୍ତି । ଯାହାର ମୁଖ୍ୟ କାରଣ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ ।

ବର୍ଷା ଅନୁଭବଙ୍କ ପୈତୃକ ବାସ ଭାବନରେ ରହିବା କାରଣରୁ ଅନୁଭବ ନିଜ ବାପା, ଆମ, ଭାଉଜ ଙ୍କ ସହ ଭଡା ଘର କରି ରହୁଛନ୍ତି । ତେବେ ଏହାରି ମଧ୍ୟରେ ଅନୁଭବଙ୍କ ବାପା ମା ଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ସେମାନେ ନିଜ ଘରକୁ ଫେରିବାକୁ ଚାହୁଁଥିଲେ ଯାହା ପାଇଁ ଅନୁଭବ କୋର୍ଟରେ ପିଟିସନ ଦାଖଲ କରିଥିଲେ ।

ଯାହାକୁ ମାନ୍ୟବର କୋର୍ଟ ଗ୍ରହଣ କରିଛନ୍ତି । ବର୍ତ୍ତମାନ କୋର୍ଟ ବର୍ଷାଙ୍କୁ ଅନୁଭାବଙ୍କ ପୈତୃକ ଭବନ ଛାଡି ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ପାଇଁ ଅନୁଭାବ ଖୁସିରେ କାନ୍ଦି ପକାଇଛନ୍ତି । ଯାହାର ଭିଡିଓ ଆପଣ ମାନେ ଦେଖି ପାରିବେ କିପରି ଭାବେ ଅନୁଭବ ନିଜ ଓକିଲ ଙ୍କୁ ଧରି କାନ୍ଦି ପକାଉଛନ୍ତି ।

ବର୍ତ୍ତମାନ ସମୟରେ ବର୍ଷା ଅନୁଭବଙ୍କ ଘରକୁ ଛାଡିବା ସୁନିଶ୍ଚିନ୍ତ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *